ସରକାରୀ ଚାକିରୀ କ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି…

ସରକାରୀ ଚାକିରୀ କ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି…

ଏହି ବିଶ୍ଵରେ କୌଣସି ଜିନିଷ ସ୍ଥାୟୀ ନୁହେଁ ,କାରଣ ଆମର ପରିବେଶ ସବୁବେଳେ ପରିବର୍ତ୍ତିତ ଅବସ୍ଥାରେ ରହିଥାଏ । ତେଣୁ ଆମ ପରିବେଶ ଅନୁସାରେ ମଣିଷର ଆବଶ୍ୟକତା ମଧ୍ୟ ବଦଳିଥାଏ, ଏବଂ ଆବଶ୍ୟକତାକୁ ପୂରଣ କରିବା ପାଇଁ ଦେଶର ନୀତି ନିୟମ ତଥା ଆଇନକୁ ମଧ୍ୟ ପରିବର୍ତ୍ତନ କରିବାକୁ ହୋଇଥାଏ ।

ତେବେ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ଆମ ରାଜ୍ୟ କ୍ୟାବିନେଟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ଯାହାକି ଆମ ରାଜ୍ୟର ନାଗରିକଙ୍କ ପାଇଁ ବେଶ ଖୁସିର ଖବର ଅଟେ ।

ରାଜ୍ୟ କ୍ୟାବିନେଟ ବୈଠକରେ ୧୨ ଟି ବଡ଼ ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ଘୋଷଣା କରାଯାଇଛି । ତେବେ ଏହି ଘୋଷଣାରେ ସରକାରୀ ଚାକିରୀ ପାଇଁ ଆଶା କରିଥିବା ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଖୁସିର ଖବର ରହିଛି । ବର୍ତ୍ତମାନ ସରକାରୀ ଚାକିରୀ କରିବା ପାଇଁ ସର୍ବୋଚ୍ଚ ବୟସ ସୀମାକୁ ବୃଦ୍ଧି କରାଯାଇଛି । ଯାହାକି ପୂର୍ବରୁ ୩୨ ବର୍ଷ ଥିଲା ,ବର୍ତ୍ତମାନ ୩୮ ବର୍ଷକୁ ବୃଦ୍ଧି କରାଯାଇଛି ।

ଏହା ସହ ସଂରକ୍ଷଣ ଜାତି, ଅନୁସୂଚିତ ଜନଜାତି ତଥା ଓବିସି ଜାତିର ବ୍ୟକ୍ତି ମାନଙ୍କ ପାଇଁ ୫ ବର୍ଷ କୋହଳ କରାଯାଇ ଥିବା ଜଣାପଡିଛି । ବର୍ତ୍ତମାନ ସରକାରୀ ଚାକିରୀ କରିବା ଲାଗି ଆଶାୟୀ ପାର୍ଥି ମାନେ ନିଜର ସତ ଚେଷ୍ଟା କରି ଚାଲୁଛନ୍ତି ଏହି ସମୟରେ ସରକାରଙ୍କର ଏହି ଘୋଷଣା ସେମାନଙ୍କୁ ଏକ ନୂତନ ଆଶା ଦେଇଥିବା କହିଲେ କିଛି ଭୁଲ ହେବ ନାହିଁ । ତେବେ ଏହା ସହ ଆହୁରି ୧୨ ଟି ପ୍ରସ୍ତାବରେ ମୋହର ମରା ହୋଇଛି ।

ତେବେ ଏହି ପ୍ରସ୍ତାବରେ ଏହା ମଧ୍ୟ ଘୋଷଣା କରାଯାଇଛି ଯେ, ସାଧାରଣ ବର୍ଗର ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମାକୁ ଅତିରିକ୍ତ ୧୦ ବର୍ଷ ତଥା ୪୮ ବର୍ଷକୁ ବୃଦ୍ଧି ହୋଇଛି । ତେବେ ସଂରକ୍ଷିତ ଜାତିର ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମାକୁ ଅତିରିକ୍ତ ୧୫ ବର୍ଷ ଅର୍ଥାତ ମୋଟ ୫୩ ବର୍ଷକୁ ବୃଦ୍ଧି କରାଯାଇଛି । ତେବେ ଏହି ନୂଆ ନିୟମଟି କେବଳ ୨୦୨୧, ୨୦୨୨ ଓ ୨୦୨୩ ନିଯୁକ୍ତି ବର୍ଷ ପାଇଁ ଏହା ଲାଗୁ ହେବ ବୋଲି ସୂଚନା ରହିଛ ।

ତେବେ ଏହା ସହ ରାଜ୍ୟ କ୍ୟାବିନେଟ ବୈଠକରେ ୫ ଟି ମେଗା ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ବର୍ତ୍ତମାନ ଏହି ମେଗା ପ୍ରକଳ୍ପ ଦ୍ବାରା ମୟୁରଭଞ୍ଜ, ଶ୍ୟାମଖୁଣ୍ଟା ଏବଂ ବାରିପଦାର ୧୨୨ଟି ଅଞ୍ଚଳରେ ସାଧାରଣ ଲୋକ ଉପକୃତ ହେବ ବୋଲି ଆଶା କରାଯାଇଛି । ସରକାର ଏହି ସବୁ ପ୍ରକଳ୍ପ ପାଇଁ ମୋଟ ୧୯୦ କୋଟି ଟଙ୍କା ବିନିଯୋଗ କରିଛନ୍ତି । ଏହିସବୁ କାର୍ଯ୍ୟକୁ ୨ ବର୍ଷ ମଧ୍ୟରେ ଶେଷ କରାଯିବାର ଲକ୍ଷ୍ୟ ରଖାଯାଇଛି । ତେବେ ଏହି ଘୋଷଣା ପରେ ଲୋକମାନଙ୍କ ଖୁସିର ସୀମା ନାହିଁ ।

Leave a Reply

Your email address will not be published. Required fields are marked *