ବ୍ଲଡ଼ କ୍ୟାନ୍ସରର ଶିକାର ହେବା ୩ ମାସ ପୂର୍ବରୁ ଶରୀରରେ ଦେଖାଦେଇଥାଏ ୬ଟି ସଙ୍କେତ !

ବ୍ଲଡ଼ କ୍ୟାନ୍ସରର ଶିକାର ହେବା ୩ ମାସ ପୂର୍ବରୁ ଶରୀରରେ ଦେଖାଦେଇଥାଏ ୬ଟି ସଙ୍କେତ !

ଆଜିକାଲି ଦୁନିଆରେ ମନୁଷ୍ୟ ପରିବେଶ ସହ ତାଳ ଦେଇ ଚାଲିଥାଏ । ଯାହାଦ୍ୱାର ମନୁଷ୍ୟ ନିଜର ଜୀବନଶୈଳୀ ସମ୍ପୂର୍ଣ୍ଣ ରୂପେ ବଦଳାଇବାରେ ସକ୍ଷମ ହୋଇପାରିଛି । ପରିବର୍ତ୍ତନଶୀଳ ପରିବେଶରେ ମନୁଷ୍ୟ ଯାହା ସବୁ ବ୍ୟବହାର କରେ ତା’ର ଦୈନନ୍ଦିନ ଜୀବନ ପାଇଁ ସେଗୁଡ଼ିକ ଦ୍ୱାରା ମନୁଷ୍ୟ ଅଜାଣତରେ ଅନେକ ରୋଗକୁ ନିମନ୍ତ୍ରଣ କରିଥାଏ । ଅର୍ଥାତ ଦୂଷିତ ଜଳପାନ କରିବା ଓ ବଜରରେ ମିଳୁଥିବା ବିଭିନ୍ନ ପ୍ରକାର ଖାଦ୍ୟପେୟ ଭକ୍ଷଣ କରିବା ଇତ୍ୟାଦିର ସେବନ କରିବା ଦ୍ଵାରା ମନୁଷ୍ୟ ଜଣାତରେ ହେଉ ଅବା ଅଜାଣତରେ ଅନେକ ରୋଗ ଶିକାର ହେଇଥାଏ ।

Google

ସାମ୍ପ୍ରତିକ ପରିସ୍ଥିତିରେ, ଦୁନିଆରେ ଆତଙ୍କ ଖେଳିବାରେ ଲାଗିଛି କ୍ୟାନ୍ସର । ଯାହାର ଚିକିତ୍ସା କଷ୍ଟସାଧ୍ୟ ଓ ଏହି ରୋଗକୁ ମୁକ୍ତି ପାଇବା ମଧ୍ୟ ସହଜ ସାଧ୍ୟ ନୁହେଁ । କିନ୍ତୁ ଏହି ରୋଗ ଆକ୍ରନ୍ତ ହେବା ପୂର୍ବରୁ ରୋଗୀଠାରେ କେତେକ ଲକ୍ଷଣ ଦେଖାଯାଏ, ସେହି ଲକ୍ଷଣକୁ ଜାଣି ସମୟ ପୂର୍ବରୁ ରୋଗୀକୁ ଚିକିତ୍ସା କରାଗଲେ ସମ୍ୟକ ଆରୋଗ୍ୟ ମିଳିପାରିବ । ତେବେ ଆସନ୍ତୁ ଜାଣିବା ସେହି ଲକ୍ଷଣ ଗୁଡିକ :

ଓଜନ କମିବା :

Google

ବ୍ଲଡ଼ କ୍ୟାନ୍ସରର ଗୋଟିଏ ଲକ୍ଷଣ ହେଲା ଶରୀରର ଓଜନ କମିଯିବା । ବ୍ଲଡ଼ କ୍ୟାନ୍ସରରେ ପୀଡ଼ିତ ରୋଗୀଙ୍କ ଶାରୀରର ଓଜନ ହଠାତ କମିଯାଇଥାଏ । ତେଣୁ ଆକସ୍ମିକ ଭାବରେ ଓଜନ କମିଲେ ଅଣଦେଖା କରନ୍ତୁ ନାହିଁ ।

ହାଡ଼ ଗୁଡିକରେ ଯନ୍ତ୍ରଣା ଅନୁଭବ କରିବା :

ହାଡ଼ ଗୁଡିକରେ ନବରତ ଯନ୍ତ୍ରଣା ହେବା ଦୈନନ୍ଦିନ ଘଟଣା ବୋଲି ଭାବନ୍ତୁ ନାହିଁ । ଏହା ବ୍ଲଡ଼ କ୍ୟାନ୍ସରର ଏକ ଲକ୍ଷଣ ହେଇଥାଏ । ବ୍ଲଡ଼ କ୍ୟାନ୍ସର ହେଲେ ଆଣ୍ଠୁ ଗଣ୍ଠି ଆଦି ସ୍ଥାନରେ ଅଧିକ ମାତ୍ରାରେ ଯନ୍ତ୍ରଣା ଅନୁଭବ ହେବାକୁ ଲାଗିଥାଏ । ଏହିପରି ଯନ୍ତ୍ରଣା ସମୟରେ ଆପଣଙ୍କୁ ଭୋକ ମଧ୍ୟ କମିଯାଇଥାଏ । ବିଳମ୍ବ ନ କରି ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ ଅଟେ ।

ଥକ୍କାପଣ :

Google

ବ୍ଲଡ଼ କ୍ୟାନ୍ସର ସମୟରେ ଶରୀରରେ ହିମୋଗ୍ଲୋବିନର ମାତ୍ରା ଯଥେଷ୍ଟ କମିଯାଇଥାଏ । ଯାହାଫଳରେ ଅକ୍ସିଜେନ ଶରୀରର ବିଭିନ୍ନ ଅଙ୍ଗକୁ ଆବଶ୍ୟକ ଅନୁସାରେ ପହଞ୍ଚି ପାରି ନ ଥାଏ । ଯାହାର ପରିମାଣ ସ୍ୱରୂପ ଶରୀରର ଅଧିକାଂଶ ଅଙ୍ଗ କାମ କରିବା ବନ୍ଦ ହୋଇଯାଏ ଅର୍ଥାତ ଅଚଳ ହୋଇଯାଇଥାଏ ।

ଗଳା ଦରଜ, ପାଦ ଓ ଛାତିରେ ଜଳାପୋଡା :

ବ୍ଲଡ଼ କ୍ୟାନ୍ସର ସମୟରେ ଗଳା ସାମାନ୍ୟ ଯନ୍ତ୍ରଣା ହୋଇଥାଏ ଏବଂ ରୋଗୀର ପାଦ ଓ ଛାତି ଲଗାତାର ଜଳାପୋଡ଼ା ଅନୁଭବ ହୋଇଥାଏ । ଶରୀରରେ ଏହିପରି ଲକ୍ଷଣମାନ ଦେଖାଦେଲେ ବିଳମ୍ବ ନ କରି ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।

ନିମୋନିଆ ହେବା :

Google

ନିମୋନିଆ ହେବା, ମୁହଁରେ ଘା ହେବା, ସ୍କିନ ଖରାପ ହୋଇଯିବ, ମୁଣ୍ଡ ବ୍ୟଥା ହେବା ଏସବୁ ହେଉଛି ବ୍ଲଡ଼ କ୍ୟାନ୍ସରର ଲକ୍ଷଣ ।

ଆଶା କରୁଛୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏହି ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବ । ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ମଧ୍ୟରେ ସେୟାର କରନ୍ତୁ । ହଁ ଆଜ୍ଞ ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *