ଓଡ଼ିଶାରେ ୫ ପ୍ରକାର କରୋନା ଭୂତାଣୁର ଚିହ୍ନଟ । ସେଥିମଧ୍ୟରୁ ୩ଟି ଅଧିକ ସଂକ୍ରମଣଶୀଳ….

ଭୁବନେଶ୍ୱର : ମହାମାରୀ କରୋନା ଭାଇରସ ସମଗ୍ର ବିଶ୍ୱବାସୀଙ୍କୁ କଲବଲ କରୁଛି । ଓଡ଼ିଶାରେ ମଧ୍ୟ ଏହି ମାରାତ୍ମକ ଭାଇରସ ନିଜର କାୟା ବିସ୍ତାର କରିଚାଲିଛି । ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମିତ ମାମଲା ଦିନକୁ ଦିନ ବଢ଼ି ଚଳୁଛି । ଏହିଭଳି ସନ୍ଧି ମୁହୂର୍ତ୍ତରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି ଏକ ଖବର ସମ୍ମୁଖକୁ ଆସିଛି । ରାଜ୍ୟରେ ଚିହ୍ନଟ ହୋଇଛି ୫ ପ୍ରକାର କରୋନା ଭୂତାଣୁ । ଏହି ୫ ପ୍ରକାରର ଭୂତାଣୁ ହେଲା- 19A, 19B, 20A, 20B ଓ 20C କରୋନା ଭାଇରସ୍ । ଏନେଇ ସୂଚନା ଦେଇଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡ଼ା ।

google

ଏମାନଙ୍କ ମଧ୍ୟରୁ ରାଜ୍ୟରେ ସବୁଠାରୁ ଅଧୁକ 20A, 20B ପ୍ରକାର ଭୂତାଣୁରେ ସଂକ୍ରମିତ ହୋଇଥିବାର ଠାବ ହୋଇଛି । ତା’ଠାରୁ ଆଶ୍ଚର୍ଯ୍ୟକର କଥା ହେଲା 20C ପ୍ରକାରର ଭୂତାଣୁ କେବଳ ଓଡ଼ିଶାରୁ ଠାବ ହୋଇଛି । ଅନ୍ୟ କେଉଁଠାରେ ଏହି ଭୂତାଣୁ ଦେଖାଯାଇ ନାହିଁ ବୋଲି ଅଜୟ ପରିଡ଼ା ସୂଚନା ଦେଇଛନ୍ତି । ସେହିଭଳି 19A ଭୂତାଣୁ ସହ ୟୁହାନ ଭାଇରସର ବହୁତ ସାମଞ୍ଜସ୍ୟ ରହିଛି ବୋଲି ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନସେସ୍ (ILS) ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Google

ଏହି ଗବେଷଣାରେ ସାମିଲ ଥିବା ଆଇଏଲଏସ (ILS)ର ବୈଜ୍ଞାନିକ ସୁନିଲ ରାଘବ କହିଛନ୍ତି, ୧୩ଟି ରାଜ୍ୟରୁ ଆସିଥୁବା ପ୍ରବାସୀଙ୍କୁ ନେଇ ଗବେଷଣା ହୋଇଥିଲା । ଗୁଜରାଟ, ଦିଲ୍ଲୀ, ତାମିଲନାଡ଼ୁ ଆଦି ୧୩ ରାଜ୍ୟରୁ ଫେରିଥିବା ପ୍ରବାସୀଙ୍କ ମଧ୍ୟରୁ ୨୨୫ ଲୋକଙ୍କୁ ନେଇ ପରୀକ୍ଷା କରାଯାଇଥିଲା । ମାର୍ଚ୍ଚ ଠାରୁ ଜୁନ ମାସ ମଧ୍ୟରେ ଏହି ନମୁନା ଗୁଡ଼ିକୁ ସଂଗ୍ରହ କରାଯାଇଛି । ସୁନିଲ ରାଘବଙ୍କ ଅନୁସାରେ ଉପରୋକ୍ତ ୫ଟି ଭୂତାଣୁ ମଧ୍ୟରୁ ୨୦ଏ, ୨୦ବି ଓ ୨୦ସି ଅଧିକ ସଂକ୍ରାମକ । ଭୁବନେଶ୍ୱରସ୍ଥିତ ଆଇଏଲଏସ (ILS)ରେ ହୋଇଥିବା ଭୂତାଣୁର ଜେନମ୍-ସିକ୍ୱେଏନ୍ସ ଅନାଲସିସରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ୫ ପ୍ରକାରର କରୋନା ଭାଇରସ ଚିହ୍ନଟ ହୋଇଛି ।

ଆଇଏଲ୍ଏସ୍ ନିର୍ଦ୍ଦେଶକ ଡ.ପରିଡ଼ା କହିଛନ୍ତି, ଭାଇରସ ପ୍ରକାର ମିଳିବା ପରେ ଭ୍ୟାକସିନ ପାଇଁ ସୁବିଧା ହେବ । ଦେଖୁବାକୁ ପଡ଼ିବ ଗୋଟିଏ ପ୍ରକାର ଭ୍ୟାକସିନରେ ହେବ ନା ଏହିଥିଲାଗି ଭିନ୍ନ ଭିନ୍ନ ୫ ପ୍ରକାର ଭାଇରସ ପାଇଁ ୫ ପ୍ରକାର ଭ୍ୟାକସିନର ଆବଶ୍ୟକ ପଡିବ । ସମଗ୍ର ଦେଶରେ ଆଇଏଲଏସ ଭଳି ୫ଟି ଅନୁଷ୍ଠାନ ଦ୍ୱାରା ଏହି ଗବେଷଣା କରାଯାଇଛି । ୧୦୩୬ ନମୁନାରୁ ସଂଗୃହୀତ ଭୂତାଣୁର ଜେନମ ସିକ୍ୱେନ୍ସ ଆନାଲିସିସ ହୋଇଛି ।

Be the first to comment

Leave a Reply

Your email address will not be published.


*