ଯଦି ନିତୁ କପୂର୍ ନଆସିଥାନ୍ତେ ତେବେ ଋଷି କପୂରଙ୍କୁ ମାଡ଼ ମାରିଥାନ୍ତେ ସଞ୍ଜୟ ଦତ୍ତ ! ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଯଦି ନିତୁ କପୂର୍ ନଆସିଥାନ୍ତେ ତେବେ ଋଷି କପୂରଙ୍କୁ ମାଡ଼ ମାରିଥାନ୍ତେ ସଞ୍ଜୟ ଦତ୍ତ ! ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ବଲିଉଡରେ ଏପରି ଅନେକ ଅଭିନେତା ଅଛନ୍ତି ଯେଉଁମାନେ ନିଜର ଅଭିନୟ ସହିତ ନିଜର କ୍ରୋଧ କୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି । ଅଭିନେତା ସଞ୍ଜୟ ଦତ୍ତଙ୍କ ନାମ ମଧ୍ୟ ଏହି ସୂଚୀରେ ସାମିଲ୍ ଅଛି । ସଞ୍ଜୟ ଦତ୍ତ ବଲିଉଡର ସବୁଠାରୁ ବିବାଦିତ ଅଭିନେତା ମାନଙ୍କ ମଧ୍ୟରେ ପରିଚିତ । ପୁଣି ସଞ୍ଜୟ ଦତ୍ତଙ୍କ କ୍ରୋଧ ସମ୍ବନ୍ଧରେ ତ ସମସ୍ତେ ଅବଗତ ।

ସଞ୍ଜୟ ଦତ୍ତ ଥରେ ଲୋକପ୍ରିୟ ଅଭିନେତା ରହିଥିବା ରାଜକୁମାରଙ୍କୁ ପିଟିବା ଭଳି ଇଚ୍ଛା ମଧ୍ୟ ବନାଇ ନେଇଥିଲେ ଏବଂ ତାଙ୍କୁ ପିଟିବାର ସମୟ ମଧ୍ୟ ଆସି ଯାଇଥିଲା । କିନ୍ତୁ ଠିକ୍ ସମୟରେ ସଞ୍ଜୟଙ୍କ ବାପା ସୁନୀଲ୍ ଦତ୍ତ ଆସି ମାମଲାକୁ ନିୟନ୍ତ୍ରଣ କରି ନେଇଥିଲେ । ଯେଉଁଠି ଥରେ ସଞ୍ଜୟ ଦତ୍ତଙ୍କୁ ଅଭିନେତା ଋଷି କପୂରଙ୍କ ଉପରେ ମଧ୍ୟ କ୍ରୋଧ ଆସିଥିଲା ଏବଂ ସଞ୍ଜୟ ଋଷି କପୂରଙ୍କୁ ମାଡ଼ ମାରିବା ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । କିନ୍ତୁ ଏସବୁ ମଧ୍ୟରେ ନିତୁ କପୂର୍ ମାମଲାକୁ ସମ୍ବାଳି ନେଇଥିଲେ ।

ବାସ୍ତବରେ ସଞ୍ଜୟ ଦତ୍ତଙ୍କ ‘କ୍ୟାରିଅର୍’ର ପ୍ରାରମ୍ଭ ଦିନରେ ଅଭିନେତ୍ରୀ ‘ଟିନା ମୁନିମ୍’ଙ୍କ ସହିତ ଅଫେୟାର୍ ଚାଲିଥିଲା । ଏହି ସମୟରେ ଟୀନା ଋଷି କପୂରଙ୍କ ସହିତ କାମ କରୁଥିଲେ । ମିଡ଼ିଆ ରିପୋର୍ଟ ଅନୁଯାୟୀ ଏହା ପ୍ରାୟ ୧୯୮୦ ମସିହାର କଥା । ୧୯୮୦ରେ ଟୀନା ଏବଂ ଋଷି କପୂରଙ୍କ ଫିଲ୍ମ ‘ଫର୍ଜ’ ରିଲିଜ୍ ହୋଇଥିଲା ଏବଂ ଫିଲ୍ମର ହିଟ୍ ପ୍ରଦର୍ଶନ କାରଣରୁ ଏହା ହିଟ୍ ଲିଷ୍ଟରେ ମଧ୍ୟ ରହିଥିଲା । ଫିଲ୍ମ ହିଟ୍ ହେବା ମାତ୍ରେ ଏହି ଯୋଡ଼ିକୁ ଅନେକ ଫିଲ୍ମ ନିର୍ମାତା ନିଜ ଫିଲ୍ମକୁ ନେବାକୁ ଚାହିଁଲେ । କିନ୍ତୁ ସଞ୍ଜୟ ଦତ୍ତଙ୍କୁ ଲାଗିଲା ଯେପରି ଟୀନା ଏବଂ ଋଷି କପୂରଙ୍କ ମଧ୍ୟରେ କିଛି ଚାଲିଛି ବୋଲି । ଏହି କଥା କାରଣରୁ ସେ ଋଷି କପୂରଙ୍କ ଉପରେ ବିରକ୍ତ ହୋଇଥିଲେ ।

ଯେତେବେଳେ କେହି ଫିଲ୍ମ ନିର୍ମାତାଙ୍କ ମଧ୍ୟରେ ଋଷି ଏବଂ ଟୀନାଙ୍କ ଯୋଡ଼ିକୁ ନିଜ ଫିଲ୍ମକୁ ନେବାକୁ ଭିଡ଼ ଲାଗିଲା ସେତେବେଳେ ଏହି କାଠ ସଞ୍ଜୟ ଦତ୍ତଙ୍କୁ ଆଦୌ ପସନ୍ଦ ନଥିଲା । ସଞ୍ଜୟ ଦତ୍ତ ଏହି କାରଣରୁ ବିରକ୍ତ ହୋଇ ଯାଇଥିଲେ ଏବଂ ଅଭିନେତା ‘ଗୁଲଶନ୍ ଗ୍ରୋବର୍’ଙ୍କୁ ନିଜ ସହିତ ନେଇ ‘ଋଷି କପୂର୍’ଙ୍କୁ ମାଡ଼ ମାରିବାକୁ ବାହାରି ଯାଇଥିଲେ । କିନ୍ତୁ ଏସବୁ ମଧ୍ୟରେ ରାସ୍ତାରେ ‘ନିତୁ କପୂର୍’ଙ୍କ ସହିତ ତାଙ୍କର ସାମ୍ନା ହୋଇଥିଲା ଏବଂ ସେ ସଞ୍ଜୟ ଦତ୍ତଙ୍କୁ ବୁଝାଇ ଥିଲେ ଯେ ସେ ଯେପରି ଭାବୁଛନ୍ତି ସେପରି କିଛିବି ନୁହେଁ ।

ଏପରି କୁହାଯାଉଛି ଯେ ‘ନିତୁ କପୂର୍’ଙ୍କ ବୁଝାଇବା ପରେ ସଞ୍ଜୟ ଦତ୍ତଙ୍କ କ୍ରୋଧ ଶାନ୍ତ ହୋଇ ଯାଇଥିଲା ଏବଂ ସେ ଋଷି କପୂରଙ୍କୁ ମାଡ଼ ମାରିବା ଭଳି ଉଦ୍ଦେଶ୍ୟ ମନରୁ ବାହାର କରି ଦେଇଥିଲେ । ସଞ୍ଜୟ ଦତ୍ତଙ୍କର ‘ଋଷି କପୂର୍’ଙ୍କ ପରିବାର ସହିତ ଖୁବ୍ ଭଲ ସମ୍ବନ୍ଧ । ଋଷି ଏବଂ ନିତୁଙ୍କ ପୁଅ ରଣବୀର୍ କପୂର୍ ସଞ୍ଜୟ ଦତ୍ତଙ୍କ ଜୀବନ ଉପରେ ଆଧାରିତ ବ୍ଲକବସ୍ଟର୍ ହିଟ୍ ଫିଲ୍ମ ‘ସଞ୍ଜୁ’ରେ ସଞ୍ଜୟ ଦତ୍ତଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ।

Leave a Reply

Your email address will not be published. Required fields are marked *