ଅତି ଶିଘ୍ର ଶନିଦେବଙ୍କ ପ୍ରକୋପରୁ ମୁକ୍ତ ହେବେ ଏହି ରାଶିର ଜାତକ……

ଅତି ଶିଘ୍ର ଶନିଦେବଙ୍କ ପ୍ରକୋପରୁ ମୁକ୍ତ ହେବେ ଏହି ରାଶିର ଜାତକ……

ଅତି ଶିଘ୍ର ଶନିଦେବଙ୍କ ପ୍ରକୋପରୁ ମୁକ୍ତ ହେବେ ଏହି ରାଶିର ଜାତକ, କାମ କାର୍ଯ୍ୟରେ ମିଳିବ ଉନ୍ନତି ..

ଶନି ଦେବଙ୍କ ସାଢେ଼ ସାତ ବର୍ଷ ଚାଲୁଥିବା ଦଶାକୁ ଶନି ସାଢେ଼ ସାତି କୁହାଯାଏ । ଏବଂ ଦୁଇ ବର୍ଷରୁ ଅଧିକ ଚାଲୁଥିବା ଦଶାକୁ ଶନି ଧାଇୟ କୁହାଯାଏ । ଏହି ଦୁଇ ଦଶାର ନାମ ଶୁଣି ଲୋକ ଡରିି ଯାଆନ୍ତି ଏବଂ ପ୍ରାୟତଃ ଲୋକ ମାନେ ଏହାକୁ ଖରାପ ଦଶା ବୋଲି ମନେ କରନ୍ତି । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ବିଲକୁଲ ଠିକ ନୁହେଁ । ଶନି ବ୍ୟକ୍ତିର ଭାଗ୍ୟ ମଧ୍ୟ ପରିବର୍ତ୍ତନ କରିଥାନ୍ତି । ଯଦି ଆପଣଙ୍କ କୁଣ୍ଡଳୀରେ ଶନିଙ୍କ ସ୍ଥିତି ସବଳ ଥିଲେ ଶନିଙ୍କ ପ୍ରଭାବରୁ ବ୍ୟକ୍ତି ଭଲ ଉନ୍ନତି କରିଥାଏ । ଯଦି ଶନି ଦୁର୍ବଳ ସ୍ଥିତିରେ ରହିଲେ ବ୍ୟକ୍ତିକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଶନିଦେବ ଖୁବ ଶୀଘ୍ର ନିଜର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଜାଣନ୍ତୁ ଶନିଙ୍କ ସାଢେ଼ ସାତୀ ଫଳରେ କେଉଁ ସବୁ ରାଶି ମାନଙ୍କୁ ମୁକ୍ତି ମିଳିବ ଆସନ୍ତୁ ଏହି ଲେଖା ମାଧ୍ୟମରେ ଜାଣିବା ।

୨୯ ଏପ୍ରିଲ ୨୦୨୨ ରେ ଶନି କୁମ୍ଭ ରାଶିରେ ପ୍ରବେଶ କରିବେ ଏହି ରାଶିକୁ ଶନି ଆସିଲେ ଧନୁ ରାଶିକୁ ଶନି ଦଶାରୁ ମୁକ୍ତି ମିଳିବ । କହିଦେଉଛୁ କି ଏହି ରାଶି ଉପରେ ଶନି ସାଢେ଼ ସାତୀ ର ଶେଷ ଚରଣ ଚାଲିଛି । ଏହି ସମୟରେ ଶନିଦେବ ସବୁ ଭୁଲ ସୁଧାରିବାପାଇଁ ସୁଯୋଗ ଦିଅନ୍ତି । ଏବଂ କିଛି ନା କିଛି ଲାଭ ଦେଇଥାନ୍ତି । ଧନୁ ରାଶି ଉପରୁ ଶନି ସାଢେ଼ ସାତୀ ଶେଷ ହେଉହେଉ ଏହି ରାଶିର ଲୋକଙ୍କ ଭଲ ଦିନ ଆରମ୍ଭ ହୋଇଯିବ । ଯେଉଁ କାମ ଶନି ଦଶା ପାଇଁ ବନ୍ଦ ହୋଇଥିଲା ତାହା ପୁଣି ଆରମ୍ଭ ହେବ । ଉନ୍ନତିର ରାସ୍ତା ଖୋଲିଯିବ । ମାନସିକ ସମସ୍ୟା କମିଯିବ ।

ଚାକିରୀ ଏବଂ ରୋଜଗାରରେ ପଡ଼ିବ ଶନିଙ୍କ ପ୍ରଭାବ, ଏହି ୫ଟି ଉପାୟରେ ମିଳିବ ଶନିଦେଵଙ୍କ କୃପା ।

ଶନି ସ୍ତୁତି: ଶନିବାର ଦିନ ଦୋଷ ଦୂର କରିବାର ଉତ୍ତମ ଉପାୟ, ଏହିଦିନ କରନ୍ତୁ ଶନି ସୃତିର ପାଠ

ଶନି ଦେବଙ୍କ ରାଶି କୁମ୍ଭ ରାଶିରେ ଆସନ୍ତା ଜାନୁୟାରୀ ପର୍ଯ୍ୟନ୍ତ ‘ ଗଜକେଶରୀ’ ଯୋଗ ରହିବ,ଏହି ରାଶି ଉପରେ ରହିବ କର୍ମ ଫଳ ଦାତାଙ୍କ ବିଶେଷ କୃପା । ଶନିଙ୍କ କୁମ୍ଭ ରାଶିରେ ପ୍ରବେଶ କରିବା କ୍ଷଣି ଗୁରୁର ରାଶି ମୀନରେ ଶନି ସାଢେ଼ ସାତୀ ଆରମ୍ଭ ହୋଇଯିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶି ମାନଙ୍କ ପାଇଁ ଶନି ଦଶା ଅଧିକ ଖରାପ ହୋଇନଥାଏ । ମୀନ ରାଶି ବ୍ୟତୀତ ମକର ଏବଂ କୁମ୍ଭ ରାଶି ମାନଙ୍କ ଉପରେ ମଧ୍ୟ ଶନି ସାଢେ଼ ସାତୀ ରହିବେ । ଯାହାଫଳରେ ମକର ରାଶି ପାଇଁ ଏହା ଶେଷ ପ୍ରଭାବ ଏବଂ କୁମ୍ଭ ରାଶି ପାଇଁ ଦ୍ୱିତୀୟ ପ୍ରଭାବ ଆରମ୍ଭ ହେବ । ପୁଣି ମିଥୁନ ଏବଂ ତୁଳା ରାଶି ମାନଙ୍କ ପାଇଁ ଶନିର ପ୍ରକୋପରୁ ମୁକ୍ତି ମିଳିଯିବ । ବୃଷ ରାଶି ପାଇଁ ଶନି ପ୍ରକୋପ ଆରମ୍ଭ ହୋଇଯିବ।

Leave a Reply

Your email address will not be published. Required fields are marked *