ଭାଇରଲ୍ ହେବା ପାଇଁ ଯୁବତୀ ଜଣକ ମୃତ୍ୟୁ ସହିତ ଖେଳିଗଲା, ହାତ ଛାଡ଼ି ତୀବ୍ର ଗତିରେ ‘ବାଇକ୍’ରୁ କାଢ଼ିଲା ଜ୍ୟାକେଟ୍ ! ଆଉ ପରେ….

ଭାଇରଲ୍ ହେବା ପାଇଁ ଯୁବତୀ ଜଣକ ମୃତ୍ୟୁ ସହିତ ଖେଳିଗଲା, ହାତ ଛାଡ଼ି ତୀବ୍ର ଗତିରେ ‘ବାଇକ୍’ରୁ କାଢ଼ିଲା ଜ୍ୟାକେଟ୍ ! ଆଉ ପରେ….

ସୋସିଆଲ୍ ମିଡ଼ିଆରେ ଭାଇରଲ୍ ହେବା ପାଇଁ ଲୋକମାନେ ସମସ୍ତ ସୀମା ପାର କରିଦିଅନ୍ତି । ଏଥିରେ ବିପଦପୂର୍ଣ୍ଣ ଷ୍ଟଣ୍ଟମଧ୍ୟ ସାମିଲ୍ ହୋଇଥାଏ । ଗୁଜୁରାଟର ସୁରତରେ ବାସ କରୁଥିବା ଜଣେ ଯୁବତୀ ମଧ୍ୟ ଏପରି କିଛି କରିଥିଲେ । ସେ ଦୁଇଟି ହାତ ଛାଡି ସଡ଼କରେ ବାଇକ୍ ଚଳାଇ ଷ୍ଟଣ୍ଟ ଦେଖାଇଛନ୍ତି । ଖୁବଶୀଘ୍ର ଏହି ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରଲ୍ ହୋଇଗଲା । କିନ୍ତୁ ଏହା ଭଲ ନୁହେଁ ଖରାପ ହେଲା । କାରଣ ତାଙ୍କର ଏହି ଭାଇରଲ୍ ଭିଡ଼ିଓକୁ ପୋଲିସ୍ ମଧ୍ୟ ଦେଖିଦେଲେ । ବର୍ତ୍ତମାନ ଯୁବତୀ ଜଣକ ପୋଲିସ୍ ଗିରଫରେ ଅଛନ୍ତି ।

ଏହି ସମ୍ପୂର୍ଣ୍ଣ ମାମଲା ସୁରତର ଡୁମସ୍ ସଡ଼କରେ ନିର୍ମିତ ବିଆର୍-ମାଲ୍ ନିକଟସ୍ଥ ବୋଲି କୁହାଯାଉଛି । ଏଠାରେ ସଞ୍ଜନା ଅର୍ଥାତ ପ୍ରିନ୍ସି ପ୍ରସାଦ ନାମକ ଜଣେ ଯୁବତୀଙ୍କୁ ସଡ଼କରେ ତୀବ୍ର ଗତିରେ ବାଇକ୍ ଚଳାଇ ଷ୍ଟଣ୍ଟ କରୁଥିବାର ଦେଖାଗଲା କିନ୍ତୁ ଏହି ଷ୍ଟଣ୍ଟ ଦେଖାଇବା ତାଙ୍କୁ ମହଙ୍ଗା ପଡ଼ିଗଲା । ଭିଡ଼ିଓରେ ଦେଖିପାରିବେ ଯେ କିପରି ଯୁବତୀ ନିଜର ଦୁଇଟି ହାତକୁ ବାଇକରୁ ଉଠାଇ ଦିଅନ୍ତି । ଏହାପରେ ସେ ଚାଳିତ ବାଇକରୁ ଦୁଇଟି ହାତରେ ନିଜ ଜ୍ୟାକେଟ୍ ମଧ୍ୟ କାଢି ଦିଏ ।

ଯେତେବେଳେ ପୋଲିସଙ୍କୁ ଏହି ଭାଇରଲ୍ ଭିଡ଼ିଓ ବିଷୟରେ ସୂଚନା ମିଳିଲା ସେତେବେଳେ ସେ ଯୁବତୀଙ୍କୁ ଗିରଫ୍ କରିନେଲେ ଏବଂ ବାଇକକୁ ମଧ୍ୟ ଅଟକରେ ରଖିଦେଲେ । ସଞ୍ଜନା ଅର୍ଥାତ ପ୍ରିନ୍ସିଙ୍କୁ ସୋସିଆଲ୍ ମିଡ଼ିଆରେ ୩,୨୭,୦୦୦ ଲୋକ ଫୋଲୋ କରନ୍ତି । ଏଠାରେ ସେ ନିଜ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଭିଡ଼ିଓ ଭାଇରଲ୍ କରନ୍ତି । ଫ୍ୟାନ୍ସ ମାନଙ୍କୁ ସଞ୍ଜନାଙ୍କ ଯୁବକ ମାନଙ୍କ ଭଳି ବାଇକ୍ ଚଳାଇବା ବହୁତ ଭଲ ଲାଗେ ।

ଫେସବୁକରେ ତାଙ୍କର ଏପରି ଷ୍ଟଣ୍ଟ ଥିବା ଅନେକଗୁଡ଼ିଏ ଭିଡ଼ିଓ ଭାଇରଲ୍ ହୋଇଛି

ଏପରି ଷ୍ଟଣ୍ଟ ଗୁଡ଼ିକ ସଡ଼କ ଉପରେ କରିବା ଠିକ୍ ନୁହେଁ । ଏଥିରୁ ନା କେବଳ ଷ୍ଟଣ୍ଟ କରୁଥିବା ଲୋକର ଜୀବନ ପ୍ରତି ବିପଦ ଥାଏ ତାସହିତ ସଡ଼କରେ ଚାଲୁଥିବା ଅନ୍ୟ ଯାତ୍ରୀ ଓ ବାହାନର ଦୁର୍ଘଟଣାଗ୍ରସ୍ତ ହେବାର ବିପଦ ମଧ୍ୟ ବଢ଼ିଯାଏ । ତାସହିତ ଯୁବତୀ ଷ୍ଟଣ୍ଟ କରୁଥିବା ସମୟରେ ହେଲମେଟ୍ କିମ୍ବା ମାସ୍କ ମଧ୍ୟ ପିନ୍ଧି ନାହିଁ । ଏଥିପାଇଁ ପୋଲିସର ନଜର ତା ଉପରେ ସର୍ବପ୍ରଥମେ ପଡ଼ିଲା ।

ସେମିତିରେ ଏହି ସମ୍ପୂର୍ଣ୍ଣ ମାମଲାରେ ଆପଣଙ୍କ ମତାମତ କଣ ରହିଛି ? କଣ ଲୋକଙ୍କ ‘ବାଇକ୍’ରେ ଏପରି ଷ୍ଟଣ୍ଟ କରିବା ଭଲ କଥା କି ? ଚାଲନ୍ତୁ ଆପଣ ମଧ୍ୟ ବିଳମ୍ବ ନକରି ସମ୍ପୂର୍ଣ୍ଣ ଭିଡ଼ିଓକୁ ଦେଖି ନିଅନ୍ତୁ । ଏଥିରୁ ଆପଣ ମଧ୍ୟ ଅନୁମାନ କରିପାରିବେ ଯେ ଆମେ ଏଠାରେ ଯେଉଁ ଯୁବତୀ ବିଷୟରେ ଆଲୋଚନା କରୁଛୁ ସେ କିଭଳି ଷ୍ଟଣ୍ଟ କରନ୍ତି ।

ବନ୍ଧୁଗଣ ଆପଣଙ୍କୁ ଏହି ଭିଡ଼ିଓ କିପରି ଲାଗିଲା ନିଶ୍ଚିତ ଭାବରେ ଜଣାଇବେ । ଏଥିସହିତ ଆପଣଙ୍କୁ କହି ରଖୁଛୁ ଯେ ଯଦି ଆପଣ ମଧ୍ୟ ନିଜ ଆଖପାଖରେ କାହାକୁ ‘ବାଇକ୍’ରେ ଏପରି ଷ୍ଟଣ୍ଟ କରୁଥିବାର ଦେଖନ୍ତି ତେବେ ଏହାର ସୂଚନା ପୋଲିସଙ୍କୁ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *