୨୦୨୦ ମସିହା କେବଳ ଏହି ଗୋଟିଏ ରାଶି ପାଇଁ ସୌଭାଗ୍ୟଦାୟକ ରହିବ ! ପ୍ରବଳ ରାଜଯୋଗ ହେବାର ସମ୍ଭାବନା ରହିଛି…

ଚଳିତ ବର୍ଷଟିର ଆରମ୍ଭ ଉତ୍ଥାନପତନ ମଧ୍ୟ ଦେଇ ଗତି କରିଛି । ଏହି ବର୍ଷ ଲୋକଙ୍କୁ ଅନେକ ଅସୁବିଧା ଭୋଗିବାକୁ ପଡିଛି । ତଥାପି ଆପଣ ଜାଣିଛନ୍ତି କି ଚଳିତ ବର୍ଷଟି କେବଳ ଗୋଟିଏ ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ସାବ୍ୟସ୍ତ ମଧ୍ୟ ହୋଇଛି । ରାଶିଚକ୍ରରେ ୧୨ଟି ରାଶି ରହିଛି । ଏହି ରାଶିଗୁଡ଼ିକ ଆମକୁ ଆମର ଆଗାମୀ ଦିନର ସୂଚନା ଦେଇଥାଏ । ଚଳିତ ବର୍ଷ ଏହି ୧୨ଟି ରାଶି ମଧ୍ୟରୁ ଗୋଟିଏ ରାଶି ସବୁଠାରୁ ଅଧିକ ଭାଗ୍ୟଶାଳୀ ପ୍ରମାଣିତ ହେବ । ଆମେ ଆପଣଙ୍କୁ ସେହି ଭାଗ୍ୟଶାଳୀ ରାଶି ବିଷୟରେ କହିବା ପୂର୍ବରୁ ପ୍ରଥମେ ଆପଣଙ୍କୁ ଜଣାଇ ଦେଉଛୁ ଯେ, ଯଦି ଆପଣ ସେହି ରାଶିର ନୁହଁନ୍ତି; ତେବେ ଆପଣଙ୍କୁ କେଉଁ କେଉଁ ଅସୁବିଧାର ସାମ୍ନା କରିବାକୁ ପଡ଼ିବ ସେ ବିଷୟରେ କହିବୁ ।

ଆମେ ସମସ୍ତେ ଜାଣିଛୁ ଯେ, ୨୦୨୦ ମସିହାର ପ୍ରାରମ୍ଭରୁ ହିଁ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏହି ବର୍ଷର ୫ ମାସ ତ ଶେଷ ମଧ୍ୟ ହୋଇଯାଇଛି କିନ୍ତୁ ଏବେ ମଧ୍ୟ ୭ ମାସ ବାକି ରହିଛି, ଯାହା ଆପଣଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଇପାରେ । ଏହି ବର୍ଷ ଏକ ବିଶେଷ ରାଶିକୁ ଛାଡ଼ି ଅନ୍ୟ ରାଶିର ଲୋକଙ୍କୁ ନିଜର କାର୍ଯ୍ୟ ସମ୍ପର୍ଣ୍ଣ କରିବାରେ ବିଭିନ୍ନ ପ୍ରକାର ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡ଼ିପାରେ । ଆପଣଙ୍କୁ ଏହି ପ୍ରଚେଷ୍ଟା କରିବାର ଅଛି ଯେ, ଏହି ଅସୁବିଧା ଯେପରି ଆପଣଙ୍କର ମନୋବଳକୁ କମ ନ କରୁ ଓ ଆପଣ ଏହାକୁ ଧୌର୍ଯ୍ୟର ସହ ସମ୍ମୁଖୀନ କରି ଆଗକୁ ବଢ଼ି ଚାଲନ୍ତୁ ।

୨୦୨୦ରେ ଏହି ରାଶିର ଭାଗ୍ୟ ଖୋଲିବ :-

୨୦୨୦ ମସିହାରେ ରାଶିଚକ୍ରରେ ଥିବା ୧୨ଟି ରାଶି ମଧ୍ୟରୁ ଯେଉଁ ରାଶିର ଭାଗ୍ୟ ଖୋଲିବ, ସେହି ରାଶିଟି ହେଉଛି- ସିଂହ ରାଶି । ସିଂହ ରାଶି ଜାତକର ଲୋକଙ୍କୁ ହୁଏତ ବର୍ତ୍ତମାନ ଅନେକ ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିପାରେ ମାତ୍ର ଆଗାମୀ ସମୟରେ ଆପଣଙ୍କ ସମସ୍ତ ସମସ୍ୟା ଗୁଡ଼ିକର ସମାପ୍ତି ଘଟିବ । ଆପଣଙ୍କୁ କେବଳ ନିଜ ଉପରେ ବିଶ୍ଵାସ ରଖିବାକୁ ପଡ଼ିବ ଓ ନିଜ ଲକ୍ଷ୍ୟକୁ ଦୃଢଭାବରେ ଅନୁସରଣ କରି ଅଗ୍ରସର କରନ୍ତୁ । ଭାଗ୍ୟ ସର୍ବଦା ଆପଣଙ୍କ ସହିତ ରହିବ ଓ ଆପଣ ସଫଳତା ହାସଲ କରିବେ । ମନେ ରଖନ୍ତୁ ଯେ, ଆପଣଙ୍କ ରାଶି ଏହି ବର୍ଷର ଭାଗ୍ୟବାନ ରାଶି କିନ୍ତୁ ତାର ଅର୍ଥ ଏହା ନୁହେଁ ଯେ ଆପଣଙ୍କ ଜୀବନରେ କୌଣସି ସମସ୍ୟା ଆସିବ ନାହିଁ । ସମସ୍ୟା ହୁଏତ ଆସିଯିବ କିନ୍ତୁ ଭାଗ୍ୟର ସହଯୋଗ ପାଇ ଆପଣ ସେହି ସମସ୍ୟାକୁ ଦୃଢତାର ସହ ସମ୍ମୁଖୀନ କରିବେ ଓ ସମାଧାନର ମାର୍ଗ ମଧ୍ୟ ପାଇବେ ।

ଉଜ୍ଜ୍ଵଳ ଭବିଷ୍ୟତ ଆଣିବ :-

ରାଶିଚକ୍ର ଥିବା ୧୨ଟି ରାଶି ମଧ୍ୟରୁ ସିଂହ ରାଶିକୁ ସର୍ବତ୍ତମ ରାଶି ରୂପେ ବିବେଚନା କରାଯାଇଥାଏ । ଏହି ବର୍ଷ ଏହି ରାଶିର ବ୍ୟକ୍ତିମାନେ ନିଜକୁ ନିଜେ ନିତୃତ୍ୱ କରି ଉଜ୍ଜ୍ଵଳ ଭବିଷ୍ୟତ ଦିଗକୁ ନେଇପାରିବେ । କୁହାଯାଏ ଯେ, ଯେତେବେଳେ ନକ୍ଷତ୍ରମାନେ ଆପଣଙ୍କ ସପକ୍ଷରେ ରହିଥାନ୍ତି, ସେତେବେଳେ ଆପଣଙ୍କୁ ନିଜର ପ୍ରୟାସର ଫଳ ମଧ୍ୟ ମିଳିଯାଏ । ଏହି ବର୍ଷ ଆପଣ ସମସ୍ତଙ୍କ ଦୃଷ୍ଟି ଆକର୍ଷଣରେ ରହିବେ । ସମାଜରେ ଆପଣଙ୍କୁ ମାନ-ସମ୍ମାନ ଏବଂ ପ୍ରତିଷ୍ଠା ବୃଦ୍ଧି ହେବ । ପରିବାର ଓ ବନ୍ଧୁ ଆପଣଙ୍କୁ ଗୁରୁତ୍ଵ ଦେବେ, ଆପଣଙ୍କ ସମ୍ପର୍କ ଦୃଢ଼ ଏବଂ ମଧୁର ହେବ । ଆପଣ ନିଜ ପ୍ରୟାସରେ କୃତକାର୍ଯ୍ୟ ହେବେ ଓ ସମସ୍ତ କାର୍ଯ୍ୟରେ ପ୍ରଶଂସିତ ହେବ । ଆପଣ ଯେକୌଣସି କାର୍ଯ୍ୟ କରିବେ ତାହାର ଉଚିତ ଫଳ ମିଳିବ । ସେହି କାର୍ଯ୍ୟଗୁଡିକ ଭଲଭାବରେ ସଂପୂର୍ଣ୍ଣ ହେବ ଓ ଆପଣଙ୍କ ପରିଶ୍ରମ ଏବଂ ଯଶର ପ୍ରଶଂସା ମଧ୍ୟ ପାଇବେ । ଆପଣଙ୍କୁ ନିଜର ସାଙ୍ଗସାଥୀ ଏବଂ ସିନିୟରମାନଙ୍କର ସହଯୋଗ ମଧ୍ୟ ମିଳିବ ।

ଏହି କଥା ପ୍ରତି ଗୁରୁତ୍ଵ ଦିଅନ୍ତୁ :-

ଆପଣ ଚଳିତ ବର୍ଷର ଭାଗ୍ୟଶାଳୀ ରାଶି ଅଟନ୍ତି କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ଆପଣ ଯତ୍ନହୀନ ଏବଂ ଅଳସୁଆ ହୋଇଯିବେ । ୨୦୨୦ ଆପଣଙ୍କ ପାଇଁ ଏତେ ବି ସହଜ ହେବନାହିଁ । ଆପଣଙ୍କ ଜୀବନରେ ଅନେକ କଠିନ ପରିସ୍ଥିତି ଆସିବ । ଆପଣଙ୍କୁ ସାହସ ଓ ଧୌର୍ଯ୍ୟର ସହିତ ସମସ୍ତ ସମସ୍ୟାର ସମାଧାନ କରିବାକୁ ପଡ଼ିବ । ତଥାପି ଗୋଟିଏ କଥା ଆପଣଙ୍କୁ ଜଣାଇ ଦେଉଛୁ, ଏହି ବର୍ଷ ସମ୍ଭବତଃ ଆପଣଙ୍କ ପାଇଁ ଏହି ଆପଣଙ୍କ ପାଇଁ ଏକ ଉଜ୍ଜ୍ଵଳ ଭବିଷ୍ୟତ ଓ ସୁବର୍ଣ୍ଣ ସୁଯୋଗ ନେଇ ଆସିଛି । ବର୍ତ୍ତମାନ ଏହି ସୁଯୋଗର ଲାଭ ଉଠାଇବା କେବଳ ଆପଣଙ୍କ ହାତରେ ହିଁ ଅଛି ।

ବି.ଦ୍ର : ଅନୁଛେଦରେ ପ୍ରଦତ୍ତ ତଥ୍ୟ ଶତକଡା ୮୦ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ହିଁ ପ୍ରଯୁଜ୍ୟ । ଅନୁଛେଦଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ଓ ନିଜ ମତାମତ Comment ମାଧ୍ୟମରେ ଜାଣନ୍ତୁ ।

ସୌଜନ୍ୟ : newstrend

Be the first to comment

Leave a Reply

Your email address will not be published.


*