କରୋନା ରୋଗୀଙ୍କ ସାହାଯ୍ୟ ପାଇଁ ମହିଳା ଜଣକ ନିଜ ନମ୍ବର୍ ଦେଇଥିଲେ ! ବାର୍ତ୍ତାରେ ବ୍ୟକ୍ତିଗତ ଅଙ୍ଗର ଫୋଟ ଆସିଥିଲା…

କରୋନା ରୋଗୀଙ୍କ ସାହାଯ୍ୟ ପାଇଁ ମହିଳା ଜଣକ ନିଜ ନମ୍ବର୍ ଦେଇଥିଲେ ! ବାର୍ତ୍ତାରେ ବ୍ୟକ୍ତିଗତ ଅଙ୍ଗର ଫୋଟ ଆସିଥିଲା…

‘କରୋନା ଭାଇରସ୍’ର ଦ୍ୱିତୀୟ ଲହର ପ୍ରଥମ ଠାରୁ ମଧ୍ୟ ଅଧିକ ବିପଜ୍ଜନକ ବୋଲି ସାବ୍ୟସ୍ତ ହେଉଛି । ବର୍ତ୍ତମାନ ବିଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩.୧୫ ଲକ୍ଷ ମାମଲା ସାମ୍ନାକୁ ଆସିଛି । ଏହି ସଂକ୍ରମଣ ଅନେକ ଲୋକଙ୍କ ଜୀଵନ ମଧ୍ୟ ନେଉଛି । ଡାକ୍ତରଖାନାରେ ରୋଗୀ ମାନଙ୍କ ଲମ୍ବା ଧାଡି ଦେଖିବାକୁ ମିଳୁଛି । ପରିସ୍ଥିତି ଏତେ ମାତ୍ରାରେ ଜଟିଳ ହେଲାଣି କି ଅନେକ ଲୋକଙ୍କୁ ଶଯ୍ୟା ମଧ୍ୟ ମିଳି ପାରୁ ନାହିଁ । ଯେଉଁ ମାନଙ୍କୁ ଶଯ୍ୟା ମିଳୁଛି ସେମାନଙ୍କୁ ଅମ୍ଳଜାନ୍, ଇଞ୍ଜେକ୍ସନ୍, ଭେଣ୍ଟିଲେଟର୍ ପରି ଅଭାବର ସମ୍ମୁଖୀନ ହେବାକୁ ପଡୁଛି । ଏହିପରି ପରିସ୍ଥିତିରେ ଲୋକମାନେ ସୋସିଆଲ୍ ମିଡିଆ ମାଧ୍ୟମରେ ମଧ୍ୟ ସାହାଯ୍ୟ ମାଗୁଛନ୍ତି ।

ନିକଟ ଅତୀତରେ ଜଣେ ମହିଳା ସୋସିଆଲ୍ ମିଡିଆରେ ନିଜ ପରିବାରର ଜଣେ ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ସାହାଯ୍ୟ ମାଗିଥିଲେ । କିନ୍ତୁ ଏହାର ପ୍ରତି ବଦଳରେ ତାଙ୍କୁ ଲୋକମାନଙ୍କ ଠାରୁ ଅଶ୍ଳୀଳ ବାର୍ତ୍ତା ଆସିବା ଆରମ୍ଭ ହୋଇଯାଇଥିଲା । ମହିଳା ଜଣକ ତାଙ୍କ ସହିତ ଘଟିଥିବା ଏହି ଘଟଣାକୁ ଭାଇସ୍ ୱାର୍ଲ୍ଡ ନ୍ୟୁଜ୍ ସହିତ ସେୟାର୍ କରିଛନ୍ତି । ମହିଳା ଜଣକ କହିଛନ୍ତି କି ତାଙ୍କ ପରିବାରର ଜଣେ ସଦସ୍ୟ କରୋନା ପଜିଟିଭ୍ ହୋଇ ଯାଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ଏକ ‘ଭେଣ୍ଟିଲେଟର୍’ର ଆବଶ୍ୟକତା ପଡିଥିଲା । ଏହିପରି ପରିସ୍ଥିତିରେ ସେ ଟ୍ୱିଟର୍ ମାଧ୍ୟମରେ ଲୋକମାନଙ୍କ ଠାରୁ ସାହାଯ୍ୟ ଲୋଡିଥିଲେ । ତାଙ୍କୁ ୬ ଘଣ୍ଟା ମଧ୍ୟରେ ସାହାଯ୍ୟ ମଧ୍ୟ ମିଳି ଯାଇଥିଲା ।

ମହିଳାଙ୍କୁ ପ୍ଲାଜ୍ମାର ଆବଶ୍ୟକତା ଥିଲା । ଏଥି ପାଇଁ ତାଙ୍କୁ ଜଣେ ଦାତାଙ୍କ ଆବଶ୍ୟକ ଥିଲା । ତେଣୁ ସେ ସୋସିଆଲ୍ ମିଡିଆରେ ତାଙ୍କ ସମସ୍ୟାକୁ ନିଜ ମୋବାଇଲ୍ ନମ୍ବର ସହିତ ସେୟାର୍ କରିଥିଲେ । ମହିଳା ଜଣକ କହିଥିଲେ କି ସେ ଟିକେ ନର୍ଭସ୍ ଥିଲେ କିନ୍ତୁ ସେହି ଅସୁସ୍ଥ ବ୍ୟକ୍ତି ଜଣକ ତାଙ୍କର ସବୁଠାରୁ ବଡ ପ୍ରାଥମିକତା ଥିଲେ । ତେଣୁ ସେ ତାଙ୍କର ଫୋନ୍ ନମ୍ବରକୁ ସର୍ବସାଧାରଣ ପ୍ଲାଟଫର୍ମରେ ସେୟାର୍ କରି ଦେଇଥିଲେ ।

କେବଳ ଏହି ନମ୍ବର ଦେବା ତାଙ୍କର ଭୁଲ୍ ଥିଲା । ଯେଉଁ ଠାରେ କିଛି ଲୋକ ସାହାଯ୍ୟ ପ୍ରଦାନ କରୁଥିବା ବେଳେ ଅପରପକ୍ଷେ ଏହିପରି ଅନେକ ଲୋକଥିଲେ ଯେଉଁମାନେ ମହିଳାଙ୍କୁ ଅଶ୍ଳୀଳ ବାର୍ତ୍ତା ପଠାଇବା ଆରମ୍ଭ କରି ଦେଇଥିଲେ । ସେମାନେ ମହିଳାଙ୍କୁ ଅଜବ ପ୍ରଶ୍ନ ପଚାରିବା ଆରମ୍ଭ କରିଥିଲେ । ତୁମର ଡିପି ବହୁତ ଭଲ ବୋଲି କେହି କେହି କହିଥିଲେ, ତ ପୁଣି କିଛି ଜଣ ପ୍ରଶ୍ନ କରିଥିଲେ କି ତୁମେ ଅବିବାହିତ ଅଛ କି । ଅନେକ ଲୋକ ଫୋନ୍ କରି ବିରକ୍ତ ମଧ୍ୟ କରିଥିଲେ । ଏହିପରି ପରିସ୍ଥିତିରେ ମହିଳା ଜଣକ ଧୀରେ ଧୀରେ ସମସ୍ତ ନମ୍ବର ଗୁଡିକୁ ବ୍ଲକ୍ କରିଥିଲେ । ମହିଳା ଜଣକ କହିଛନ୍ତି କି କିଛି ଲୋକ ମୋତେ ସେମାନଙ୍କର ବ୍ୟକ୍ତିଗତ ଅଂଶର ଫୋଟ ମଧ୍ୟ ପଠାଇଥିଲେ ।

ଏହି ସବୁ ସାମ୍ନା କରିବା ପରେ ମହିଳା ଜଣକ ଶେଷରେ ନିଜ ନମ୍ବରକୁ ତାଙ୍କ ସର୍ବସାଧାରଣ ଆକାଉଣ୍ଟରୁ ହଟାଇ ଦେଇଥିଲେ । ବହୁତ ଦୁଃଖ ଏବଂ ପରିତାପର ବିଷୟ ଏହିକି ଯେ, ଏହିପରି ଏକ କଠିନ ପରିସ୍ଥିତିରେ ମଧ୍ୟ ଲୋକମାନେ ନିଜର ଖଳ ପ୍ରବୃତ୍ତି ଠାରୁ ନିଜକୁ ନିବୃତ୍ତ ରଖୁ ନାହାଁନ୍ତି । ଏହା ପୂର୍ବରୁ, କରୋନାରେ ପୀଡିତ ଜଣେ ମହିଳାଙ୍କ ଠାରୁ ଯୌନ ଶୋଷଣର ଖବର ମଧ୍ୟ ସାମ୍ନାକୁ ଆସିଛି । ଏଥି ସହିତ ଅନେକ ଡାକ୍ତରଖାନା ମାନଙ୍କରେ ଶଯ୍ୟା, ଇଞ୍ଜେକ୍ସନ୍ ଏବଂ ଅମ୍ଳଜାନ୍ ବଦଳରେ ମୋଟା ଅଙ୍କର ଟଙ୍କା ମଧ୍ୟ ମଗା ଯାଉଛି । ଯଦି ଆପଣ ମଧ୍ୟ ଆପଣଙ୍କ ଆଖପାଖରେ ଥିବା ଲୋକଙ୍କୁ ବାଧ୍ୟବାଧକତାର ସୁଯୋଗ ନେଉଥିବାର ଦେଖନ୍ତି, ତେବେ ତୁରନ୍ତ ଏହାର ସୂଚନା ପୋଲିସକୁ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *