ମହିଳା ଜଣକ ଏକାସାଙ୍ଗରେ ୯ଟି ସନ୍ତାନକୁ ଜନ୍ମ ଦେଲେ ! ଡାକ୍ତର ଜାଣିଥିଲେ ୭ଟି ସନ୍ତାନ ଜନ୍ମ ହେବ ବୋଲି ସୂଚନା ଦେଇଥିଲେ…

ମହିଳା ଜଣକ ଏକାସାଙ୍ଗରେ ୯ଟି ସନ୍ତାନକୁ ଜନ୍ମ ଦେଲେ ! ଡାକ୍ତର ଜାଣିଥିଲେ ୭ଟି ସନ୍ତାନ ଜନ୍ମ ହେବ ବୋଲି ସୂଚନା ଦେଇଥିଲେ…

ପଶ୍ଚିମ ଆଫ୍ରିକୀୟ ଦେଶ ମୋରୋକୋରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ୨୫ ବର୍ଷ ବୟସ୍କା ମହିଳା ହଲିମା ସିସେ, ନଅଟି ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଖବରରେ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେହିଭଳି ହଲିମା କହିଛନ୍ତି ଯେ, ଯେତେବେଳେ ଡାକ୍ତରମାନେ ତାଙ୍କର ଅଲଟ୍ରାସାଉଣ୍ଡ କରିଥିଲେ, ସେହିସମୟରେ ତାଙ୍କୁ କୁହାଯାଇଥିଲା ଯେ ସେ ୭ଟି ସନ୍ତାନ ପ୍ରସବ କରିବାକୁ ଯାଉଛନ୍ତି, କିନ୍ତୁ ପ୍ରସବ ସମୟରେ ୯ଟି ସନ୍ତାନ ଜନ୍ମ ହୋଇଥିଲେ ।

ଏହି ଖବର ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏଥିସହିତ ମାର୍ଚ୍ଚରେ ହଲିମାଙ୍କୁ ଡାକ୍ତରଙ୍କ ଦ୍ଵାରା ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ ପଠାଯାଇଥିଲା, ଯେଉଁଥିପାଇଁ ସେ ମୋରୋକୋକୁ ଆସିଥିଲେ ଏବଂ ଏହିଠାରେ ତାଙ୍କର ପ୍ରସବ ହୋଇଥିଲା ।

ଖବର ଅନୁଯାୟୀ ଅଲଟ୍ରାସାଉଣ୍ଡ ପରେ ହଲିମା ୭ଟି ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି ବୋଲି ବିଶ୍ୱାସ କରାଯାଉଥିଲା । ଯଦିଓ ସେ ୯ ସନ୍ତାନ ଜନ୍ମ ଦେଇଥିଲେ । ଅଦ୍ୟାବଧି ୬ଟି ସନ୍ତାନଙ୍କୁ ଏକାଠି ଜନ୍ମ କରିବାର ଘଟଣା ସବୁଠାରୁ ବିରଳ ବୋଲି ବିବେଚନା କରାଯାଉଥିଲା କିନ୍ତୁ ବର୍ତ୍ତମାନ ହଲିମା ୯ଟି ସନ୍ତାନ ଜନ୍ମ କରିବାର ଘଟଣା ବିଶ୍ୱବ୍ୟାପୀ ରେକର୍ଡରେ ପରିଣତ ହୋଇଛି ।

ଏଥି ସହିତ ମୋରୋକୋର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ରାଚିଡ଼ କୋଉଧାରୀ କହିଛନ୍ତି ଯେ ଦେଶର କୌଣସି ଡାକ୍ତରଖାନାରେ ଏତେ ସଂଖ୍ୟକ ଶିଶୁ ଜନ୍ମ ହେବାର ଘଟଣା ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ । ଏକାସାଙ୍ଗରେ ୯ ପିଲା ଜନ୍ମ କରିବାର ଖବର ବିରଳ ବୋଲି ଧରାଯାଉଛି ।

ଏହି ଖବର ଡାକ୍ତରଙ୍କୁ ଆଶ୍ଚର୍ଯ୍ୟ କରିଛି । ଡାକ୍ତର କହିଛନ୍ତି ଯେ ଅଲଟ୍ରାସାଉଣ୍ଡରେ କେବଳ ୭ ଜଣ ପିଲାଙ୍କର ସୂଚନା ସାମ୍ନାକୁ ଆସିଥିଲା । ମାଲିର ସ୍ୱାସ୍ଥ୍ୟମନ୍ତ୍ରୀ ଫାଣ୍ଟା ସିବି ଏହି ପ୍ରସଙ୍ଗରେ ନିଜର ବିବୃତ୍ତି ଜାରି କରି କହିଛନ୍ତି ଯେ ହଲିମା ନବଜାତ ଶିଶୁ ୫ଟି ଝିଅ ଏବଂ ୪ ପୁଅଙ୍କୁ ଜନ୍ମ ଦେଇଛନ୍ତି । ତେବେ ବର୍ତ୍ତମାନ ମା’ ସହିତ ସମସ୍ତ ପିଲା ସୁସ୍ଥ ଅଛନ୍ତି ।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ହଲିମାଙ୍କ ସ୍ୱାସ୍ଥ୍ୟ ଏବଂ ଶିଶୁମାନଙ୍କ ଜୀବନ ବିଷୟରେ ଡାକ୍ତରମାନେ ଉଦ୍ବେଗ ପ୍ରକାଶ କରିଛନ୍ତି । ମାଲିର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଉଭୟ ଦେଶରେ ଅଲଟ୍ରାସାଉଣ୍ଡ ସମୟରେ ସେ ଜାଣିବାକୁ ପାଇଥିଲେ ଯେ ସେ ୭ ସନ୍ତାନ ଜନ୍ମ ଦେବେ କିନ୍ତୁ ସେ ୯ ସନ୍ତାନ ଜନ୍ମ ଦେଇଛନ୍ତି । ବର୍ତ୍ତମାନ ସମସ୍ତେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି । କହିରଖୁଛୁ ଯେ, ଏହି ସମସ୍ତ ପିଲାମାନେ ଅପରେସନରୁ ଜନ୍ମ ନେଇଛନ୍ତି ଏବଂ ଡାକ୍ତରଙ୍କ ଅନୁଯାୟୀ ଏହା ଏକ ବିରଳ ଘଟଣା ।

Leave a Reply

Your email address will not be published. Required fields are marked *