ସ୍ୱାମୀଙ୍କ ଠାରୁ ବୟସରେ ଛୋଟ ଅଟନ୍ତି ଏହି ରାଜନେତା ମାନଙ୍କ ସ୍ତ୍ରୀ । ଜଣେ ଅଟନ୍ତି ନିଜ ସ୍ୱାମୀ ଠାରୁ ୨୫ ବର୍ଷ ଛୋଟ !

ସ୍ୱାମୀଙ୍କ ଠାରୁ ବୟସରେ ଛୋଟ ଅଟନ୍ତି ଏହି ରାଜନେତା ମାନଙ୍କ ସ୍ତ୍ରୀ । ଜଣେ ଅଟନ୍ତି ନିଜ ସ୍ୱାମୀ ଠାରୁ ୨୫ ବର୍ଷ ଛୋଟ !

ସମଗ୍ର ଦେଶରେ ଏପରି ଅନେକ କଳାକାର ଅଛନ୍ତି, ଯାହାଙ୍କ ଜୀବନସାଥୀ ମଧ୍ୟରେ ତାଙ୍କ ବୟସର ଅନ୍ତର ବହୁତ ଅଧିକ ହୋଇଥାଏ । ବଲିଉଡ଼ରୁ ଆରମ୍ଭ କରି ହଲିଉଡ଼ର ଦୁନିଆ ପର୍ଯ୍ୟନ୍ତ ଏପରି ଅନେକ ଚର୍ଚ୍ଚିତ ଦମ୍ପତି ରହିଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୧୦ ଠାରୁ ୧୨ ବର୍ଷ ପର୍ଯ୍ୟନ୍ତ ବୟସର ଅନ୍ତର ରହିଛି । ଏପରି ହିଁ ଭାରତୀୟ ରାଜନୀତିରେ ମଧ୍ୟ କିଛି ନେତା ଅଛନ୍ତି, ଯେଉଁମାନେ ଦୁନିଆକୁ ଏହା କହିଛନ୍ତି ଯେ ପ୍ରେମରେ ବୟସର ଅନ୍ତର ବାଧା ସୃଷ୍ଟି କରିପାରେ ନାହିଁ । ଏହି ନେତା ମାନଙ୍କୁ ନେଇ ଅଧିକାଂଶ ଖବର ମଧ୍ୟ ଆସିଥାଏ । ଆସନ୍ତୁ ଜାଣିବା ସେହି ରାଜନେତା ମାନଙ୍କ ବିଷୟରେ ଯେଉଁମାନଙ୍କ ସ୍ତ୍ରୀ ମାନେ ବୟସରେ ତାଙ୍କ ଠାରୁ ବହୁତ ଛୋଟ ଅଟନ୍ତି ।

କୁମାର ସ୍ୱାମୀ ଓ ସ୍ତ୍ରୀ ରାଧିକା

newstrend

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ରହିଥିବା ଓ ଜେଡ଼ିଏମଙ୍କ ନେତା କୁମାର ସ୍ୱାମୀଙ୍କ ସ୍ତ୍ରୀ ରାଧିକାଙ୍କ ସୁନ୍ଦରତାର ଜନତା ଦିୱାନା ଅଟନ୍ତି । କିନ୍ତୁ ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିପାରେ ଯେ କୁମାର ସ୍ୱାମୀ ଓ ରାଧିକାଙ୍କ ମଧ୍ୟରେ ୨୭ ବର୍ଷର ଅନ୍ତର ରହିଛି । ବାସ୍ତବରେ କୁମାର ସ୍ୱାମୀ ରାଧିକାଙ୍କ ସହିତ ଦ୍ୱିତୀୟ ବିବାହ କରିଛନ୍ତି । ମିଡ଼ିଆ ରିପୋର୍ଟ ଅନୁଯାୟୀ, ଯେଉଁ ବର୍ଷ କୁମାର ସ୍ୱାମୀ ପ୍ରଥମେ ବିବାହ କରିଥିଲେ ସେହି ବର୍ଷ ରାଧିକାଙ୍କ ଜନ୍ମ ହୋଇଥିଲା ।

ଦିଗବିଜୟ ସିଂହ – ଅମୃତା ରାୟ

newstrend

ମଧ୍ୟପ୍ରଦେଶ ରାଜନୀତିର ଦିଗଜ୍ଜ କୁହାଯାଉଥିବା କଂଗ୍ରେସୀ ନେତା ଦିଗବିଜୟ ସିଂହ ୨୦୧୫ ମସିହାରେ ପତ୍ରକାର ଅମୃତା ରାୟଙ୍କ ସହିତ ଦ୍ୱିତୀୟ ବିବାହ କରିଥିଲେ । କୁହାଯାଏ ଯେ ରାଜନୀତି ଦୁନିଆରେ ଏହା ସବୁଠାରୁ ଚର୍ଚ୍ଚିତ ଅଟେ ଏବଂ ବିବାଦିତ ଯୋଡ଼ି ଅଟେ । ବାସ୍ତବରେ ଦିଗବିଜୟ ସିଂହଙ୍କ ପ୍ରଥମ ପତ୍ନୀଙ୍କ ନାମ ଆଶା ଦେବୀ, ଏବଂ ତାଙ୍କର ନିଧନ ହୋଇଯାଇଥିଲା । ଆଶା ଦେବୀଙ୍କ ନିଧନ ପରେ ଦିଗ୍ଗି ରାଜା ସମ୍ପର୍କ ଅମୃତା ରାୟଙ୍କ ସହିତ ବଢ଼ିବାକୁ ଲାଗିଲା ଏବଂ ଦୁହେଁ ପୁଣିଥରେ ବିବାହ କରିନେଲେ । ଜଣାଇଦେଉଛୁ ଯେ ଦିଗବିଜୟ ଓ ଅମୃତାଙ୍କ ବୟସରେ ୨୫ ବର୍ଷର ଅନ୍ତର ରହିଛି ।

ରାମ ବିଳାସ ପାସବାନ – ରୀନା ଶର୍ମା

newstrend

ଭାରତ ସରକାରରେ ମନ୍ତ୍ରୀ ଓ ଲୋକ ଜନଶକ୍ତି ଦଳର ପ୍ରମୁଖ ରାମ ବିଳାସ ପାସବାନ ୧୯୮୩ ମସିହାରେ ରୀନା ଶର୍ମାଙ୍କ ସହିତ ଦ୍ୱିତୀୟ ବିବାହ କରିଥିଲେ । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିପାରେ ଯେ ଦୁହିଁଙ୍କ ମଧ୍ୟରେ ୧୯ ବର୍ଷର ଅନ୍ତର ରହିଛି । ଜଣାଇଦେଉଛୁ ଯେ ରାମ ବିଳାସ ପାସବାନ ୧୯୮୧ ମସିହାରେ ନିଜର ପ୍ରଥମ ସ୍ତ୍ରୀ ରାଜକୁମାରୀ ଦେବୀଙ୍କୁ ଛାଡ଼ପତ୍ର ଦେଇଥିଲେ । ଏହାର ଦୁଇ ବର୍ଷ ପରେ ୧୯୮୩ ମସିହାରେ ସେ ଦ୍ୱିତୀୟ ବିବାହ କରିଥିଲେ । ଚିରାଗ ପାସବାନ ତାଙ୍କର ଦ୍ୱିତୀୟ ପତ୍ନୀ ଅର୍ଥାତ ରୀନା ଶର୍ମାଙ୍କ ସନ୍ତାନ ଅଟନ୍ତି ।

ଲାଲୁ ପ୍ରସାଦ ୟାଦବ – ରାବଡ଼ି ଦେବୀ

newstrend

ବିହାରର ନେତା ଲାଲୁ ପ୍ରସାଦ ୟାଦବ ନା କେବଳ ବିହାରରେ ସମସ୍ତଙ୍କ ପ୍ରିୟ ଅଟନ୍ତି ବରଂ ସମଗ୍ର ଦେଶରେ ଲୋକମାନେ ତାଙ୍କୁ ପସନ୍ଦ କରନ୍ତି । ତାଙ୍କର ବିଶେଷ ଭାଷା ଶୈଳୀ ଓ ମଜାଳିଆ ଓ ହସ ହସ ମୁଖକୁ ଲୋକମାନେ ଆଜି ମଧ୍ୟ ରାଜନୀତିରେ ମନେ ପକାନ୍ତି । ଜଣାଇଦେଉଛୁ ଯେ ଲାଲୁ ପ୍ରସାଦ ୟାଦବ ବର୍ତ୍ତମାନ ଚାରା ଘୋଟାଲା ଦଣ୍ଡ ଭୋଗୁଛନ୍ତି । ଯଦିଓ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ପୁରାପୁରି ଠିକ୍ ଅଛି ଏବଂ ସେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି । ଆଜି ଆମେ ଆପଣଙ୍କୁ ତାଙ୍କ ସ୍ତ୍ରୀ ଓ ଲାଲୁ ପ୍ରସାଦ ୟାଦବଙ୍କ ମଧ୍ୟରେ ଥିବା ବୟସର ଅନ୍ତର ବିଷୟରେ ଜଣାଇବୁ । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିପାରେ ଯେ ଲାଲୁ ଓ ରାବଡ଼ି ଦେବୀଙ୍କ ମଧ୍ୟରେ ୧୧ ବର୍ଷର ଅନ୍ତର ରହିଛି ।

ଦେବେନ୍ଦ୍ର ଫଡନବିସ – ଅମୃତା

newstrend

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ଓ ତାଙ୍କ ସ୍ତ୍ରୀ ଅମୃତାଙ୍କ ମଧ୍ୟରେ ୯ ବର୍ଷର ଅନ୍ତର ରହିଛି । ଯେଉଁଠି ଗୋଟିଏ ପକ୍ଷରେ ତାଙ୍କ ସ୍ତ୍ରୀ ଅମୃତା ବାରମ୍ବାର ସମାଜ ସେବା କାର୍ଯ୍ୟରେ ଲାଗି ରହନ୍ତି । ଏହା ବ୍ୟତୀତ ଅମୃତା ଏକ ଗାୟିକା ମଧ୍ୟ ଅଟନ୍ତି ଏବଂ ତାଙ୍କର ଏକ ଏଲବମ୍ ମଧ୍ୟ ଆସିସାରିଛି । ଦେବେନ୍ଦ୍ର ଓ ଅମୃତା କିଛି ସୁଯୋଗରେ ଏକାଠି ନଜର ଆସନ୍ତି । କେବଳ ଏତିକିନୁହେଁ ଜନତା ମଧ୍ୟ ଏହି ରାଜନୈତିକ ଯୋଡ଼ିଙ୍କୁ ଖୁବ୍ ପସନ୍ଦ କରନ୍ତି ।

Leave a Reply

Your email address will not be published. Required fields are marked *