“ତାରକ ମେହେତା କା ଉଲଟା ଚାଷମା”ର ଧାରାବାହିକରେ ଅଭିନୟ କରୁଥିବା କଳାକାରଙ୍କ ଆସିଲି ଜୀବନ ସାଥିଙ୍କ….

“ତାରକ ମେହେତା କା ଉଲଟା ଚାଷମା”ର ଧାରାବାହିକରେ ଅଭିନୟ କରୁଥିବା କଳାକାରଙ୍କ ଆସିଲି ଜୀବନ ସାଥିଙ୍କ….

ଟିଭି ଜଗତରେ “ତାରକ ମେହେତା କା ଉଲଟା ଚାଷମା” ଧାରାବାହିକକୁ ଲୋକମାନେ ଖୁବ୍ ପସନ୍ଦ କରନ୍ତି । ଧାରାବାହିକରେ ଗୋକୁଳ ଧାମରେ ଥିବା ସମସ୍ତ ସଦସ୍ୟକୁ ଦେଖିଥିବେ କିନ୍ତୁ କଣ ଆପଣ କେବେ ଏହି କଳାକାରଙ୍କ ଅସଲି ଜୀବନ ସାଥିଙ୍କୁ ଦେଖିଛନ୍ତି କି ? ଆଜି ଆମେ ଆପଣଙ୍କୁ ଖାସ୍ କରି ସେମାନଙ୍କ ବାସ୍ତବିକ ଜୀବନ ସାଥିଙ୍କ ବିଷୟରେ କହିବାକୁ ଯାଉଛୁ ।

୧) ଜେଠା ଲାଲ୍ –

Google

ଜେଠା ଲାଲଙ୍କ ବାସ୍ତବ ନାମ ହେଉଛି ଦିଲୀପ ଯୋଶୀ । ଜେଠା ଲାଲ୍ ଓ ଦାୟାଙ୍କ ଯୋଡି ତ’ ଆପଣ ସମସ୍ତେ ନିଶ୍ଚୟ ରୂପେ ଦେଖିଥିବେ । ଦିଲୀପ ଯୋଶୀଙ୍କ ସ୍ତ୍ରୀଙ୍କ ନାମ ହେଉଛି ଜୟମାଲା ଯୋଶୀ ଓ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି ।

୨) ଚମ୍ପକ ଲାଲ୍ –

Google

ଚମ୍ପକ ଲାଲଙ୍କ ଅସଲି ନାମ ହେଉଛି ଅମିତ ଭଟ୍ଟ । ସେ ଏହି ଧାରାବାହିକରେ ଜେଠା ଲାଲଙ୍କ ବାପାଙ୍କ ଚରିତ୍ରରେ ଖୁବ୍ ସୁନ୍ଦର ରୂପେ ଅଭିନୟ କରଛନ୍ତି । ସେ ଧାରାବାହିକରେ ବୃଦ୍ଧ ଲୋକ ରୂପେ ଅଭିନୟ କରନ୍ତି କିନ୍ତୁ ତାଙ୍କୁ ମାତ୍ର ୪୫ ବର୍ଷ ହୋଇଛି । ତାଙ୍କର ପତ୍ନୀ ସୁନ୍ଦରତାରେ କାହାଠାରୁ କମ ନୁହଁନ୍ତି । ସେ ଦୁଇଟି ଯାଅଁଳା ସନ୍ତାନର ପିତା ଅଛନ୍ତି ।

୩) ମେହେତା ସାହାବ୍ –

Google

ମେହେତା ସାହାବଙ୍କ ଅସଲି ନାମ ହେଉଛି, ଶୈଳେଶ ଲୋଡ଼ା । ଧାରାବାହିକରେ ଏକ ଲେଖକ ଓ କବି ହେବା ସହିତ ଗୋକୁଳ ଧାମ ପରିବେଶର ସବୁଠାରୁ ବୁଦ୍ଧିମାନ ବ୍ୟକ୍ତି ଅଟନ୍ତି । ତାଙ୍କ ସ୍ତ୍ରୀଙ୍କ ନାମ ହେଉଛି ସ୍ଵାତୀ ଲୋଡ଼ା । ତାଙ୍କର ଗୋଟିଏ ସୁନ୍ଦର ଝିଅ ମଧ୍ୟ ଅଛି ।

୪) ପତ୍ରକାର ପୋପାଟ୍ ଲାଲ୍ –

Google

ପତ୍ରକାର ପୋପାଟ୍ ଲାଲଙ୍କ ଅସଲି ନାମ ହେଉଛି ଶ୍ୟାମ ପାଠକ୍ । ସେ ଧାରାବାହିକରେ ଏକ କ୍ରାଇମ୍ ରିପୋର୍ଟର ରୂପେ ଅଭିନୟ କରନ୍ତି । ପୋପାଟ୍ ଲାଲଙ୍କ ବାସ୍ତବିକ ଜୀବନରେ ତାଙ୍କ ସ୍ତ୍ରୀଙ୍କ ନାମ ହେଉଛି ରଶ୍ମି ପାଠକ୍ ।

୫) ଆତ୍ମା ରାମ୍ ତୁକା ରାମ୍ ଭିଡ଼େ –

Google

ଆତ୍ମା ରାମ୍ ତୁକା ରାମ୍ ଭିଡ଼େଙ୍କ ବାସବିକ ନାମ ହେଉଛି ମାନ୍ଦାର ଚାନ୍ଦଦ୍ୱାଦକାର୍ । ଧାରାବାହିକରେ ଗୋକୁଳ ଧାମ ପରିବେଶର ଏକ ମୁଖ୍ୟ ସେକ୍ରେଟାରି ଅଟନ୍ତି । ସେ ହିନ୍ଦୀ ସହିତ ମରାଠୀ ଚଳଚିତ୍ରରେ ମଧ୍ୟ କାମ କରନ୍ତି । ତାଙ୍କ ସ୍ତ୍ରୀ ଖୁବ୍ ସୁନ୍ଦର ଅଟନ୍ତି ତାଙ୍କର ଗୋଟିଏ ସନ୍ତାନ ମଧ୍ୟ ଅଛି ।

ଏଥିରୁ ଆପଣ କେଉଁ କଳାକାରଙ୍କ ଅଭିନୟକୁ ବହୁତ ପସନ୍ଦ କରନ୍ତି, ତାହା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *