ଏକ ବର୍ଷ ମଧ୍ୟ ତିଷ୍ଠି ପାରିଲା ନାହିଁ ଏହି ବଲିଉଡ଼ କଳାକାରଙ୍କ ବିବାହ ! କେହି ୬ମାସ ତ ଆଉ କିଏ ୧୧ମାସରେ ନେଲେ ଛାଡ଼ପତ୍ର…

ଏକ ବର୍ଷ ମଧ୍ୟ ତିଷ୍ଠି ପାରିଲା ନାହିଁ ଏହି ବଲିଉଡ଼ କଳାକାରଙ୍କ ବିବାହ ! କେହି ୬ମାସ ତ ଆଉ କିଏ ୧୧ମାସରେ ନେଲେ ଛାଡ଼ପତ୍ର…

ଆଜିକାର ବ୍ୟସ୍ତତା ଭିତରେ ସମ୍ପର୍କ ଭାଙ୍ଗିବା ସାଧାରଣ କଥା ହୋଇଯାଇଛି । ସମ୍ପର୍କକୁ ବୁଝିବା କଷ୍ଟକର ହୋଇପଡିଛି, ଏଥିସହିତ ସମ୍ପର୍କରେ ସମ୍ମାନ, ସମୟର ଅଭାବ ମଧ୍ୟ ସମ୍ପର୍କ ଭାଙ୍ଗିବା କାରଣ ଅଟେ । ବଲିଉଡ଼ ଉପରେ ନଜର ପକାଇବା ତେବେ ବଲିଉଡ଼ରେ ମଧ୍ୟ ଏପରି କିଛି ସମ୍ପର୍କ ରହିଛି ଯାହା କିଛି ନା କିଛି କାରଣ ଯୋଗୁଁ ଭାଙ୍ଗିଗଲା । ବଲିଉଡ଼ର ଏପରି କିଛି ବିବାହ ଥିଲା ଯାହା ଖୁବଶୀଘ୍ର ଭାଙ୍ଗି ଯାଇଥିଲା । କେବେ ସମ୍ପର୍କ ଆରମ୍ଭ ହେଲା ଏବଂ କେବେ ଶେଷ ହେଲା ଜଣାପଡ଼ିଲା ନାହିଁ । ବଲିଉଡ଼ର କିଛି ବିବାହ ଏପରି ରହିଲା । ଆସନ୍ତୁ ଆଜି ଆପଣଙ୍କୁ ବଲିଉଡ଼ର କିଛି ଏପରି କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ବିବାହ ବହୁତ କମ୍ ସମୟ ମଧ୍ୟରେ ଭାଙ୍ଗି ଯାଇଥିଲା ।

ମୁକେଶ୍ ଅଗ୍ରୱାଲ୍ ଓ ରେଖା…

ବଲିଉଡ଼ର ଦିଗଜ୍ଜ ଓ ଏଭରଗ୍ରୀନ୍ ଅଭିନେତ୍ରୀ ରେଖାଙ୍କ ପ୍ରେମ କେବେ ସଫଳ ହୋଇପାରି ନଥିଲା । ପ୍ରଥମେ ତାଙ୍କ ନାମ ଦିଗଜ୍ଜ ଅଭିନେତା ଅମିତାଭ ବଚ୍ଚନଙ୍କ ସହ ଜଡ଼ିତ ହୋଇଥିଲା । କିଛି ବର୍ଷ ପର୍ଯ୍ୟନ୍ତ ଦୁହିଁଙ୍କ ଅଫେୟାର୍ ଚାଲିଥିଲା, କିନ୍ତୁ ଅମିତାଭ ବୈବାହିକ ହୋଇଥିବା କାରଣରୁ ଏହି ସମ୍ପର୍କ ଭାଙ୍ଗି ଯାଇଥିଲା । ସେପଟେ ରେଖା ୧୯୯୦ରେ ବ୍ୟବସାୟୀ ମୁକେଶ ଅଗ୍ରୱାଲଙ୍କୁ ବିବାହ କରିଥିଲେ । କିନ୍ତୁ ଏହି ବିବାହ ଗୋଟିଏ ବର୍ଷ ମଧ୍ୟ ତିଷ୍ଠି ରହିପାରିଲା ନାହିଁ । ରେଖା ଓ ମୁକେଶଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲୁନଥିଲା ଏବଂ ଦୁହେଁ ବିବାହର ୬ ମାସ ଭିତରେ ଛାଡ଼ପତ୍ର ନେଇଗଲେ । ରେଖାଙ୍କ ସହ ଛାଡ଼ପତ୍ର ନେବା ପରେ ମୁକେଶ ଅଗ୍ରୱାଲ୍ ଡ଼ିପ୍ରେସନରେ ଚାଲିଗଲେ ଏବଂ ସେ ରେଖାଙ୍କ ଓଢଣୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିନେଲେ ।

ସାଜିଦ୍ ନାଡ଼ିୟାଡ଼ବାଲା ଓ ଦିବ୍ୟା ଭାରତୀ…

ଦିବ୍ୟା ଭାରତୀ ଆଜି ଆମ ମଧ୍ୟରେ ନାହାଁନ୍ତି । ସେ ୨୮ ବର୍ଷ ଆଗରୁ ଦୁନିଆରୁ ବିଦାୟ ନେଇ ଯାଇଥିଲେ । ଦିବ୍ୟା ଭାରତୀ ନିଜ ତିନି ବର୍ଷର ଛୋଟ କ୍ୟାରିୟରରେ ପାଖାପାଖି ୨୦ଟି ଚଳଚ୍ଚିତ୍ରରେ ଅଭିନୟ କରି ନେଇଥିଲେ । ଦିବ୍ୟା ଭାରତୀ ମାତ୍ର ୧୯ ବର୍ଷ ବୟସରେ ୧୯୯୨ରେ ଚଳଚ୍ଚିତ୍ର ନିର୍ମାତା ସାଜିଦ୍ ନାଡ଼ିୟାଡ଼ବାଲାଙ୍କ ସହିତ ବିବାହ କରିଥିଲେ । କୁହାଯାଏ ଯେ ଦୁହେଁ ଚଳଚ୍ଚିତ୍ର ‘ଶୋଲା ଔର୍ ଶବନମ୍ ସେଟରେ ପରସ୍ପରର ଖୁବ୍ ନିକଟକୁ ଆସି ଯାଇଥିଲେ । କିନ୍ତୁ ଏହି ସମ୍ପର୍କ ଦିବ୍ୟାଙ୍କ ମୃତ୍ୟୁ ଯୋଗୁଁ ଗୋଟିଏ ବର୍ଷ ମଧ୍ୟରେ ଶେଷ ହୋଇଗଲା । ୫ ଏପ୍ରିଲ୍ ୧୯୯୩ କୁ ଦିବ୍ୟାଙ୍କ ରହସ୍ୟମୟ ଭାବେ ମୃତ୍ୟୁ ହୋଇଯାଇଥିଲା ଏବଂ ଏହି ସମ୍ପର୍କ ୧୧ମାସ ମଧ୍ୟରେ ଭାଙ୍ଗିଗଲା । କୁହାଯାଏ ଯେ ଦିବ୍ୟା ନିଜ ଅପାର୍ଟମେଣ୍ଟରୁ ପଡ଼ି ଯାଇଥିଲେ, ଯଦିଓ ତାଙ୍କ ମୃତ୍ୟୁ ରହସ୍ୟ କେବେ ସମାଧାନ ହୋଇପାରି ନଥିଲା ।

ସମ୍ରାଟ ଦହଲ୍ ଓ ମନୀଷା କୋଇରାଲା…

ବଲିଉଡ଼ର ଜଣାଶୁଣା ଅଭିନେତ୍ରୀ ମନୀଷା ନିଜ ଚଳଚ୍ଚିତ୍ର ଓ ଶୈଳୀ ଯୋଗୁଁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖବରରେ ଛାଇ ରହିଥିଲେ । ୨୦୧୦ରେ ମନୀଷା କୋଇରାଲା ନେପାଳୀ ବ୍ୟବସାୟୀ ସମ୍ରାଟ ଦହଲଙ୍କ ସହ ସପ୍ତପଦୀ ନେଇଥିଲେ, କିନ୍ତୁ ଏହି ସମ୍ପର୍କ ଖୁବଶୀଘ୍ର ଭାଙ୍ଗି ଯାଇଥିଲା । ୨୦୧୨ରେ ଦୁହେଁ ଛାଡ଼ପତ୍ର ନେଇ ଅଲଗା ହୋଇଯାଇଥିଲେ । ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲୁନଥିଲା ଓ ମାମଲା ଅଦାଲତ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା ।

ପୁଲକିତ୍ ସମ୍ରାଟ ଓ ଶ୍ୱେତା ରୋହିରା…

ପୁଲକିତ୍ ସମ୍ରାଟ ୨୦୧୪ରେ ଶ୍ୱେତା ରୋହିରାଙ୍କୁ ବିବାହ କରିଥିଲେ, ଯାହାକି ତାଙ୍କ ଦୀର୍ଘ ସମୟ ପ୍ରେମିକା ଥିଲେ । କିନ୍ତୁ ବିବାହର ୧୧ ମାସ ପରେ କପଲ୍ ଅଲଗା ହେବେ ବୋଲି ଘୋଷଣା କରିଥିଲେ ଏବଂ ସମସ୍ତଙ୍କୁ ଚକିତ କରି ଦେଇଥିଲେ । କୁହାଯାଏ ଯେ, ଏହି ସମ୍ପର୍କ ଅଭିନେତ୍ରୀ ୟାମୀ ଗୌତମଙ୍କ ଯୋଗୁଁ ଭାଙ୍ଗି ଯାଇଥିଲା । ପୁଲକିତ୍ ୟାମୀଙ୍କ ସହିତ ଗୋଟିଏ ଚଳଚ୍ଚିତ୍ରରେ ଅଭିନୟ କରୁଥିଲେ ଓ ଏହି ସମୟରେ ଦୁହିଁଙ୍କ ମଧ୍ୟରେ ନିକଟତା ବୃଦ୍ଧି ହୋଇଯାଇଥିଲା ।

Leave a Reply

Your email address will not be published. Required fields are marked *