ମଣିଷ ପରି ପଶୁମାନେ ମଧ୍ୟ ବର୍ତ୍ତମାନ ହେଲେ କରୋନା ଭୁତାଣୁର ଶିକାର ! ସଂକ୍ରମଣ ଯୋଗୁଁ ହେଲା ବିଲେଇର ମୃତ୍ୟୁ…

ମଣିଷ ପରି ପଶୁମାନେ ମଧ୍ୟ ବର୍ତ୍ତମାନ ହେଲେ କରୋନା ଭୁତାଣୁର ଶିକାର ! ସଂକ୍ରମଣ ଯୋଗୁଁ ହେଲା ବିଲେଇର ମୃତ୍ୟୁ…

କରୋନା ଭୁତାଣୁର ଆତଙ୍କ ଅଟକୁ ନାହିଁ । ସମଗ୍ର ବିଶ୍ୱରେ ଏହି କାରଣରୁ ଲୋକମାନେ ଚିନ୍ତିତ ଅଛନ୍ତି । ବର୍ତ୍ତମାନ ଗୋଟିଏ ଦିନ ମଧ୍ୟରେ ୩ ଲକ୍ଷରୁ ଅଧିକ କରୋନା ମାମଲା ସାମ୍ନାକୁ ଆସୁଅଛି । ଏଥିସହିତ ହଜାର ହଜାର ଲୋକ ଏ ଦୁନିଆଁରୁ ବିଦାୟ ନେଉଛନ୍ତି । ଏଥିରେ କୌଣସି ସନ୍ଦେହ ନାହିଁ କି ଏହି ଭୁତାଣୁ ମଣିଷ ମାନଙ୍କ ମଧ୍ୟରେ ତୀବ୍ର ବେଗରେ ବ୍ୟାପୁଅଛି । ଏହି ସମୟ ମଧ୍ୟରେ କରୋନା ଭୁତାଣୁର ନୂତନ ଷ୍ଟ୍ରେନକୁ ନେଇ ଆଉ ଏକ ଖୋଲାସା ହୋଇଅଛି । ମଣିଷ ପରେ ବର୍ତ୍ତମାନ ପଶୁମାନେ ମଧ୍ୟ ଏହାର ଶିକାର ହେଉଛନ୍ତି ।

ବାସ୍ତବରେ ‘ବ୍ରିଟେନ୍’ରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଅଛି, ଯେଉଁଠାରେ କରୋନା ପଜିଟିଭ୍ ହୋଇ ଏକ ବିଲେଇର ମୃତ୍ୟୁ ହୋଇଯାଇଛି । ବାସ୍ତବରେ ଏହି ବିଲେଇର ମାଳିକକୁ କରୋନା ହୋଇଥିଲା । ଏଥିପାଇଁ ସଂକ୍ରମଣ ବିଲେଇ ନିକଟକୁ ପହଞ୍ଚି ଯାଇଥିଲା । ଯେତେବେଳେ ଏହା ଉପରେ ଗବେଷଣା ହୋଇଥିଲା, ସେତେବେଳେ ଏହି କଥା ସ୍ପଷ୍ଟ ହୋଇଥିଲା କି କରୋନା ସଂକ୍ରମଣ ମଣିଷ ଠାରୁ ବିଲେଇକୁ ହୋଇଛି ।

କହିରଖୁଛୁ ଯେ, ଯେତେବେଳେ ବ୍ରିଟେନରେ କରୋନା ଲହର ଆସିଥିଲା, ସେତେବେଳେ ମଧ୍ୟ ଏକ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଦ୍ୱାରା ତାଙ୍କ ବିଲେଇ କରୋନା ପଜିଟିଭ୍ ହୋଇ ଯାଇଥିଲା । ଏହା ୨୦୨୦ ମସିହା ଏପ୍ରିଲ୍ ମାସର କଥା ଅଟେ, ଯେତେବେଳେ ବିଲେଇର ଚିକିତ୍ସା ପାଇଁ ମଧ୍ୟ ଡାକ୍ତରଙ୍କ ନିକଟକୁ ନିଆଯାଇଥିଲା । ସେହି ବିଲେଇକୁ ନିଃଶ୍ୱାସ ନେବାରେ ଅସୁବିଧା ହେଉଥିଲା । ବିଲେଇର ମାଲିକର ରିପୋର୍ଟ କରୋନା ପଜିଟିଭ୍ ଥିଲା । ତେବେ ବ୍ୟକ୍ତି ଜଣକ ସେହି ସମୟରେ ବିଲେଇର ଟେଷ୍ଟ କରିନଥିଲେ ।

ଏହି ବିଷୟ ଉପରେ ବୈଜ୍ଞାନିକମାନେ ଅନେକ ଗବେଷଣା କରିଥିଲେ ଏବଂ ସେମାନେ ବର୍ତ୍ତମାନ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି କି ବିଲେଇର ମାଲିକ ମାଧ୍ୟମରେ କରୋନା ଭୁତାଣୁ ବିଲେଇ ନିକଟକୁ ପହଞ୍ଚିଛି । ଏହାସହ ବୈଜ୍ଞାନିକମାନେ ଏହା ମଧ୍ୟ କହିଥିଲେ କି ଏହି କଥାର କୌଣସି ପ୍ରମାଣ ମିଳିନାହିଁ କି ପାଳିତ ପଶୁ ଏହି ଭୁତାଣୁକୁ ମଣିଷ ମାନଙ୍କ ମଧ୍ୟରେ ପ୍ରସାର କରିପାରେ । ଏଥିସହ ଗତବର୍ଷ ଆସିଥିବା ଏକ ରିପୋର୍ଟରେ କୁହାଯାଇଥିଲା କି ପଶୁ ମାନଙ୍କ ଦ୍ୱାରା ମଧ୍ୟ ମଣିଷ ମାନଙ୍କ ମଧ୍ୟରେ କରୋନା ବ୍ୟାପିପାରେ ।

କିନ୍ତୁ ଏ ବିଷୟରେ ଏପର୍ଯ୍ୟନ୍ତ କୋୖଣସି ସଠିକ୍ ସୂଚନା ମିଳିନାହିଁ । ଏହି ବିଷୟ ଉପରେ ବର୍ତ୍ତମାନ ଆଉ ଏକ ଯାଞ୍ଚର ଆବଶ୍ୟକତା ରହିଛି । ଆଶା କରାଯାଉଛି କି ବୈଜ୍ଞାନିକମାନେ ଏହାକୁ ଖୋଜି ବାହାର କରିବେ । ଏହିଭଳି ଭାବରେ ଭବିଷ୍ୟତରେ ଏହି ମହାମାରୀର ବ୍ୟାପିବାକୁ ଆହୁରି ଭଲ ଉପାୟ ଦ୍ୱାରା ରୋକା ଯାଇପାରିବ ।

ତେବେ ଆପଣ ସମସ୍ତଙ୍କୁ ଗୋଟିଏ ନିବେଦନ କି ଆପଣମାନେ ଘରେ ରୁହନ୍ତୁ । ଅତି ଆବଶ୍ୟକ ହେଲେ ଘରୁ ବାହାରକୁ ବାହାରନ୍ତୁ । ବାହାରକୁ ଯିବା ସମୟରେ ନିଶ୍ଚିତ ଭାବରେ ମାସ୍କ ପିନ୍ଧନ୍ତୁ । ସର୍ଜିକାଲ୍ ମାସ୍କ ଥିଲେ ଦୁଇଟି ପିନ୍ଧନ୍ତୁ ନଚେତ୍ ଗୋଟିଏ ଏନ୍-୯୫ ମାସ୍କ ମଧ୍ୟ ପରିଧାନ କରାଯାଇପାରିବ । କପଡା ମାସ୍କ ପରିଧାନ କରିବା ଠାରୁ ଦୂରେଇ ରୁହନ୍ତୁ । ଦୁଇଟି ମାସ୍କ ରଖନ୍ତୁ । ସେଗୁଡିକୁ ୨୪-୨୫ ଘଣ୍ଟା ମଧ୍ୟରେ ପରିବର୍ତ୍ତନ କରି ପିନ୍ଧନ୍ତୁ ।

Leave a Reply

Your email address will not be published. Required fields are marked *