ନୃତ୍ୟରତ ଅବସ୍ଥାରେ ଶରୀରରୁ ପୋଷାକ ବାହାର କରିଦେଲେ ଉର୍ବଶୀ ! ଭାଇରାଲ୍ ହେଲା ଭିଡିଓ, ହନୀ ସିଂ କହିଲେ- ମୁଁ କଣ ଫିଙ୍ଗିବି…

ନୃତ୍ୟରତ ଅବସ୍ଥାରେ ଶରୀରରୁ ପୋଷାକ ବାହାର କରିଦେଲେ ଉର୍ବଶୀ ! ଭାଇରାଲ୍ ହେଲା ଭିଡିଓ, ହନୀ ସିଂ କହିଲେ- ମୁଁ କଣ ଫିଙ୍ଗିବି…

ବର୍ତ୍ତମାନ ଦିନ ମାନଙ୍କରେ ଅଭିନେତ୍ରୀ ଉର୍ବଶୀ ରୋୖତେଲା ସୋସିଆଲ୍ ମିଡିଆର ଶିରୋନାମାରେ ରହିଛନ୍ତି । ସୋସିଆଲ୍ ମିଡିଆରେ ତାଙ୍କର ବହୁତ ପ୍ରଶଂସକମାନେ ମଧ୍ୟ ଅଛନ୍ତି । ପ୍ରାୟତଃ ଉର୍ବଶୀ ନିଜ ପ୍ରଶଂସକ ମାନଙ୍କ ସହିତ କଥାବାର୍ତ୍ତା କରୁଥିବା ସହିତ ସୋସିଆଲ୍ ମିଡିଆରେ ନିଜ ଫୋଟ ଏବଂ ଭିଡିଓ ସେୟାର୍ କରି ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି । ବର୍ତ୍ତମାନ ପୁଣି ଥରେ ତାଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ଧୁମ୍ ମଚାଇଛି ।

ବର୍ତ୍ତମାନ ସୋସିଆଲ୍ ମିଡିଆରେ ଉର୍ବଶୀଙ୍କର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ତାଙ୍କ ସହିତ ୟୋ ୟୋ ହନୀ ସିଂଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଉର୍ବଶୀ ଏହି ଭିଡିଓକୁ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର୍ କରିଛନ୍ତି । ପ୍ରଶଂସକମାନେ ତାଙ୍କର ଏହି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି । ସେ ଏହା ସହିତ ଗୋଟିଏ କ୍ୟାପସନ୍ ମଧ୍ୟ ଲେଖିଛନ୍ତି । ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି କି, “ମୋର ପ୍ରଥମ ତଥା ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ସେକ୍ସି ଷ୍ଟ୍ରିପଟାଇଜ୍, କିମ୍ବଦନ୍ତୀ ୟୋ ୟୋ ହନୀ ସିଂ ଆମର ଆଇକନିକ୍ ଗୀତ ଲଭ୍ ଡୋଜ୍ ସହିତ ମଞ୍ଚରେ ନିଆଁ ଲଗାଇ ଦେଇଛନ୍ତି । ଲଭ୍ ଡୋଜର୍ ଦ୍ୱିତୀୟ ଭାଗ ଆସିବାକୁ ଯାଉଛି ।”

ଭାଇରାଲ୍ ଭିଡିଓରେ ସିଂ ଏହି ଗୀତ ଗାଉଥିବା ସମୟରେ ଉର୍ବଶୀ ରୌତେଲା ନାଚୁଥିବା ନଜର ଆସୁଛନ୍ତି । ସେ ନୃତ୍ୟ କରିବା ସମୟରେ ଭଲ ଭଲ ଅଭିବ୍ୟକ୍ତି ମଧ୍ୟ ଦେଉଛନ୍ତି । ନୃତ୍ୟ କରୁଥିବା ସମୟରେ ଉର୍ବଶୀ ରୌତେଲା ଏତେ ଉତ୍ସାହିତ ହୋଇ ପଡିଥିଲେ କି ସେ ନିଜ ଜ୍ୟାକେଟକୁ ବାହାର କରି ଲୋକଙ୍କ ଆଡ଼କୁ ଫିଙ୍ଗି ଦେଇଥିଲେ । ଏହା ଉପରେ ହନୀ ସିଂ ଥଟ୍ଟା କରି କୁହନ୍ତି କି, ମୁଁ ବର୍ତ୍ତମାନ କଣ ଫିଙ୍ଗିବି ? ଉଭୟଙ୍କ କଥୋପକଥନ ପ୍ରଶଂସକ ମାନଙ୍କୁ ବହୁତ ପସନ୍ଦ ଆସିଛି ।

କାର୍ଯ୍ୟକ୍ଷେତ୍ର ବିଷୟରେ କହିବାକୁ ଗଲେ ଉର୍ବଶୀ ରୌତେଲା ଚଳଚ୍ଚିତ୍ର ‘ସିଂ ସାହେବ ଦି ଗ୍ରେଟ୍’ରୁ ହିନ୍ଦୀ ସିନେମାରେ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ରରେ ଉର୍ବଶୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ଉର୍ବଶୀଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା ମଧ୍ୟ କରାଯାଇଥିଲା । ଆପଣଙ୍କୁ କହିରଖୁଛୁ କି ଶେଷଥର ପାଇଁ ସେ ଚଳଚ୍ଚିତ୍ର ‘ଭର୍ଜିନ ଭାନୁପ୍ରିୟା’ରେ ନଜର ଆସିଥିଲେ । କରୋନା ମହାମାରୀ ସମୟରେ ଏହି ଚଳଚ୍ଚିତ୍ରକୁ ଔଟୀଟୀ ପ୍ଲାଟଫର୍ମରେ ମୁକ୍ତିଲାଭ କରାଯାଇଥିଲା । ବିଗତ ଦିନରେ ଉର୍ବଶୀଙ୍କୁ ‘ୱୋ ଚାନ୍ଦ କହାଁ ସେ ଲାଔଗେ’ ଗୀତରେ ଦେଖିବାକୁ ମିଳିଥିଲା । ଏହି ଗୀତଟିକୁ ସୋସିଆଲ୍ ମିଡିଆରେ ବହୁତ ପସନ୍ଦ କରାଯାଇଥିଲା । ସୂଚନାନୁସାରେ ସେ ବର୍ତ୍ତମାନ ମୋହନ ଭରଦ୍ୱାଜଙ୍କ “ବ୍ଲାକ୍ ରୋଜ୍” ସୁଟିଂରେ ବ୍ୟସ୍ତ ଅଛନ୍ତି । ଆପଣଙ୍କୁ କହିରଖୁଛୁ କି ଏହି ଚଳଚ୍ଚିତ୍ରର କାହାଣୀ ପ୍ରସିଦ୍ଧ ଲେଖକ ସେକ୍ସପିୟରଙ୍କ ନାଟକ “ଦି ମର୍ଚେଣ୍ଟ ଅଫ୍ ବେନିସ” ଉପରେ ଆଧାରିତ ।

ସୋସିଆଲ ମିଡିଆରେ ବହୁତ ହିଟ ଅଟନ୍ତି ଉର୍ବଶୀ

୨୬ ବର୍ଷୀୟ ଉର୍ବଶୀ ରୌତେଲା ସୋସିଆଲ୍ ମିଡିଆରେ ବହୁତ ପ୍ରଶଂସକ ରହିଛନ୍ତି । ସେ ସୋସିଆଲ୍ ମିଡିଆରେ ବଲିଉଡର ସବୁଠାରୁ ଅଧିକ ଚର୍ଚ୍ଚିତ ଅଭିନେତ୍ରୀ ଭାବରେ ଜଣାଶୁଣା ଅଟନ୍ତି । ଇନଷ୍ଟାଗ୍ରାମରେ ତାଙ୍କୁ ପ୍ରାୟ ସାଢ଼େ ତିନି କୋଟି ଲୋକ ଅନୁସରଣ କରୁଛନ୍ତି ।

Leave a Reply

Your email address will not be published. Required fields are marked *