ମହିଳା ମାନଙ୍କ ଶରୀରରୁ ବାହାର କରିଦିଆଯାଏ ଗର୍ଭାଶୟ……

ମହିଳା ମାନଙ୍କ ଶରୀରରୁ ବାହାର କରିଦିଆଯାଏ ଗର୍ଭାଶୟ……

କଣ ହୁଏ ଯେତେବେଳେ ମହିଳା ମାନଙ୍କ ଶରୀରରୁ ବାହାର କରିଦିଆଯାଏ ଗର୍ଭାଶୟ, ଯାହା ମହିଳା ଏବଂ ବିବାହିତ ପୁରୁଷ ମାନଙ୍କୁ ବିଶେଷ ଭାବରେ ଜାଣିବା ଆବଶ୍ୟକ ।

ବନ୍ଧୁଗଣ ମହାରାଷ୍ଟ୍ରର ଗୋଟିଏ ଜିଲ୍ଲା ବହୁତ ପ୍ରସିଦ୍ଧ ହୋଇଯାଇଛି ଯେଉଁଠି ୪୦୦୦ ରୁ ଅଧିକ ମହିଳା ନିଜର ଗର୍ଭାଶୟ ଥଳିକୁ ବାହାର କରିଦେଇଛନ୍ତି । ଦେଶରେ କେବଳ ୩% ମହିଳାମାନେ ୨୫-୩୦ ବର୍ଷ ବୟସ ଅନ୍ତରାୟରେ ନିଜର ଗ୍ରଭାଶୟ ଥଳିକୁ ବାହାର କରିଦେଇଛନ୍ତି । ମହାରାଷ୍ଟ୍ରରେ ଏହି ସଂଖ୍ୟା ୩୬ ପାର କରିସାରିଛି । ଏହି ସମ୍ପର୍କରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ କାର୍ଯ୍ୟ କରିଛନ୍ତି । ଆସନ୍ତୁ ଜାଣିବା ଗର୍ଭାଶୟ (ଭ୍ରୁଣ ଥଳି) ବାହାର କରିଲେ ଶରୀରରେ କଣ ପ୍ରଭାବ ପଡ଼ିଥାଏ ?

ଏହା କୌଣସି ସାମାନ୍ୟ ସର୍ଜରୀ ନୁହଁ ଏହା ବହୁତ୍ ବଡ଼ ସର୍ଜରୀ ଅଟେ ଏହା କେବଳ ବିଶେଷ ମାମଲାରେ କରାଯାଏ । ଡାକ୍ତରଙ୍କ ଅନୁସାରେ ଗର୍ଭାଶୟକୁ ବାହାର କରିବାକୁ ପଡ଼ିବ କିମ୍ବା ଔଷଧ ଖାଇ ଏହାକୁ ଠିକ କରିହେବ। ପ୍ରାୟତଃ ସମୟରେ ଏହା ମହିଳାଙ୍କ ନିମନ୍ତେ ସମସ୍ୟା ସୃଷ୍ଟି କରିଥାଏ ଯାହା କ୍ୟାନ୍ସରର କାରଣ ପଲଟିଥାଏ । ସବୁଠାରୁ ଭଲ ଉପାୟ ଏହା ସଠିକ ସମୟରେ ଗର୍ଭାଶୟକୁ ବାହାର କରିଦେବା । କିନ୍ତୁ ଅନେକ ସମୟର କିଛି କାରଣ ଯୋଗୁଁ ଗର୍ଭାଶୟକୁ ବାହାର କରିବା ଅସମ୍ଭବ ହୋଇଥାଏ । ଆସନ୍ତୁ ଜାଣିବା ଏହାର ପଛର କାରଣ କ’ଣ ?

ଫାଇବ୍ରାଇଡ

ଏହି ପ୍ରକାର ରୋଗ ଥିବା ରୋଗୀର ଗର୍ଭାଶୟ ଚାରି ପାଖରେ ଟ୍ୟୁମର ବିକଶିତ ହୋଇଯାଏ । ଯାହା ଫଳରେ ଋତୁସ୍ରାବ ଦ୍ଵାରା ଅଧିକ ରକ୍ତ ପ୍ରବାହ ହୋଇଯାଏ । ଏହି ପ୍ରକାର ସମସ୍ୟାରେ ଅଧିକ ଶୌଚାଳୟ ଯିବାକୁ ମଧ୍ୟ ପଡ଼େ । ଯଦି ଏହାର ଆକାର ବଢିଯାଏ ତେବେ ସର୍ଜରୀ ହିଁ ଗୋଟିଏ ମାତ୍ର ଉପାୟ ।

ଏଣ୍ଡୋମେଟିୟୋସିସ

ଗର୍ଭାଶୟ ଚାରିପାଖରେ ଆବରଣ ଅତ୍ୟଧିକ ବ୍ୟାପିବା , ଡିମ୍ବାଶୟ, ଫେଲପୀୟନ୍ ଟ୍ୟୁବ୍ ଏବଂ ଅନ୍ୟାନ୍ୟ ଅଙ୍ଗକୁ ପ୍ରଭାବିତ କରିଥାଏ । ଏହି ପ୍ରକାର ରୋଗୀ ମାନଙ୍କୁ ରୋବୋଟିକ ହିସ୍ଟରେକ୍ଟାମ୍ୱି ବା ଅସ୍ତ୍ରପ୍ରଚାର କରାଯାଏ ଏବଂ ସେମାନଙ୍କ ଗର୍ଭାଶୟକୁ ବାହାର କରିଦିଆଯାଏ । ଡିମ୍ବାଶୟର ଯେବେ ବିକାଶ ହୋଇଥାଏ ତେବେ ଟ୍ୟୁମର ହୋଇଥାଏ ଏବଂ ଏହାପରେ ସେଠାରେ ଉନ୍ନତ ଟ୍ୟୁମରରେ ବିକଶିତ ହୋଇଯାଏ ।

ଗର୍ଭାଶୟ ରକ୍ତସ୍ରାବ

ଆପଣ ଦେଖିଥିବେ ଋତୁସ୍ରାବ ସମୟରେ ମହିଳା ମାନଙ୍କ ଅଧିକ ରକ୍ତ ପ୍ରବାହ ହୋଇଯାଏ । ଏହା କୌଣସି ଔଷଧରେ ବନ୍ଦ ହୋଇନଥାଏ । ଶରୀର ମଧ୍ୟରେ ଏନିମୀୟାର ଭୟ ରହିଥାଏ । ହିଷ୍ଟ୍ରେରେକ୍ଟାମ୍ୱି ଗୋଟିଏ ମାତ୍ର ରାସ୍ତା ଅଟେ । ଏହା ଅନ୍ତିମ ଉପାୟରୁ ଗୋଟିଏ ଉପାୟ ଅଟେ ।

ହିଷ୍ଟେରେକ୍ଟାମ୍ୱି ପରେ ଅସମ୍ଭବ ଗର୍ଭାବସ୍ଥା

ଡାକ୍ତରଙ୍କ ଅନୁସାରେ , ହିଷ୍ଟେରେକ୍ଟାମ୍ୱି ଅନ୍ତିମ ଉପାୟ । ଡାକ୍ତରଙ୍କ ଅନୁସାରେ ଏହିଭଳି ସର୍ଜରୀ ସେହି ସମୟରେ କରାଯାଇଥାଏ ଯେତେବେଳେ କୌଣସି ଔଷଧ ଦ୍ଵାରା ଏହା ଠିକ୍ ହୋଇନଥାଏ । ଭାରତରେ ଗର୍ଭ କ୍ଷେତ୍ରରେ ହିଷ୍ଟେରେକ୍ଟାମ୍ୱି ଭଳି ପ୍ରମୁଖ ସର୍ଜରୀ ପାଇଁ ସ୍କ୍ରିନିଂ ଏବଂ ପରାମର୍ଶ ପାଇଁ କିଛି ବ୍ୟବସ୍ଥା ନାହିଁ ।

ଏହି ଭଳି ହିଷ୍ଟେରେକ୍ଟାମ୍ୱି କରାଯାଏ

ଏହିଭଳି ଅପରେସନରେ ସମସ୍ୟା ସଜ୍ଞାହରଣର ଆବଶ୍ୟକ ହୋଇଥାଏ । ଅର୍ଥବା ଏନେସ୍ଥୀସିୟା ପ୍ରକ୍ରିୟା ଲୋକାଲ ଏନେସ୍ଥୀସିୟା ବ୍ୟବହାର କରି କେବଳ ଗୋଟିଏ ଭାଗ ସର୍ଜରୀ କରାଯାଏ । ହିଷ୍ଟେରେକ୍ଟାମ୍ୱି ୩ପ୍ରକାରର ହୋଇଥାଏ ପେଟ, ଯୋନି ଏବଂ ଲୈପ୍ରୋସ୍କୋପିକ । ପ୍ରଥମ ଦୁଇ ପ୍ରକ୍ରିୟାରେ କ୍ରମସ: ପେଟ ଏବଂ ଯୋନି କୁ ଚିରା ଲଗାଯାଏ ଏବଂ ତୃତୀୟ ପ୍ରକ୍ରିୟାରେ ଲୈପ୍ରୋସ୍କୋପ ସାହାଯ୍ୟରେ ସର୍ଜରୀ କରାଯାଏ।

ଗର୍ଭାଶୟ ବାହାର କରିବାର କୁପ୍ରଭାବ

ଶର୍ଟ ଟର୍ମ ସର୍ଜରୀରେ ଗୋଡ଼ରେ କଷ୍ଟ ,ଗୋଡ଼ ଅକାମୀ ହୋଇଯିବା , ଗୋଡ଼ ଠିକ ରୂପରେ କାମ ନକରିବା ଏହି ଭଳି ସମସ୍ୟା ଦେଖାଯାଇଥାଏ । ମହିଳାଙ୍କୁ ମେନୋପଞ୍ଜ ହିଷ୍ଟେରେକ୍ଟାମ୍ୱି କାରଣରୁ କମ ବୟସରେ ମଧ୍ୟ ଏହିପରି ସମସ୍ୟା ଦେଖାଯାଇଥାଏ । କିଛି ମହିଳା ମାନଙ୍କ କ୍ଷେତ୍ରରେ ଏହାର ପ୍ରଭାବ ଲମ୍ବା ସମୟ ପର୍ଯ୍ୟନ୍ତ ରହିଥାଏ ।

Leave a Reply

Your email address will not be published. Required fields are marked *