ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଆମେରିକା ପ୍ରତ୍ୟାହାର କରିଛି ! ଟ୍ରମ୍ଫ କହିଛନ୍ତି- ଚୀନ WHOକୁ ନିଜ ଅଧୀନରେ ନିୟନ୍ତ୍ରଣ କରୁଛି ।

ଟ୍ରମ୍ଫ କହିଛନ୍ତି- ବାର୍ଷିକ ୪୦ ମିଲିୟନ ଡଲାର ପ୍ରଦାନ କରୁଥିବା ଚୀନ WHOକୁ ନିୟନ୍ତ୍ରଣ କରୁଛି !

ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଯୋଗୁଁ ଆମେରିକାରେ ୧,୭୩୫,୯୭୧ ସଂକ୍ରାନ୍ତ ଏବଂ ୧୦୨,୩୨୩ ଲୋକଙ୍କ ମୃତ୍ୟୁ !

୧୨ଟି ଦେଶରେ କରୋନାର ତାଣ୍ଡବ ଲୀଲା !

ୱାଶିଂଟନ : ଆମେରିକାର ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନରୁ ନିଜ ଦେଶ ଅମେରିକକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି । ଟ୍ରମ୍ପ ନିଜର ବିବୃତ୍ତିରେ କହିଛନ୍ତି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସଂପୂର୍ଣ୍ଣ ଭାବେ ଚୀନ ନିୟନ୍ତ୍ରଣରେ ରହିଛି । ଟ୍ରମ୍ପ କହିଛନ୍ତି ଯେ, ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନରୁ କାର୍ଯ୍ୟକୁ ନେଇ ଯେଉଁ ସୁପାରିଶ କରାଯାଇଥିଲା, ବିଶ୍ଵ ସ୍ୱାସ୍ଥ୍ୟ ସଂଘଠନ ତାହାକୁ କାର୍ଯ୍ୟକାରୀ କରିବାରେ ସକ୍ଷମ ହୋଇ ପାରିନାହିଁ । ଏହା ପୂର୍ବରୁ ମଧ୍ୟ କରୋନା ଭୂତାଣୁ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଦିଆଯାଉଥିବା ଆର୍ଥିକ ରାଶି ହ୍ରାସ କରାଇବାକୁ ଘୋଷଣା କରିସାରିଛନ୍ତି ।

ଟ୍ରମ୍ପ କହିଛନ୍ତି ଚୀନ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନକୁ ବାର୍ଷିକ ୪୦ ମିଲିୟନ ଡୋଲର ଦେଉଛି । କିନ୍ତୁ ଆମେରିକା ବାର୍ଷିକ ୪୫୦ ମିଲିୟନ ଡୋଲାର ରାଶି ଦେଉଛି । ଏହା ସତ୍ତ୍ୱେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉପରେ ଚୀନର ନିୟନ୍ତ୍ରଣ ରହିଛି । କରୋନା ଭୂତାଣୁ WHO କୌଣସି ନିର୍ଦ୍ଧିଷ୍ଟ କାର୍ଯ୍ୟପନ୍ଥା ଗ୍ରହଣ କରିନାହିଁ ଓ ଦିଆଯାଇଥିବା ସୁପାରିଶକୁ ମଧ୍ୟ କାର୍ଯ୍ୟକାରୀ କରିବାରେ ସକ୍ଷମ ହୋଇନାହିଁ ଏବଂ WHO ସଂପୂର୍ଣ୍ଣ ଭାବେ ଚୀନର ନିୟନ୍ତ୍ରଣରେ ରହିଛି । ଏହି କାରଣ ବଶତଃ ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଠାରୁ ସମସ୍ତ ସମ୍ପର୍କ ବିଛିନ୍ନ କରୁଛି ।

WHO ଆମେରିକାର ଟାର୍ଗେଟ୍ ଥିଲା :

ଗତ କିଛି ଦିନ ତଳେ ଆମେରିକା WHOକୁ ସହାୟତା ରାଶି ପ୍ରଦାନ କରିବା ବନ୍ଦ କରି ଦେଇଥିଲା । ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ WHOକୁ କରୋନା ଭୂତାଣୁ ଚିହ୍ନିବାରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ଓ ଚୀନ‌କୁ ସମର୍ଥନ କରିଥିବାରୁ ଏହାକୁ ସମାଲୋଚନା କରିଛନ୍ତି । ଏହା ସଙ୍ଗେ ସଙ୍ଗେ ରାଷ୍ଟ୍ରପତି ଟ୍ରମ୍ପ WHO ନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖିଥିଲେ, ଯେଉଁଥିରେ ସେ ୩୦ ଦିନ ମଧ୍ୟରେ ସଂଗଠନରେ ବଡ ପରିବର୍ତ୍ତନ ଆଣିବାକୁ ଚେତାବନୀ ଦେଇଥିଲେ । ନଚେତ୍ ଆମେରିକା ଏହାର ପାଣ୍ଠିକୁ ସବୁଦିନ ପାଇଁ ବନ୍ଦ କରିବ ଓ ସଂଗଠନରୁ ଭିନ୍ନ ହେବାକୁ ଚିନ୍ତା କରିପାରେ ।

Google

ଅନ୍ୟପକ୍ଷରେ ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀରେ ହଂଗକଂଗ ସ୍ଵାଧୀନତା ସମାପ୍ତ କରିବା ନିମନ୍ତେ ଚୀନକୁ ଲକ୍ଷ୍ୟରେ ରଖିଛନ୍ତି । ଟ୍ରମ୍ପ କହିଛନ୍ତି ଯେ, ହଂଗକଂଗ ସ୍ୱତନ୍ତ୍ର ମାନ୍ୟତା ପାଇଥିବା ସମସ୍ତ ରିହାତି ସମାପ୍ତ ହୋଇଛି। ଏହା ସହିତ ହଂଗକଂଗକୁ ଏହି ଅବସ୍ଥାରେ ପହଞ୍ଚିଥିବା ବା ତାହାର ଏହି ଅବସ୍ଥା ପାଇଁ ଯିଏ ଦାୟୀ ତାହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ କରିବାକୁ ଧମକ ଦେଇଛନ୍ତି ।

Be the first to comment

Leave a Reply

Your email address will not be published.


*