ଆମେରିକା କହିଲା : ଚୀନ WHOକୁ କିଣି ନେଇଥିଲା, ଏଥିପାଇଁ କରୋନା ଭୁତାଣୁ….

ଆମେରିକା କହିଲା : ଚୀନ WHOକୁ କିଣି ନେଇଥିଲା, ଏଥିପାଇଁ କରୋନା ଭୁତାଣୁ….

କରୋନା ଭୂତାଣୁର ଭୟାବହତା ଦିନକୁ ଦିନ ବଢିବାରେ ଲାଗିଛି । ବଢୁଥିବା ସଂକ୍ରମଣ ବର୍ତ୍ତମାନ କେବଳ ସରକାର ନୁହେଁ ବରଂ ସମଗ୍ର ବିଶ୍ଵ ପାଇଁ ମଧ୍ୟ ଚିନ୍ତାର ବିଷୟ ପାଲଟିଛି । ଏହି ମହାମାରୀକୁ ଏପରି ମଧ୍ୟ କିଛି ତଥ୍ୟ ରହିଛି, ଯେଉଁଥି କାରଣରୁ ଏହି ମହାମାରୀ ବ୍ୟାପିବାରେ ଲାଗିଛି । ଆମେରିକା ବାରମ୍ବାର ଚୀନ ଉପରେ ବିବାଦୀୟ ତଥା ଆକ୍ରମଣାତ୍ମକ ବିବୃତ୍ତି ଦେଇଆସୁଛି । ଏହି କରୋନା ମହାମାରି ନିମନ୍ତେ ଆମେରିକା ପ୍ରାରମ୍ଭରୁ ହିଁ ଚୀନକୁ ଦାୟୀ କରିଆସୁଛି ଏବଂ ଏହି ପରିପ୍ରେକ୍ଷୀରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିୟା (Mike pompio) ବିଶ୍ୱର ସବୁଠାରୁ ବଡ଼ ସଂସ୍ଥା WHOକୁ ଆକ୍ଷେପ କରି କହିଛନ୍ତି : WHO ଏବଂ ତାହାର ପ୍ରମୁଖ ଅଧିକାରୀମାନଙ୍କୁ ଚୀନ ଟଙ୍କା ବଳରେ କିଣି ନେଇଛନ୍ତି ! ଏଥିପାଇଁ କରୋନା ମହାମାରୀ ବିଶ୍ୱର ସବୁ ଦେଶରେ ବ୍ୟାପି ଯାଇଛି ଏବଂ ବିଶ୍ୱର ସମସ୍ତ ଦେଶ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମହାମାରୀକୁ ରୋକିବା ପାଇଁ ଅସଫଳ ହୋଇଛନ୍ତି ।

Google

ଅନ୍ୟ ପକ୍ଷରେ ବ୍ରିଟିଶ ଖବର କାଗଜ “ଦ ଟେଲିଗ୍ରାଫ୍” ଅନୁସାରେ ଏହି ମହାମାରୀ ସମ୍ପର୍କରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିୟା (Mike pompio) WHOର ପ୍ରମୁଖ ଟେଡ୍ରିସ ଏଡ଼ହୋନମ ଘୋବ୍ରିୟେସୁସଙ୍କୁ ଆକ୍ଷେପ କରି କହିଛନ୍ତି; ଟେଡ୍ରିସ୍ ଏବଂ ଚୀନ ମଧ୍ୟରେ ବହୁତ ବଡ଼ ଚୁକ୍ତି ହୋଇଛି ଏବଂ ଏହି ଚୁକ୍ତି କାରଣରୁ ସଂପୂର୍ଣ୍ଣ ବିଶ୍ୱ କରୋନାର ଧ୍ଵଂସ ଲୀଳାରେ ତ୍ରାହି ତ୍ରାହି କରୁଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ନିଜ ଉପରେ ଲାଗିଥିବା ଏହି ଆରୋପରୁ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାର ଦେଖାଯାଉଛି । WHO କହିଛି ଏହି ସମସ୍ତ ଆରୋପ ସମ୍ପୁର୍ଣ୍ଣ ରୂପରେ ଭୁଲ ଏବଂ ମାନଗଢା ଅଟେ । ଏଥିରେ କୌଣସି ସତ୍ୟତା ନାହିଁ । ଏହି ତଥ୍ୟ ସହିତ ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନର କୌଣସି ସମ୍ବନ୍ଧ ନାହିଁ ବୋଲି ସଂଗଠନ ତରଫରୁ କୁହାଯାଇଛି ଏବଂ କହିଛନ୍ତି ଏହିପରି ମାନଗଢା ତଥ୍ୟ ଏବଂ ମିଥ୍ୟା ଆରୋପ ଉପରେ ବିଶ୍ୱାସ ନ କରି ଏହି ମାହାମାରିରୁ ମୁକ୍ତି ପାଇବାର ବାଟ ଖୋଜନ୍ତୁ, ଯେପରି ଆଗକୁ ଏହି ମହାମାରୀକୁ ନିୟନ୍ତ୍ରଣ କରାଯାଇପାରିବ ।

Google

WHOର ଏହି ବିବୃତ୍ତି ଶୁଣିବା ପରେ ମଧ୍ୟ ଆମେରିକାର ବୈଦେଶିକ ମନ୍ତ୍ରୀ ଅଟକି ନଥିଲେ । ସେ ତାଙ୍କ କଥାରେ ଆକ୍ରମଣାତ୍ମକ ଭଙ୍ଗିରେ କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏବେ ବୈଜ୍ଞାନିକ ସଂସ୍ଥା ହୋଇ ନାହିଁ ବରଂ ଏବେ ଏହା ଗୋଟିଏ ରାଜନୈତିକ ସଂସ୍ଥା ପାଲଟି ଯାଇଛି । WHOର ପ୍ରମୁଖ ଏହି ଚୁକ୍ତି ନିର୍ବାଚନରେ ଜିତିବା ପାଇଁ କରିଛନ୍ତି । ବର୍ତ୍ତମାନ ଭାରତ ସହିତ ଅନ୍ୟ ଦେଶଗୁଡିକରେ ମଧ୍ୟ କରୋନାର ଭୟାବହତା ବଢିବାକୁ ଲାଗିଛି । ଯଦି ଏ କ୍ଷେତ୍ର ଆମେରିକା ବିଷୟରେ କହିବୁ; ତେବେ ସେଠାକାର ସ୍ଥିତି ଦିନକୁ ଦିନ ଖରାପ ହେବାକୁ ଲାଗିଛି । ବଢି ଚାଲିଥିବା ସଂକ୍ରମଣର ମାମଲା ଏବେ ବହୁତ ଚିନ୍ତାଜନକ ସ୍ଥିତିରେ ରହିଛି । ଅମେରିକା, ଚୀନ ସହିତ WHO ଉପରେ ମଧ୍ୟ ଆକ୍ରମଣ ଜରି ରହିଛି ।

Leave a Reply

Your email address will not be published. Required fields are marked *