ପ୍ରେମର ଏକ ଅଭିନବ ବାସ୍ତବିକ ଘଟଣା :- ହୁଇଲ୍ ଚେୟାରରେ ବିକଳାଙ୍ଗ ପ୍ରେମୀଙ୍କ ସହିତ ବିବାହ କରି ଅନାମିକା ଦର୍ଶାଇଲେ ପ୍ରେମର ଏକ ନୂତନ ଉଦାହରଣ !

ପ୍ରେମର ଏକ ଅଭିନବ ବାସ୍ତବିକ ଘଟଣା :- ହୁଇଲ୍ ଚେୟାରରେ ବିକଳାଙ୍ଗ ପ୍ରେମୀଙ୍କ ସହିତ ବିବାହ କରି ଅନାମିକା ଦର୍ଶାଇଲେ ପ୍ରେମର ଏକ ନୂତନ ଉଦାହରଣ !

କୁହନ୍ତି ଯେ ପ୍ରଥମ ପ୍ରେମ ଭାଗ୍ୟରେ ଥିଲେ ମିଳେ । ଅଧିକାଂଶ ସମୟରେ ଲୋକଙ୍କ ପ୍ରଥମ ପ୍ରେମ ଅଧାରେ ରହିଯାଏ କିନ୍ତୁ ପ୍ରଥମ ପ୍ରେମ ସମସ୍ତଙ୍କ ଜୀବନର ଏକ ବିଶେଷ ସମୟ ହୋଇଥାଏ ଯାହା ଥରେ ଶେଷ ହୋଇଗଲେ ପୁଣିଥରେ ଆସିପାରେ ନାହିଁ । ଅଧିକାଂଶ ସମୟରେ ପ୍ରଥମ ପ୍ରେମ ବାଲ୍ୟ କାଳରେ ହୋଇଥାଏ ଓ ସେହି ଛୋଟ ବେଳର ପ୍ରେମକୁ ସମ୍ଭାଳି ରଖିବା ବହୁତ କମ୍ ଲୋକଙ୍କ ପାଇଁ ସମ୍ଭବ ଅଟେ । କିନ୍ତୁ ଚଣ୍ଡୀଗଡ଼ରୁ ଏକ ମାମଲା ସାମ୍ନାକୁ ଆସିଅଛି ଯେତେବେଳେ ସମସ୍ତ ଅସୁବିଧା ପରେ ଦୁଇଜଣ ବନ୍ଧୁ ବିବାହ କଲେ ।

ବାସ୍ତବରେ ଚଣ୍ଡୀଗଡ଼ର ଦୁଇଜଣ ବନ୍ଧୁ ରାହୁଲ୍ ଓ ଅନାମିକା ବିବାହ କରିଛନ୍ତି ଓ ଏହି ବିବାହର ସମ୍ପୂର୍ଣ୍ଣ କାହାଣୀ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତାଙ୍କର ଏହି ବିବାହ ଖୁବ୍ ଚର୍ଚ୍ଚାର ବିଷୟ ପାଲଟି ଥିଲା । ବାସ୍ତବରେ ରାହୁଲ୍ ଏକ ଦୁର୍ଘଟଣା ପରେ ବହୁତ ଗମ୍ଭୀର ଭାବରେ ଆହତ ହୋଇଗଲେ ଓ ପୁରାପୁରି ହୁଇଲ୍ ଚେୟାର୍ ଉପରେ ନିର୍ଭର ହୋଇଗଲେ । ଏହା ସତ୍ତ୍ୱେ ରାହୁଲଙ୍କ ବନ୍ଧୁ ଅନାମିକା ତିଳେ ମାତ୍ର ତାଙ୍କୁ ଛାଡ଼ି ନଥିଲେ ଏବଂ ଶେଷରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ । ଏକବର୍ଷ ପରେ ଦୁର୍ଘଟଣା ଯୋଗୁଁ ରାହୁଲ୍ ହୁଇଲ୍ ଚେୟାରରେ ଅଛନ୍ତି । ଦୁର୍ଘଟଣା ପରେ ରାହୁଲଙ୍କୁ ରିହେବ୍ ସେଣ୍ଟରକୁ ନିଆଗଲା । ଚଣ୍ଡୀଗଡ଼ର ରିହେବ୍ ସେଣ୍ଟରର ଲୋକମାନେ ରାହୁଲଙ୍କ ବିବାହ ତାଙ୍କର ବାଲ୍ୟ କାଳର ବନ୍ଧୁ ଅନାମିକାଙ୍କ ସହିତ କରିବା ପାଇଁ ସାହାଯ୍ୟ କରିଥିଲେ ।

ବର୍ତ୍ତମାନ ବିବାହ ସମ୍ପନ୍ନ ହୋଇସାରିଛି ଏବଂ ବର ବଧୂ ନିଜ ଗୃହସ୍ଥୀରେ ବହୁତ ଖୁସିରେ ଅଛନ୍ତି । ବିବାହ ପରେ ରାହୁଲ୍ କୁହନ୍ତି ଯେ “ଜୀବନ କାହା ପାଇଁ ଅଟକେ ନାହିଁ । ଆମକୁ ଆଗକୁ ବଢ଼ିବା ଉଚିତ ।” ସେପଟେ ଅନାମିକା ମଧ୍ୟ ବିବାହ ପରେ ବହୁତ ଖୁସିରେ ଅଛନ୍ତି, ନିଜ ଖୁସି ଜାହିର୍ କରି କହିଛନ୍ତି ଯେ ଲୋକଙ୍କ ମସ୍ତିଷ୍କରେ ବିକଳାଙ୍ଗତା ରହିଯାଇଛି । ଏହି ବିବାହରୁ ଅନାମିକାଙ୍କୁ ବହୁତ କିଛି ଶୁଣିବାକୁ ମିଳିଥିଲା । ଲୋକେ ତାଙ୍କୁ କହୁଥିଲେ ଯେ ରାହୁଲ୍ ବିକଳାଙ୍ଗ ଅଟନ୍ତି ଏବଂ ତାଙ୍କୁ ବିବାହ କରି କେବଳ ପଶ୍ଚାତାପ ହେବ । କେହି ମଧ୍ୟ ତାଙ୍କ ଭଲପାଇବାକୁ ବୁଝିନଥିଲେ ।

ସୁଚାଇଦେଉଛୁ ଯେ ବାଲ୍ୟ କାଳରୁ ରାହୁଲ୍ ଓ ଅନାମିକା ପରସ୍ପରକୁ ଜାଣିଥିଲେ ଓ ପସନ୍ଦ କରୁଥିଲେ । କିନ୍ତୁ, ରାହୁଲଙ୍କ ସହିତ ହୋଇଥିବା ଏହି ଭୟଙ୍କର ଦୁର୍ଘଟଣା ପରେ ଦୁହିଁଙ୍କ ଜୀବନ ହଠାତ୍ ବଦଳି ଯାଇଥିଲା । ରାହୁଲଙ୍କ ସହିତ ଏତେ କିଛି ହେବା ପରେ ମଧ୍ୟ ଅନାମିକା ତାଙ୍କ ସହିତ ଥିଲେ ଓ ତାଙ୍କୁ ଯତ୍ନ ନେଇଥିଲେ । ଏହାକୁ ପ୍ରେମର ନାମ ଦିଆଗଲା । ଖୁବ୍ କମ୍ ଲୋକ ଏତେ ଭାଗ୍ୟବାନ ଅଟନ୍ତି ଯେ ଯାହାକୁ ଜୀବନରେ ଭଗବାନ ପ୍ରକୃତ ଭଲପାଇବା ଦିଅନ୍ତି, ତାଙ୍କ ବିବାହ କରିବା ନିଷ୍ପତ୍ତିକୁ ବହୁତଗୁଡିଏ ଲୋକ ମନା କରିଥିଲେ । ବିବାହ ବିଷୟରେ ରାହୁଲ୍ ଓ ଅନାମିକା ବହୁତ ଖୁସି ହୋଇଥିଲେ ଏବଂ ସେମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି ।

Leave a Reply

Your email address will not be published. Required fields are marked *