କରୋନା ପାଇଁ ବିପଦରେ ପର୍ଯ୍ୟଟନ ଶିଳ୍ପ : ୧୨ କୋଟି ଚାକିରି ବିପଦରେ, ହୋଇପାରେ ଏକ ଲକ୍ଷ କୋଟି ଡଲାର କ୍ଷତି….

ନୂଆଦିଲ୍ଲୀ,୨୭/୮: କୋଭିଡ୍-୧୯ ମହାମାରୀର ପ୍ରଭାବ ଏବେ ସବୁକ୍ଷେତ୍ରରେ ଦୃଶ୍ୟମାନ ହେଉଛି। କିନ୍ତୁ ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ଜାତିସଙ୍ଘ ଦ୍ୱାରା ପ୍ରକାଶିତ ଏକ ନୂତନ ରିପୋର୍ଟ ଅନୁଯାୟୀ, ପର୍ଯ୍ୟଟନ କ୍ଷେତ୍ର ସହ ଜଡିତ ୧୨ କୋଟି ଚାକିରି ଉପରେ ବିପଦର ଖଣ୍ଡା ଝୁଲୁଛି। କେବଳ କରୋନା ପ୍ରଭାବରେ ୨୦୨୦ରେ ଏହି କ୍ଷେତ୍ରରେ ଏକ ଲକ୍ଷ କୋଟି ଡଲାର କ୍ଷତି ଘଟିପାରେ ବୋଲି ଆକଳନ କରାଯାଉଛି। ବର୍ତ୍ତମାନ ବିଶ୍ୱରେ ଥିବା ସମୁଦାୟ ଦେଶ ମଧ୍ୟରୁ କେବଳ ଦେଢ ଡଜନ ଦେଶ ଏପରି ରହିଛନ୍ତି, ଯାହାର ଜିଡିପି ଏକ ଟ୍ରିଲିୟନ ଡଲାରରୁ ଅଧିକ। ମାତ୍ର ଅନ୍ୟ ସମସ୍ତ ଦେଶର ଜିଡିପି ଏକ ଟ୍ରିଲିୟନ୍ ଡଲାରରୁ କମ୍।

Google

ଚଳିତ ବର୍ଷ ମାର୍ଚ୍ଚରେ କୋଭିଡ୍-୧୯ ମହାମାରୀ ସମଗ୍ର ବିଶ୍ୱରେ ଦ୍ରୁତଗତିରେ ବ୍ୟାପିବାକୁ ଲାଗିବାରୁ ବିଭିନ୍ନ ଦେଶ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ କଟକଣା ଲଗାଇଛନ୍ତି। ଏପ୍ରିଲ ଏବଂ ମେ’ ମାସଠାରୁ ଅନ୍ତର୍ଜାତୀୟ ପର୍ଯ୍ୟଟନ ମଧ୍ୟ ସ୍ଥଗିତ ରହିଛି। ୨୦୨୦ର ପ୍ରଥମ ପାଞ୍ଚ ମାସରେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ପୂର୍ବ ବର୍ଷ ତୁଳନାରେ ୬୦ ପ୍ରତିଶତ କମ୍ ଥିଲା। ଆନ୍ତର୍ଜାତୀୟ ଭ୍ରମଣ ଉପରେ ଲାଗୁ ହୋଇଥିବା କଟକଣା ହଟାଇବାର ଆକଳନକୁ ଆଧାର କରି ବିଶ୍ୱ ପର୍ଯ୍ୟଟନ ସଂଗଠନ କହିଛି ଯେ ଚଳିତ ବର୍ଷ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କଠାରୁ ମାତ୍ର ୯୧୦ ବିଲିୟନରୁ ୧.୨ ଟ୍ରିଲିୟନ ଡଲାର ଆଦାୟ କରାଯିବା ସମ୍ଭବ ହେବ। ଏହା ବିଶ୍ୱ ପର୍ଯ୍ୟଟନ ଶିଳ୍ପକୁ ୨୦ ବର୍ଷ ପଛକୁ ଫେରାଇ ଆଣିପାରେ ବୋଲି କୁହାଯାଇଛି।

Google

ବିଶ୍ୱ ପର୍ଯ୍ୟଟନ ସଂଗଠନର ସୂଚନା ଅନୁସାରେ, ପର୍ଯ୍ୟଟକଙ୍କୁ ପର୍ଯ୍ୟଟନସ୍ଥଳୀକୁ ଆଣିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି। ତଥାପି, ଏହି ଶିଳ୍ପର ପୁନର୍ଜନ୍ମ ପାଇଁ ସମୟ ଲାଗିପାରେ ବୋଲି ଅନୁମାନ କରାଯାଉଛି। ବିଶେଷଜ୍ଞମାନଙ୍କ ମତରେ ସବୁକିଛି ପୂର୍ବବସ୍ଥାକୁ ଫେରି ଆସିବା କଷ୍ଟକର। ଆମେରିକାରେ ୧୧ ସେପ୍ଟେମ୍ବର ୨୦୦୧ ଆତଙ୍କବାଦୀ ଆକ୍ରମଣ ପରେ ଟ୍ରାକକୁ ଫେରିବା ପାଇଁ ବିମାନ ଶିଳ୍ପକୁ ତିନି ବର୍ଷ ସମୟ ଲାଗିଥିଲା।

Be the first to comment

Leave a Reply

Your email address will not be published.


*