ଲକ୍ଡ଼ାଉନ୍ ଛଡାଇନେଇଥିଲା ବସ୍ କଣ୍ଡକ୍ଟରଙ୍କ ଠାରୁ ତାଙ୍କ କାମ, ତା’ପରେ ସେ ତାଙ୍କର ସାଢେ ତିନି ବର୍ଷର ପୁଅକୁ କରିଦେଇଛନ୍ତି ଚଳପ୍ରଚଳ ଗୁଗୁଲ ବୟ

ଲକ୍ଡ଼ାଉନ୍ ଛଡାଇନେଇଥିଲା ବସ୍ କଣ୍ଡକ୍ଟରଙ୍କ ଠାରୁ ତାଙ୍କ କାମ, ତା’ପରେ ସେ ତାଙ୍କର ସାଢେ ତିନି ବର୍ଷର ପୁଅକୁ କରିଦେଇଛନ୍ତି ଚଳପ୍ରଚଳ ଗୁଗୁଲ ବୟ

୨୦୨୦ର କରୋନା ମହାମାରୀରେ ଲାଗିଥିବା ଲକଡାଉନ୍ ସମସ୍ତ ଲୋକମାନଙ୍କ ଜୀବନକୁ ପ୍ରଭାବିତ କରିଛି । ବହୁତ କମ୍ ଲୋକ ଏମିତି ଅଛନ୍ତି ଯେଉଁମାନେ ଏହି ବର୍ଷ ଭଲରେ ଅତିବାହିତ କରିଛନ୍ତି । ଅଧିକାଂଶ ଲୋକଙ୍କ ପାଇଁ ଏହି ସମୟ ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା । ଗୋଟିଏ ପଟେ ଯେଉଁଠାରେ ଲୋକଙ୍କୁ ଲକଡାଉନ୍ ଚାଲୁଥିବାରୁ ଘରେ ବନ୍ଦ ହୋଇ ରହିବାକୁପଡୁଥିଲା । ଅନ୍ୟପଟେ ଅନେକ ଲୋକଙ୍କୁ କାମ୍ କିମ୍ବା ଚାକିରୀକୁ ମଧ୍ୟ ହରାଇବାକୁ ପଡିଥିଲା । ବହୁତ ଲୋକଙ୍କ ଚାକିରୀ ଏହି କଠିନ ସମୟରେ ଚାଲିଯାଇଥିଲା । ତଥାପି କିଛି ଲୋକ ଏହି ଲକଡାଉନ୍ ସମୟରେ ମଧ୍ୟ ଭଲ ବ୍ୟବହାର କରିଛନ୍ତି । ଚାଲନ୍ତୁ ଜାଣିବା ଏପରି ଏକ ବ୍ୟକ୍ତିଙ୍କ କାହାଣୀ । ବାସ୍ତବରେ କରୋନାର ଲକଡାଉନରେ ଯେତେବେଳେ ସମସ୍ତ ଦୁନିଆ ଶାନ୍ତ ପଡ଼ିଯାଇଥିଲା, ସେତେବେଳେ ଭାରତର ଦୁର୍ଗ ସହରର ଜଣେ ଗରିବ ବସ୍ ଡ୍ରାଇଭର ତାଙ୍କ ସାଢ଼େ ତିନି ବର୍ଷର ପୁଅକୁ ଘରେ ପଢ଼େଇ ଲେଖେଇ ଗୁଗୁଲ୍ ବଏ କରିଦେଇଛନ୍ତି । ସାଢ଼େ ତିନି ବର୍ଷ ବୟସରେ ହିମାଂଶୁ ସିହ୍ନା ଆଜି ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ଏକ ହଜାରରୁ ଅଧିକ ପ୍ରଶ୍ନର ଉତ୍ତର କହି ଦେଇପାରିବେ ।

ବାସ୍ତବରେ ଅଦ୍ଭୁତ ବୌଧିକ କ୍ଷମତାର ଧନୀ ଏହି ନିରୀହ ପିଲାକୁ ଛତିଶଗଡର ୯୦ ବିଧାୟକଙ୍କ, ରାଜ୍ୟ ଏବଂ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ଠାରୁ ଆରମ୍ଭ କରି ପ୍ରାୟ ୫୦ରୁ ଅଧିକ ଦେଶର ନାମ ଏବଂ ତାଙ୍କ ରାଜଧାନୀ ନାମ ମନେରଖିଛନ୍ତି । ଜଣାଇଦେଉଛୁ ଯେ ଅଷ୍ଟମ ପାସ୍ ପିତା ରାଜୁ ସିହ୍ନା ତାଙ୍କ ପୁଅର ଏହି ପ୍ରତିଭାକୁ ଜାଣି ତାଙ୍କୁ ଏକ ଚଳପ୍ରଚଳ ଏନସାଇକ୍ଲୋପିଡ଼ିଆ ଗୁଗୁଲରେ ପରିଣତ କରିପାରିଛନ୍ତି । ସେ ସଠିକ୍ ଭାବରେ କହିବା ମଧ୍ୟ ଶିଖି ନାହିଁ । ପିଲାଟି ଯେତେବେଳେ ନିଜର ଉଷ୍ମ ସ୍ୱରରେ ଦେଶ-ଦୁନିଆ, ଖେଳ, ରାଜଧାନୀ, ଭୂଗୋଳ ଏବଂ ଗଣିତର କଠିନ ପ୍ରଶ୍ନର ଉତ୍ତର ଦେଇଦେଇଥାଏ ତେବେ ଲୋକ ଦାନ୍ତ ତଳେ ଆଙ୍ଗୁଠି ଦବାଇ ତାଙ୍କୁ ଦେଖିଥାନ୍ତି । ସେହି ବସ୍ କଣ୍ଡକ୍ଟର ପିତା କୁହନ୍ତି ଯେ କରୋନା ଲକଡାଉନରେ ଯେତେବେଳେ ହଠାତ୍ ବସ୍ ଚାଲିବା ବନ୍ଦ ହୋଇଥିଲା ସେହିଠାରୁ ମୁଁ ବେରୋଜଗାର ହୋଇଯାଇଥିଲି । ସେହି ସମୟରେ ମୁଁ କିଛି ଭାବିପାରିନଥିଲି ମୁଁ ପ୍ରତିଦିନ ଭାବୁଥିଲି କଣ କରିବି ଏପରି ଭାବରେ, ପୁଅ ତାଙ୍କ କାହାଣୀ ପୁସ୍ତକ ଆଣି ମୋତେ ପଢିବାକୁ କହିଥିଲା ଅତି ଯତ୍ନର ସହ ସମସ୍ତ କଥାକୁ ଶୁଣୁଥିଲା । ତା’ପରେ ମୁଁ ଭାବିଲି କାହିଁକି ଏହି ସମୟର ବ୍ୟବହାର ପୁଅର ପାଠ ପଢାରେ ନଲଗାଯାଉ, ତାପରେ ସେ କାମରେ ଲାଗିଯାଇଥିଲି ।

* ପୂର୍ବରୁ ଦେଖାଯାଇଥିଲା ପିଲାର ଗୁଣ

ବାସ୍ତବରେ ହିମାଂଶୁଙ୍କ ପିତା କହିଛନ୍ତି ଯେ ଆଠ ମାସ ବୟସରୁ ପୁଅକୁ ସାଧାରଣ ପିଲାମାନଙ୍କଠାରୁ ଅଲଗା ହେବାର ଅନୁଭବ ହୋଇଥିଲା । ହିମାଂଶୁ ଯେଉଁ କଥାକୁ ଥରେ ଶୁଣିଦେଉଥିଲା ସେ ତାକୁ ମାସକ ପର୍ଯ୍ୟନ୍ତ ଭୁଲି ପାରୁନଥିଲା । ଏପରି ମୁଁ ପ୍ରଥମ ଛତିଶଗଡ ଏବଂ ପୁଣି ଭାରତର ପ୍ରସିଦ୍ଧ ଜିନିଷ ବିଷୟରେ ପଢିବା ଆରମ୍ଭ କରି ଦେଇଥିଲି । ଯେତେବେଳେ ପରଦିନ ମୁଁ ପଚାରିଥିଲି, ସେତେବେଳେ ହିମାଂଶୁ ସଠିକ୍ ଉତ୍ତର ଦେଇଥିଲା । ତା’ପରେ ଅନୁଭବ କରିଥିଲି କି ଏପରି ପ୍ରଶ୍ନ ପତ୍ର ତିଆରି କରିବି ଯେଉଁଥିରେ ପୁଅର ଜ୍ଞାନ କୋଷ ବଢିପାରିବ । କେବଳ ଗୋଟିଏ ବର୍ଷରେ ଏହି ପ୍ରଶ୍ନପତ୍ର ଏକ ହଜାର ପ୍ରଶ୍ନର ହୋଇଯାଇଥିଲା । ହିମାଂଶୁ ଶୋଇବା ଏବଂ ଉଠିବା ସମୟରେ ସମସ୍ତ ପ୍ରଶ୍ନର ଉତ୍ତର ମନେରଖୁଥିଲା । ଟିଭିରେ ଚାଲୁଥିବା ଖବରକୁ ଦେଖି ନୂଆ ପ୍ରଶ୍ନ ମଧ୍ୟ ଏଥିରେ ଯୋଡିଦେଇଥାଏ ।

* ପୁଅକୁ ବଡ଼ ମଞ୍ଚ ଦେବାକୁ ନିବେଦନ

ଉଲ୍ଲେଖନୀୟ କଥା ହେଉଛି, ତାଙ୍କ ବୟସର ପିଲାମାନଙ୍କ ଅପେକ୍ଷା ଶହେ ଗୁଣ ଅଧିକ ତୀବ୍ର ମସ୍ତିସ୍କ ଏବଂ ସ୍ମୃତି ଶକ୍ତି ଥିବା ହିମାଂଶୁଙ୍କ ପିତା କହିଛନ୍ତି ଯେ ତାଙ୍କର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୁର୍ବଳ ଅଟେ । ଲକଡାଉନରେ ଯାହା ବଞ୍ଚିଥିଲା ତାହା ମଧ୍ୟ ଶେଷ ହୋଇଯାଇଛି । ଏଭଳି ପରିସ୍ଥିତିରେ ପୁଅର ପ୍ରତିଭାକୁ ସଠିକ୍ ମଞ୍ଚ ଦେବାକୁ ସେମାନଙ୍କ ପାଖରେ କୌଣସି ସୁବିଧା ବଞ୍ଚିନାହିଁ । ଯଦି ଶାସନ- ପ୍ରଶାସନ ଏହି ପ୍ରତିଜ୍ଞାକାରୀ ପିଲାକୁ ସାହାଯ୍ୟ କରନ୍ତି, ତେବେ ଏହି ଛତିଶଗଡର କୌଟିଲ୍ୟ ହୋଇ ପ୍ରଦେଶର ନାମ ଦେଶ- ଦୁନିଆରେ ସୁନାମ ଅର୍ଜନ କରିପାରିବ । ଯେଉଁଥିରେ ଦେଶରେ ନାମ ମଧ୍ୟ ସୁନାମ ଅର୍ଜନ ହେବ ।

Leave a Reply

Your email address will not be published. Required fields are marked *