କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁଣିଥରେ ବଢିଇଲା Lockdown ଅବଧିକୁ….

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁଣିଥରେ ବଢିଇଲା Lockdown ଅବଧିକୁ….

ଭୋପାଳ : ରାଜ୍ୟରେ ହୁ ହୁ ହୋଇ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଲାଗୁ କରାଯାଇଥିବା ଜନତା କର୍ଫ୍ୟୁର ଅବଧିକୁ ବଢ଼ାଇଛନ୍ତି ମଧ୍ୟପ୍ରଦେଶ ସରକାର । ବର୍ତ୍ତମାନ ମେ’ ୧୫ ପର୍ଯ୍ୟନ୍ତ ମଧ୍ୟପ୍ରଦେଶରେ ଜନତା କର୍ଫ୍ୟୁ ବଳବତ୍ତର ରହିବ । କରୋନା ସଂକ୍ରମଣ ଯୋଗୁଁ ଜନତା କର୍ଫ୍ୟୁ ବା ଲକ୍ଡ଼ାଉନ୍ କରାଯିବ ପର ଠାରୁ ରାଜ୍ୟରେ ସଂକ୍ରମଣ ହାର କମୁଥିବା ଯୋଗୁଁ ରାଜ୍ୟ ସରକାର ଚିନ୍ତିତ ହୋଇପଡିଛନ୍ତି । ଏହାକୁ କମ କରିବା ପାଇଁ ଜନତା କର୍ଫ୍ୟୁର ଅବଧିକୁ ବଢ଼ାଇଛନ୍ତି ସରକାର । ଏହା ସହ ଏହି ସମୟ ମଧ୍ୟରେ କୌଣସି ବିବାହ କାର୍ଯ୍ୟ ବା ମାଙ୍ଗଳିକ କାର୍ଯ୍ୟ ନ କରିବା ପାଇଁ ରାଜ୍ୟବାସୀଙ୍କୁ ବିନମ୍ର ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଏହା ସହ ଭର୍ଚୁଆଲ ସମ୍ବୋଧନରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ସଂକ୍ରମଣ ହାର କମୁଥିବାରୁ ଖୁସି ଜାହିର କରିବା ସହ ସଚେତନ ରହିବାକୁ ଲୋକମାନଙ୍କୁ ଅପିଲ୍‌ କରିଛନ୍ତି ।

ସେ କହିଛନ୍ତ ଯେ, ରାଜ୍ୟ ପୂର୍ବରୁ ସଂକ୍ରମିତଙ୍କ ସଂଖ୍ୟାକୁ ନେଇ ଦେଶରେ ସପ୍ତମ ସ୍ଥାନରେ ଥିବା ବେଳେ ଏବେ ଶକ୍ତ କରୋନା କଟକଣା ପାଇଁ ଆମେ ୧୪ ନମ୍ବରରେ ରହିଛେ । ପୂର୍ବରୁ ପଜିଟିଭ ହାର ୨୫ ପ୍ରତିଶତ ଥିବା ବେଳେ ଏବେ ଏହା ୧୮କୁ ଖସିଛି । ଏହା ସହ ସୁସ୍ଥତା ହାର ଏବେ ରାଜ୍ୟରେ ୮୫.୧୩ ପ୍ରତିଶତ ରହିଛି । ତେବେ ସ୍ଥିତିକୁ ଆହୁରି ଭଲ କରିବା ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ମେ’ ୧୫ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକଳାପ ବନ୍ଦ କରନ୍ତୁ । ଜନତା କର୍ଫ୍ୟୁକୁ କଡାକଡି ପାଳନ କରିବା ଜରୁରୀ ଅଟେ । ମୁଁ ଚାହୁଁଛି ଆଗାମୀ ଦିନରେ ସାଧାରଣ ଜୀବନ ଆରମ୍ଭ ହେଉ ଯେଉଁଥିପାଇଁ ଆମକୁ କିଛି ଦିନ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିବ ।

ଏହା ସଙ୍ଗେସଙ୍ଗେ ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ, ବର୍ତ୍ତମାନ ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ବ୍ୟାପୁଛି । ଯେଉଁସବୁ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି ଏବଂ ଗାଁରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି ତାହା ଚିନ୍ତାର କାରଣ ସାଜିବ । ଏବେ ଏହାକୁ ନ ରୋକିଲେ ପରିସ୍ଥିତି ଭୟଙ୍କର ହୋଇଯିବ । ସାମାନ୍ୟ ଅସାବଧାନତା ବଡ଼ ବିପଦକୁ ଡାକିଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହ ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ । ଯାହା ଅର୍ଥ ଲାଗିବ ସବୁ ରାଜ୍ୟ ରାଜକୋଷରୁ ଦିଆଯିବ ବୋଲି ଶିବରାଜ ସିଂହ ଚୌହାନ କହିଛନ୍ତି ।

Leave a Reply

Your email address will not be published. Required fields are marked *