କରୋନାର ନୂଆ ମାମଲା ବୃଦ୍ଧିରେ ଆସିଲା ହ୍ରାସ, ୨୪ ଘଣ୍ଟାରେ ଆସିଲା ୩.୧୯ ଲକ୍ଷ କେସ୍ ! ୩.୫୬ ଲକ୍ଷ ରୋଗୀ ସୁସ୍ଥ…

କରୋନାର ନୂଆ ମାମଲା ବୃଦ୍ଧିରେ ଆସିଲା ହ୍ରାସ, ୨୪ ଘଣ୍ଟାରେ ଆସିଲା ୩.୧୯ ଲକ୍ଷ କେସ୍ ! ୩.୫୬ ଲକ୍ଷ ରୋଗୀ ସୁସ୍ଥ…

ଦେଶରେ କରୋନା ସଂକ୍ରମଣ ମାମଲା ସାମାନ୍ୟ କମିବାରେ ଲାଗିଛି ଏବଂ ୨୪ ଘଣ୍ଟାରେ କରୋନାର ୩ ଲକ୍ଷ ୨୯ ହଜାର ୯୪୨ ନୂଆ ମାମଲା ସାମ୍ନାକୁ ଆସିଛି । ଯେଉଁଠି ଗତ ୨୪ ଘଣ୍ଟାରେ ୩୮୭୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏହା ଲଗାତାର ଦ୍ୱିତୀୟ ଦିନ ଅଟେ ଯେଉଁଠି ଦେଶରେ କରୋନାର କେସ୍ ୪ ଲକ୍ଷରୁ କମ୍ ଆସିଛି । ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ମଧ୍ୟ କରୋନା ମାମଲା କମିବା ଦେଖା ଯାଇଛି ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଗତ ୨୪ ଘଣ୍ଟାରେ ୩,୫୬,୦୮୨ ଜଣ ଲୋକ ଡିସଚାର୍ଜ ହୋଇଛନ୍ତି । ଡିସଚାର୍ଜ ହୋଇଥିବା ଲୋକଙ୍କ ମଧ୍ୟରୁ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜୁରାଟ, କର୍ଣ୍ଣାଟକ, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ ଏବଂ ଦିଲ୍ଲୀର ୭୪ ପ୍ରତିଶତ ରୋଗୀ ଅଛନ୍ତି । ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ ସୋମବାର ପର୍ଯ୍ୟନ୍ତ ଦେଶରେ କରୋନା ଭୂତାଣୁର ମୋଟ ୩୦,୫୬,୧୮୭ ସେମ୍ପଲ୍ ଟେଷ୍ଟ କରା ଯାଇ ସାରିଛି ଯେଉଁଥିରେ ୧୮,୫୦,୧୧୦ଟି ସେମ୍ପଲ୍ କୁ କାଲି ଟେଷ୍ଟ କରାଯାଇଛି ।

କିନ୍ତୁ ଚାରିଦିନ ହେବ ୪ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସୁଥିଲା । ଏମିତିରେ ଦୁଇଦିନ ହେବ ‘କରୋନା କେସ୍’ରେ ନ୍ୟୁନତା ଦେଖା ଦେଇଛି । ତେଣୁ ଏକ ଆଶ୍ୱାସନା ମୂଳକ କଥା ଅଟେ । ଏପ୍ରିଲ୍ ୨୧ରେ ସଂକ୍ରମଣର ଆକଳନ ୩ ଲକ୍ଷ ଅତିକ୍ରମ କରି ଯାଇଥିଲା ଏବଂ ମାତ୍ର ୧୦ ଦିନ ମଧ୍ୟରେ ମଇ ୧ରେ ପାଖାପାଖି ୧ ଲକ୍ଷ ମାମଲା ବଢ଼ି ଯାଇଥିଲା । ଏବେ ସୁଦ୍ଧା ସଂକ୍ରମଣରେ ସୁସ୍ଥ ହୋଇଥିବା ବ୍ୟକ୍ତିର ଆକଳନ ଦେଶରେ ୧,୯୦,୨୭,୩୦୪ ହୋଇଛି । ଏହି ସମୟରେ ଦେଶରେ ସକ୍ରିୟ ମାମଲାର ସଂଖ୍ୟା ୩୭,୧୫,୨୨୧ ଅଟେ ।

ଚାଲିଛି ଟୀକା ଅଭିଯାନ :-

ଦେଶରେ କରୋନା ଟୀକା ଅଭିଯାନ ଦ୍ରୁତ ବେଗରେ ଚାଲିଛି । ଅନେକ ରାଜ୍ୟ ୧୮ ବର୍ଷ ଏବଂ ତା’ଠାରୁ ଅଧିକ ବୟସର ଲୋକଙ୍କୁ କରୋନା ଟୀକା ଦେବା ଆରମ୍ଭ କରି ଦେଇଛି । ସରକାରଙ୍କ ଅନୁସାରେ କୋବିଡ୍-19 ଟୀକାର ୧୭.୨୬ କୋଟି ଡୋଜ୍ ଲଗାଯାଇଛି । କେନ୍ଦ୍ରୀୟ ସ୍ଵାସ୍ଥ୍ୟ ମନ୍ତ୍ରାଳୟ ସୋମବାର ଦିନ ଏହି ସୂଚନା ଦେଇ କହିଥିଲା ଯେ ୧୮ ରୁ ୪୪ ଆୟୁ ବର୍ଗର ୫,୧୮,୪୭୯ ଲାଭାର୍ଥୀଙ୍କୁ ସୋମବାର ଦିନ ପ୍ରଥମ ଡୋଜ୍ ମିଳିବ ।

Leave a Reply

Your email address will not be published. Required fields are marked *