ଉର୍ବଶୀ ଢୋଲକିଆ କଲେ ଖୁଲାସା କହିଲେ- ପୁଅ ଚାହଁନ୍ତି ଯେ ମୁଁ ଦ୍ୱିତୀୟ ବିବାହ କରି ସେଟଲ୍ ହୋଇଯିବି !

ଉର୍ବଶୀ ଢୋଲକିଆ କଲେ ଖୁଲାସା କହିଲେ- ପୁଅ ଚାହଁନ୍ତି ଯେ ମୁଁ ଦ୍ୱିତୀୟ ବିବାହ କରି ସେଟଲ୍ ହୋଇଯିବି !

‘ଷ୍ଟାର୍ ପ୍ଲସ୍’ର ଲୋକପ୍ରିୟ ଧାରାବାହିକ ‘କସୌଟି ଜିନ୍ଦଗୀ କି’ରେ କୋମୋଲିକା ନାମରେ ପ୍ରସିଦ୍ଧ ଉର୍ବଶୀ ଢୋଲକିଆଙ୍କୁ ଆଜି କିଏ ବା ନଜାଣେ । ଉର୍ବଶୀଙ୍କ ଅଭିନୟକୁ ଦର୍ଶକମାନେ ଖୁବ୍ ପସନ୍ଦ କରିଛନ୍ତି । ଯଦିଓ ଉର୍ବଶୀ ଢୋଲକିଆ କିଛି ଟିଭି ଧାରାବାହିକରେ କାମ କରିଛନ୍ତି । ସେ ଏପରି ଭାବରେ ଅଭିନୟ କରି ଦର୍ଶକ ମାନଙ୍କୁ ମନୋରଞ୍ଜନ କରିଛନ୍ତି । କିନ୍ତୁ ଦର୍ଶକ ମାନେ ଆଜି ମଧ୍ୟ ତାଙ୍କୁ କୋମୋଲିକା ନାମରେ ଜାଣନ୍ତି । ଏହା କହିବା ଆଦୌ ଭୁଲ ହେବ ନାହିଁ ଯେ ଏହି ଶୋ’ରେ ଯେପରି ନକରାତ୍ମକ ଚରିତ୍ର ସେ ବହନ କରୁଥିଲେ, ସେପରେ ଆଜି ପର୍ଯ୍ୟନ୍ତ କେହି କରିପାରି ନାହାଁନ୍ତି ।

ଉର୍ବଶୀ ଢୋଲକିଆଙ୍କ ନିକଟରେ କେବେହେଲେ କାମର ଅଭାବ ନଥିଲା । ଉର୍ବଶୀ ଢୋଲକିଆଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହି । ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ଉର୍ବଶୀ ଢୋଲକିଆଙ୍କ ଅନେକ ପ୍ରଶଂସକ ଅଛନ୍ତି । ସୋସିଆଲ୍ ମିଡ଼ିଆରେ ଲକ୍ଷ ଲକ୍ଷ ଲୋକ ତାଙ୍କୁ ଫୋଲୋ କରନ୍ତି । ଉର୍ବଶୀ ଢୋଲକିଆଙ୍କ ପ୍ରଫେସନଲ୍ ଜୀବନ ବହୁତ ଭଲ ଥିଲା । କିନ୍ତୁ ତାଙ୍କ ବୈବାହିକ ଜୀବନ ବହୁତ କଷ୍ଟ ସାଧ୍ୟ ଥିଲା । ସେ ଅଧିକାଂଶ ସମୟରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖବରରେ ଥିଲେ ।

ଜଣାଇଦେଉଛୁ ଯେ, ଯେତେବେଳେ ଉର୍ବଶୀ ୧୬ ବର୍ଷର ଥିଲେ ସେତେବେଳେ ସେ ବିବାହ କରି ନେଇଥିଲେ । କିନ୍ତୁ ଏହି ବିବାହରୁ ତାଙ୍କୁ ଛଳନା ମିଳିଲା । ବିବାହର ୨ ବର୍ଷ ପରେ ଉର୍ବଶୀଙ୍କ ସ୍ୱାମୀ ତାଙ୍କୁ ଛାଡ଼ି ଚାଲିଗଲେ । ସେହି ସମୟରେ ଉର୍ବଶୀ କେବଳ ୧୮ ବର୍ଷର ଥିଲେ । ଯେତେବେଳେ ଉର୍ବଶୀଙ୍କ ସ୍ୱାମୀ ତାଙ୍କୁ ଛାଡ଼ି ଚାଲିଗଲେ ସେତେବେଳେ ସେ ଗର୍ଭବତୀ ଥିଲେ । ଏକୁଟିଆ ଉର୍ବଶୀ ଢୋଲକିଆ ଦୁଇଟି ଯାଆଁଳା ପୁଅ ସାଗର ଓ କ୍ଷୀତିଜଙ୍କୁ ଜନ୍ମ ଦେଲେ । ଶିଶୁର ଜନ୍ମ ସମୟରେ ସେ ମାତ୍ର ୧୯ ବର୍ଷର ଥିଲେ । ଉର୍ବଶୀ ନିଜର ଦୁଇଟି ଯାଆଁଳା ଶିଶୁକୁ ନିଜ ଶକ୍ତି ବଳରେ ବଡ଼ କଲେ । ଆଜି ମଧ୍ୟ ଉର୍ବଶୀ ନିଜର ସନ୍ତାନ ମାନଙ୍କ ଖର୍ଚ୍ଚ ନିଜେ ଉଠାନ୍ତି ।

ବିବାହ ଭାଙ୍ଗିବା ପରେ ଉର୍ବଶୀ ଆଉ କେବେ ବିବାହ କଲେ ନାହିଁ । ଯଦିଓ କିଛି ଅଭିନେତାଙ୍କ ସହିତ ତାଙ୍କ ନାମକୁ ଯୋଡ଼ାଗଲା । କିନ୍ତୁ ତାଙ୍କର ଦ୍ୱିତୀୟ ବିବାହ ହୋଇପାରିଲା ନାହିଁ ଏବଂ ଉର୍ବଶୀ ମଧ୍ୟ ଦ୍ୱିତୀୟ ବିବାହ କଲେ ନାହିଁ । ବର୍ତ୍ତମାନ ଯେତେବେଳେ ଉର୍ବଶୀଙ୍କ ଦୁଇଟି ପୁଅ ବଡ଼ ହୋଇଗଲେଣି ସେମାନେ ନିଜେ ଚାହଁନ୍ତି ଯେ ତାଙ୍କ ମାଁ ଆଉ ଥରେ ବିବାହ କରି ସେଟଲ୍ ହୋଇଯାନ୍ତୁ । ଏହାର ଖୁଲାସା ଉର୍ବଶୀ ନିକଟରେ ହୋଇଥିବା ଏକ ଇଣ୍ଟରଭିୟୁ ସମୟରେ କରିଥିଲେ । ସେ କହିଥିଲେ ଯେ ସନ୍ତାନମାନେ ମୋତେ ଏକୁଟିଆ ଦେଖି ଦୁଃଖିତ ହୋଇଯାନ୍ତି । ଏବଂ ସେମାନେ ଚାହଁନ୍ତି ଯେ ମୁଁ ପୁଣିଥରେ ବିବାହ କରି ସେଟଲ୍ ହୋଇଯିବି ।

ଉର୍ବଶୀ କହିଛନ୍ତି ଯେ- ‘ମୋତେ ପୁଣିଥରେ ବିବାହ ବିଷୟରେ ଚିନ୍ତା କରିବା ପାଇଁ ସମୟ ମିଳିଲା ନାହିଁ । ମୁଁ ସର୍ବଦା ନିଜ ଜୀବନରେ ବ୍ୟସ୍ତ ଥିଲି । ପ୍ରଫେସନାଲ୍ ଲାଇଫ୍, ଶିଶୁ, ଘର ଓ ତାଙ୍କ ପାଠପଢା ଏଥିପାଇଁ ମୋତେ କେବେହେଲେ ବିବାହ ବିଷୟରେ ଚିନ୍ତା କରିବା ପାଇଁ ସୁଯୋଗ ମିଳିଲା ନାହିଁ । ସେ ଯେବେମଧ୍ୟ ବିବାହକୁ ନେଇ କଥାବାର୍ତ୍ତା ଆରମ୍ଭ କରୁଥିଲେ ସେତେବେଳେ ମୋତେ ହସ ଲାଗି ଯାଉଥିଲା । ସେପଟେ ବର୍ତ୍ତମାନ ଦୁଇଟି ଶିଶୁ ଚାହଁନ୍ତି ଯେ ମୁଁ ବର୍ତ୍ତମାନ ବିବାହ କରି ସେଟଲ୍ ହୋଇଯିବି ।

ଉର୍ବଶୀ ଢୋଲକିଆ ଆଗକୁ କହିଛନ୍ତି ଯେ ଏପରି ଲାଗେ ଯେ ମୋର ବିବାହ କରିବା ସମୟ ଯାଇ ସାରିଛି ଏଥିପାଇଁ ମୁଁ ଏହି ମାମଲାରେ ଅଧିକ ଚିନ୍ତା କରିବାକୁ ପସନ୍ଦ କରେ ନାହିଁ, କିନ୍ତୁ ଯଦି ବିବାହ ହୁଏ ତେବେ ମୁଁ ଏକ ସ୍ୱାଧୀନ ମହିଳା ଅଟେ ମୋତେ ଏପରି ଏକ ପାର୍ଟନର୍ ଦରକାର୍ ଯିଏ ମୋର ସ୍ୱତନ୍ତ୍ରତାକୁ ବୁଝୁ ଓ ମୋତେ ବାନ୍ଧି ନରଖୁ । ମୋତେ ମୋର ନିଜ ଶୈଳୀରେ ବଞ୍ଚିବା ପସନ୍ଦ ଅଟେ ।

ଜଣାଇଦେଉଛୁ ଯେ ଉର୍ବଶୀ ଢୋଲକିଆ ନିଜ ଜୀବନର କୌଣସି ରହସ୍ୟ ଲୁଚାଇ ନାହାଁନ୍ତି । ସେ କିଛି ସମୟ ପୂର୍ବରୁ ଟିଭି ଅଭିନେତା ଅନୁଜ୍ ସଚଦେବାଙ୍କୁ ଡେଟ୍ କରୁଥିଲେ । ସେ କପଲ୍ ଭାବେ ‘ନଚ୍ ବଲିଏ’ ସିଜନ୍-୯ରେ ଅଂଶଗ୍ରହଣ କରିଥିଲେ । ଯଦିଓ କିଛି ସମୟ ପରେ ଦୁହିଁଙ୍କ ବ୍ରେକ୍-ଅପ୍ ହୋଇଯାଇଥିଲା ।

ସେପଟେ ଉର୍ବଶୀ ଢୋଲକିଆ ବର୍ତ୍ତମାନ ନିଜର ଯାଆଁଳା ଶିଶୁଙ୍କ ସହିତ ବହୁତ ଖୁସିରେ ଅଛନ୍ତି । ସୋସିଆଲ୍ ମିଡ଼ିଆରେ ଉର୍ବଶୀ ଅଧିକାଂଶ ନିଜ ଶିଶୁମାନଙ୍କୁ ସହ ଫୋଟ ସେୟାର୍ କରନ୍ତି ।

Leave a Reply

Your email address will not be published. Required fields are marked *