ଆପଣଙ୍କ ଚେହେରାର ଆକାର ମଧ୍ୟ କହିପାରିବ ଆପଣଙ୍କ ଭବିଷ୍ୟତ ! ଜାଣନ୍ତୁ ଆଗାମୀ ସମୟରେ ଆପଣଙ୍କୁ କଣ ପ୍ରାପ୍ତ ହେବ ?

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ମନୁଷ୍ୟର ହାତ ରେଖାକୁ ଦେଖି ତାହାର ଭବିଷ୍ୟତ ବିଷୟରେ ଜାଣି ହୁଏ । ହାତ ରେଖା ମାଧ୍ୟମରେ ବ୍ୟକ୍ତିଙ୍କ ବ୍ୟବହାର ଓ ତାହାର ସ୍ୱଭାବ ବିଷୟରେ ଜାଣି ହେବ । ଆପଣ ସମସ୍ତେ ମଧ୍ୟ ଏହା ବିଷୟରେ ନିଶ୍ଚୟ ଶୁଣିଥିବେ କିନ୍ତୁ ଆଜି ଆମେ ଆପଣମାନଙ୍କୁ ଆପଣଙ୍କ ଚେହେରାର ଆକାର ମାଧ୍ୟମରେ ଆଗାମୀ ସମୟ ବିଷୟରେ କିପରି ଜାଣି ହେବ ତାହା କହିବୁ, ଆପଣ ପୁରାପୁରି ଠିକ୍ ପଢିଛନ୍ତି ଆପଣ ଯେକୌଣସି ମନୁଷ୍ୟର ଚେହେରାକୁ ଦେଖି ଏହା ଅନୁମାନ ଲଗାଇ ପାରିବେ ଯେ ଆପଣଙ୍କ ଆଗାମୀ ସମୟ କିପରି ରହିବ ? ସମସ୍ତ ମନୁଷ୍ୟର ଚେହେରା କିଛି ନା କିଛି ସନ୍ଦେଶ ଦିଏ । ଏଥିପାଇଁ ଆପଣଙ୍କ ଚେହେରା ମଧ୍ୟ ଆପଣଙ୍କ ଭବିଷ୍ୟତ ବିଷୟରେ ବହୁତ କିଛି କହେ ଏହା ବିଷୟରେ ଆଜି ଆମେ ଆଲୋଚନା କରିବା ।

ଆଜି ଆମେ କିଛି ଚେହେରା ବିଷୟରେ କହିବୁ ଯେଉଁଥିରୁ ଆପଣଙ୍କୁ ବୁଝପାରିବେ ଯେ ଆପଣଙ୍କ ଚେହେରା କଣ କହିବା ପାଇଁ ଚାହୁଁଛି । ଆପଣଙ୍କ ଚେହେରାର ଆକାରରୁ ଆପଣ ନିଜର ଭବିଷ୍ୟତ ଏବଂ ଆପଣଙ୍କ ଜୀବନ ଓ ତାହା ସହିତ ଜଡ଼ିତ ସଫଳତା ଓ ବିଫଳତା ବିଷୟରେ ଜାଣିପାରିବେ । ଆଉ ମଧ୍ୟ ଆପଣଙ୍କ ଚେହେରାର ଆକାର ବଳରେ ଆପଣ ଜାଣିପାରିବେ ଯେ ଆପଣଙ୍କୁ ଭବିଷ୍ୟତରେ ସଫଳତା ହାସଲ ହେବ ଅଥବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ।

ଆସନ୍ତୁ ଜାଣିବା ଚେହେରାର ଆକାରରୁ ଆପଣ କିପରି ଭାବରେ ନିଜ ଭାଗ୍ୟ ବିଷୟରେ ଜାଣିପାରିବେ

ତ୍ରିଭୁଜାକାର ଚେହେରା

Google

ଯେଉଁମାନଙ୍କ ଚେହେରା ତିନିକୋଣ ବିଶିଷ୍ଟ ବା ତ୍ରିଭୁଜାକାର ହୋଇଥାଏ ଏପରି ଲୋକ ଜୀବନରେ କୌଣସି ଚାପକୁ ପସନ୍ଦ କରନ୍ତି ନାହିଁ । ଏହିପରି ଲୋକମାନେ ରଚନାତ୍ମକ ହୋଇଥାନ୍ତି । ଏହା ସହିତ ଏପରି ଲୋକମାନେ କିଛି ନୂତନ କିମ୍ବା ଭିନ୍ନ କରିବା ଚେଷ୍ଟାରେ ଲାଗିଥାନ୍ତି । ଏହିପରି ମନୁଷ୍ୟମାନଙ୍କୁ କଳା କ୍ଷେତ୍ରରେ ସଫଳତା ହାସଲ ହୋଇଥାଏ ।

ଅଣ୍ଡାକୃତି ଚେହେରା

ଯେଉଁ ବ୍ୟକ୍ତିଙ୍କ ଚେହେରା ଅଣ୍ଡାକୃତିର ହୋଇଥାଏ ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି । ଏହିପରି ବ୍ୟକ୍ତିଙ୍କୁ ବହୁତ କ୍ରୋଧ ଆସେ କିନ୍ତୁ ଏମାନେ ବହୁତ ଭଲ ସ୍ୱଭାବର ହୋଇଥାନ୍ତି । ଏମାନେ ନିଜକୁ ପରିସ୍ଥିତି ଓ ଅବସ୍ଥା ଅନୁସାରେ ନିଜକୁ ସମ୍ଭାଳି ନିଅନ୍ତି । ଏହିପରି ବ୍ୟକ୍ତି ଯଦି ମିଡ଼ିଆ ଅଥବା ଚଳଚ୍ଚିତ୍ର ଜଗତରେ ନିଜର କ୍ୟାରିୟର ତିଆରି କରନ୍ତି ତେବେ ତାଙ୍କୁ ସଫଳତା ନିଶ୍ଚିତ ଭାବେ ପ୍ରାପ୍ତ ହୋଇଥାଏ ।

ଗୋଲାକାର ଚେହେରା

Google

ଯେଉଁମାନଙ୍କ ଚେହେରା ଗୋଲ ହୋଇଥାଏ ଏହିପରି ବ୍ୟକ୍ତି ସୁନ୍ଦର ଦେଖାଯିବା ସହ ଭାଗ୍ୟରୁ ବହୁତ ଧନୀ ଅଟନ୍ତି । ଏମାନେ ଯେଉଁ କ୍ଷେତ୍ରକୁ ପ୍ରବେଶ କରନ୍ତି ସେଠାରେ ତାଙ୍କୁ ବହୁତ ସଫଳତା ହାସଲ ହୋଇଥାଏ । ଏମାନଙ୍କ ଭାଗ୍ୟ ବହୁତ ପ୍ରଖର ଅଟେ ତେଣୁ ଏମାନେ ବହୁତ ବଡ଼ ବଡ଼ ପଦ ହାସଲ କରିବାରେ ସକ୍ଷମ ଅଟନ୍ତି ।

ଲମ୍ବା ଚେହେରା

Google

ଯେଉଁମାନଙ୍କ ଚେହେରା ଲମ୍ବାକାର ହୋଇଥାଏ ଏହିପରି ବ୍ୟକ୍ତି ବହୁତ ଜିଦ୍ଦି ସ୍ୱଭାବର ଅଟନ୍ତି । ଯାହା କାରଣରୁ ଏପରି ବ୍ୟକ୍ତିମାନଙ୍କୁ ନିଜ ଜୀବନରେ ବହୁତ ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିଥାଏ କିନ୍ତୁ ଏହି ବ୍ୟକ୍ତିମାନେ ସମସ୍ତ ପରିସ୍ଥିତିକୁ ଭଲ ଭାବରେ ସାହସର ସହିତ ଲଢ଼ିବାରେ ମଧ୍ୟ ପଛାନ୍ତି ନାହିଁ ।

ଚତୁର୍ଭୁଜ ଚେହେରା

Google

ଯେଉଁ ବ୍ୟକ୍ତିମାନଙ୍କ ଚେହେରା ଚାରି କୋଣିଆ ବା ଚତୁର୍ଭୁଜାକାର ହୋଇଥାଏ ସେମାନଙ୍କ ଭାଗ୍ୟ ବହୁତ ପ୍ରଖର ଅଟେ । ଏହିପରି ବ୍ୟକ୍ତିଙ୍କୁ ଅଳ୍ପ ପରିଶ୍ରମରେ ମଧ୍ୟ ବହୁତ ସଫଳତା ପ୍ରାପ୍ତ ହୋଇଥାଏ । ଏହିପରି ବ୍ୟକ୍ତି ବୁଦ୍ଧିମାନ ମଧ୍ୟ ଅଟନ୍ତି ଓ ଏହା ସହିତ ଏମାନଙ୍କ ଠାରେ ଚତୁରତାର ଗୁଣ ମଧ୍ୟ ଭରି ରହିଛି । ଏମାନେ ନିଜ ଜୀବନରେ ବହୁତ ପ୍ରଗତି କରନ୍ତି ।

Leave a Reply

Your email address will not be published. Required fields are marked *