ସୁଶାନ୍ତଙ୍କ dairyର ୧୩ ନମ୍ବର ପୃଷ୍ଠାରୁ ମିଳିଲା ଅଙ୍କିତା ଲୋଖଣ୍ଡେ ଏବଂ କ୍ରିତି ସାନନଙ୍କ ରହସ୍ୟ !

ସୁଶାନ୍ତଙ୍କ dairyର ୧୩ ନମ୍ବର ପୃଷ୍ଠାରୁ ମିଳିଲା ଅଙ୍କିତା ଲୋଖଣ୍ଡେ ଏବଂ କ୍ରିତି ସାନନଙ୍କ ରହସ୍ୟ !

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବହୁତ ତଥ୍ୟ ବର୍ତ୍ତମାନ ସାମ୍ନାକୁ ଆସୁଛି । ସୁଶାନ୍ତ କଣ ପାଇଁ ଆତ୍ମହତ୍ୟା କରିଥିଲେ ।
ଯଦିଓ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି, ତଥାପି ତାହା ଜଣା ପଡିନାହିଁ । ଏସମସ୍ତ ମଧ୍ୟରେ ଖବର ଆସୁଛି ଯେ ସୁଶାନ୍ତଙ୍କ ଘରୁ ପୋଲିସ୍ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପାଇଛି ।

google

ପୋଲିସକୁ ୫ଟି dairyର ସନ୍ଧାନ ମିଳିଛି । ଏହି dairyରେ ସୁଶାନ୍ତ ତାଙ୍କର ନିଜ ଜୀବନରେ ଚାଲିଥିବା ଘଟଣା ଏବଂ ଦୈନ୍ୟ ଦିନ ଘଟଣା ଗୁଡିକ ଲେଖୁଥିଲେ। ଏଥିରେ ଏପରି ଏକ dairy ଅଛି ଯାହା ପୃଷ୍ଠା ୧୩ରେ ସୁଶାନ୍ତଙ୍କ ସମ୍ବନ୍ଧିତ ଅନେକ ମହତ୍ୱପୁର୍ନ ତଥ୍ୟ ମିଳିଛି । ଯେପରି ଭାବରେ ସୁଶାନ୍ତଙ୍କ ଆତ୍ମହତ୍ୟା କେସରେ ନୂତନ ନୂତନ ତଥ୍ୟ ସମ୍ନାକୁ ଆସିବାରେ ଲାଗିଛି ମାମଲାର ସମୟ ସୀମା ମଧ୍ୟ ବଢ଼ିବାରେ ଲାଗିଛି । ପୋଲିସ୍ ସୁଶାନ୍ତଙ୍କ ପରିବାର ଓ ତାଙ୍କ ଘରେ କାମ କରୁଥିବା ଲୋକଙ୍କ ଠାରୁ ମଧ୍ୟ ତଥ୍ୟ ସଂଗ୍ରହ କରୁଛି । କାଷ୍ଟିଙ୍ଗ ଡ଼ାଇରେକ୍ଟର ମୁକେଶ ଛାବ୍ରା ମଧ୍ୟ କହିଛନ୍ତିଯେ ସୁଶାନ୍ତ ମାନସିକ ରୋଗରେ ଗତି କରୁଥିଲେ ଏବଂ ତାଙ୍କ ପିତା ମଧ୍ୟ କହିଛନ୍ତି ଯେ ସୁଶାନ୍ତଙ୍କ ଗତିବିଧିର ପରିବର୍ତ୍ତନ ହୋଇଥିଲା ସେ ହସୁଥିଲେ କିନ୍ତୁ ତାଙ୍କ ବ୍ୟବହାରରେ ପରିବର୍ତ୍ତନ ହୋଇଥିଲା ।

google

ସୁଶାନ୍ତଙ୍କ ଘରୁ ମିଳିଥିବା dairyରୁ ପୃଷ୍ଠା ୧୩ରେ କଣ ଲେଖା ହୋଇଛି ତାହା ଜାଣିବା ନିହାତି ଜରୁରୀ ଅଟେ । ବହୁତ ଲୋକ ଜାଣିବାକୁ ଚାହୁଁହୁଛନ୍ତି ଯେ ସତରେ କଣ ସୁଶାନ୍ତଙ୍କ ଡ଼ିପ୍ରେସନର ଶିକାର ଥିଲେ ।

ପୃଷ୍ଠା ୧୩ରେ କ୍ରିତି ସାନନଙ୍କର ନାମ ଅଛି ଏବଂ ଅଙ୍କିତା ଲୋଖଣ୍ଡେଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି । ଅଙ୍କିତାଙ୍କ ସହ ପୂର୍ବରୁ ସୁଶାନ୍ତଙ୍କ ସମ୍ପର୍କ ଥିଲା । ସୁଶାନ୍ତ ଲେଖିଛନ୍ତି ଯେ ଯେବେଠାରୁ ତାଙ୍କ କ୍ୟାରିଅର ଆରମ୍ଭ ହୋଇଛି ଅଙ୍କିତା ତାଙ୍କ ସହିତ ଅଛନ୍ତି । ଯେତେବେଳେ ମଧ୍ୟ ସେ ଭାଙ୍ଗିପଡିଛନ୍ତି ସେତେବେଳେ ସର୍ବଦା ଅଙ୍କିତା ତାଙ୍କ ସହ ଅଛନ୍ତି ଏବଂ ତାଙ୍କ କ୍ୟାରିୟରରେ ଅଙ୍କିତା ଏକ ମହତ୍ୱପୂର୍ଣ୍ଣ ଅଂଶୀ ଅଟନ୍ତି । dairyରେ ମଧ୍ୟ ରିୟା ଚକ୍ରବତୀଙ୍କ ନାମ ଅଛି କିନ୍ତୁ ତା ପୂର୍ବରୁ ଆପଣଙ୍କୁ କ୍ରିତି ସାନନଙ୍କ ବିଷୟରେ କହିବାକୁ ଚାହୁଁଛୁ । ‘ରାବତା’ ଫିଲ୍ମରେ କ୍ରିତି ସାନନ୍ ଅବଂ ସୁଶାନ୍ତ ଅଭିନୟ କରିଥିଲେ । ସୁଶାନ୍ତ ଲେଖିଛନ୍ତି ଯେ କ୍ରିତି ସାନନ୍ ତାଙ୍କର ଏକ ଭଲ ବନ୍ଧୁ ସେ ଯେତେବେଳେ ଦେଖା ହେଉଥିଲେ ତାଙ୍କସହ ହସିକରି କାଥା ହେଉଥିଲେ ଏବଂ ସେ ତାଙ୍କର ସବୁ କଥା ମଧ୍ୟ ସେୟାର କରୁଥିଲେ ।

google

ଏଥି ସହିତ dairyରେ ରିୟା ଚକ୍ରବତୀଙ୍କ ବିଷୟରେ ମଧ୍ୟ ଲେଖା ଯାଇଛି । ସୁଶାନ୍ତ ଲେଖିଛନ୍ତି ରିୟା ଯେବେଠାରୁ ତାଙ୍କ ଜୀବନରେ ଆସିଥିଲେ ତାଙ୍କର ପରିବର୍ତନ ହୋଇଥିଲା । ଯେତେବେଳେସେ ଡିପ୍ରେସନରେ ଥିଲେ ରିୟା ତାଙ୍କ ସହ ଡାକ୍ତରଙ୍କ ପାଖକୁ ଯାଉଥିଲେ ଓ ଔଷଧ ମଧ୍ୟ ରିୟା ଆଣିକି ଦେଉଥିଲେ । ଏପରି ବହୁତ କଥା ଅଛି ଯାହାକି ପୃଷ୍ଠା ୧୩ରୁ ସମ୍ନାକୁ ଆସୁଅଛି । ପୋଲିସ୍ ବର୍ତ୍ତମାନ ସୁଶାନ୍ତଙ୍କ ସମ୍ପର୍କୀୟଙ୍କୁ ପଚାରି ସାରିଛି କିନ୍ତୁ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ମୁମ୍ବାଇରେ ନାହାନ୍ତି । ଯେପରିକି ତାଙ୍କ ଚାକର ସେ ବର୍ତ୍ତମାନ ମୁମ୍ବାଇରେ ନାହାନ୍ତି ସେ ସୁଶାନ୍ତଙ୍କ ସହ ତାଙ୍କ ପାଖରେ ରହୁଥିଲେ । ପୋଲିସ୍ ବର୍ତ୍ତମାନ ସେମାନଙ୍କୁ ଅପେକ୍ଷା କରିଛି ଯେତେବେଳେ ମଧ୍ୟ ସେ ଆସିବେ ତାଙ୍କଠାରୁ ମାମଲା ବିଷୟରେ ପଚାରାଯିବା । ଯେପରି ଭାବେ ମୁମ୍ବାଇ ପୋଲିସ୍ ନୂଆଁ ନୂଆଁ ତଥ୍ୟ ସାମ୍ନାକୁ ଆଣୁଛି ଜଣା ପଡୁଛି କି ସୁଶାନ୍ତଙ୍କ ଆତ୍ମହତ୍ୟାର ରହସ୍ୟ ଶୀଘ୍ର ଖୋଲିଯିବ ।

Leave a Reply

Your email address will not be published. Required fields are marked *