ଖୋଲିଲା ମହେଶ ଭଟ୍ଟ ଏବଂ ରିୟା ଚକ୍ରବର୍ତ୍ତୀଙ୍କ ରହସ୍ୟ ! ରାଞ୍ଚୀର ଏକ ହୋଟେଲରେ ବୁକ୍ କରିଥିଲେ ରୁମ୍ ।

ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲା ଆହୁରି ଅଧିକ ରହସ୍ୟଜନକ ହେବାରେ ଲାଗିଛି । ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀ ଙ୍କର ମହେଶ ଭଟ୍ଟଙ୍କ ସହିତ ରାଞ୍ଚୀ କନେକ୍ସନ ମଧ୍ୟ ସମ୍ନାକୁ ଆସିଛି । ଯାହାକୁ ଜାଣିବା ପରେ ଯେକେହି ମଧ୍ୟ ଆଶ୍ଚର୍ଯ୍ୟ କାରଣ ମହେଶ ଭଟ୍ଟ ଏବଂ ରିୟା ଚକ୍ରବର୍ତ୍ତୀଙ୍କର ଫୋନ କଲ୍ ତଥ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଜୁନ୍ ୮ ଠାରୁ ୧୩ ମଧ୍ୟରେ ୧୬ ଥର କଲ୍ କରାଯାଇଛି । ବର୍ତ୍ତମାନ ମହେଶ ଭଟ୍ଟ ଏବଂ ରିୟା ଚକ୍ରବର୍ତ୍ତୀଙ୍କର ଏପରି ଫୋଟ ସମ୍ନାକୁ ଆସିଛି ଯେଉଁଥିରୁ ଦୁହିଁଙ୍କ ସମ୍ପର୍କ ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଅଟେ ।

ରାଞ୍ଚୀ ଆସିଥିଲେ ମହେଶ ଏବଂ ରିୟା :-

ପ୍ରକୃତରେ ଟିଭି ନ୍ୟୁଜ୍ ଚ୍ୟାନେଲ News 18କୁ କିଛି ଫୋଟ ମିଳିଥିଲା । ଯେଉଁଥିରେ ଜଣାଶୁଣା ନିର୍ଦ୍ଦେଶକ ମହେଶ ଭଟ୍ଟ ଏବଂ ରିୟା ଚକ୍ରବର୍ତ୍ତୀ ଏକା ସହିତ ନଜର ଆସିଥିଲେ । ଏହି ଘଟଣା ୨୭ ମଇ ୨୦୧୮ର ଅଟେ । ଯେବେ ରାଞ୍ଚୀରେ ଝାଡ଼ଖଣ୍ଡ ଇଣ୍ଟରନ୍ୟାସନଲ ଫିଲ୍ମ ସମାରୋହ ୨୦୧୮ର ଆୟୋଜନ କରାଯାଇଥିଲା ।

google

ଏହିପରି ଏହି କାର୍ଯ୍ୟକ୍ରମରେ ଫିଲ୍ମ ଜଗତର ଅନେକ ବଡ଼ ବଡ଼ ଷ୍ଟାର ଉପସ୍ଥିତ ଥିଲେ ଏବଂ ସେଥିରେ ମହେଶ ଭଟ୍ଟ ମଧ୍ୟ ସାମିଲ ଥିଲେ । ସେତେବେଳେ ଆୟୋଜନ ସମିତିର ଅଧ୍ୟକ୍ଷ ଝାଡ଼ଖଣ୍ଡ ଫିଲ୍ମ ଡେଭଲୋପମେଣ୍ଟ ବୋର୍ଡ଼ର ସଦସ୍ୟ ୠଷି ପ୍ରକାଶ ମିଶ୍ର ଥିଲେ ।

ମହେଶ ଭଟ୍ଟଙ୍କ ପାଇଁ ବୁକ୍ ଥିଲା ସୁଇଟ୍ :-

ଫୋଟ ମିଳିବା ପରେ ଯେତେବେଳେ ଚ୍ୟାନେଲ ୠଷି ପ୍ରକାଶ ମିଶ୍ରଙ୍କୁ ସମ୍ପର୍କ କରିଥିଲା ଏବଂ ଫୋଟ ବିଷୟରେ ପଚାରିଥିଲା ସେ କହିଥିଲେ ଯେ, ରିୟା ମଧ୍ୟ ମହେଶ ଭଟ୍ଟଙ୍କ ସହିତ ରାଞ୍ଚୀ ଆସିଥିଲେ କିନ୍ତୁ କେହି ମଧ୍ୟ ତାଙ୍କୁ ଚିହ୍ନି ପାରିନଥିଲେ ।

google

ସେହି ସମୟରେ ମହେଶ ଭଟ୍ଟଙ୍କ ଟିମ୍ ରାଞ୍ଚୀର ରେଡିସନ ବ୍ଲୁ ହୋଟେଲରେ ତିନୋଟି ରୁମ୍ ବୁକ୍ କରାଇଥିଲେ ଯେଉଁଥିରେ ଏକ ସୁଇଟ ରୁମ୍ ଥିଲା ଯାହା ମହେଶଙ୍କ ପାଇଁ ଥିଲା ଏବଂ ଦୁଇଟି ରୁମ୍ କାର୍ଯ୍ୟନିର୍ବାହୀଙ୍କ ଥିଲା ।

ଗୋଟିଏ ହିଁ ରୁମରେ ଥିଲେ ମହେଶ ଏବଂ ରିୟା :-

ୠଷି ପ୍ରକାଶ ମିଶ୍ରା ନ୍ୟୁଜ୍ ଚ୍ୟାନେଲ ସହିତ ଆଲୋଚନା ସମୟରେ କହିଥିଲେ ଯେ, ତାଙ୍କୁ ସେହି ସମୟରେ କୌଣସି ସୂଚନା ନଥିଲା ଯେ ବାକି ଦୁଇଟି ରୁମ୍ କେଉଁ ମାନଙ୍କ ପାଇଁ ବୁକ୍ ଅଛି । କାରଣ ରିୟାଙ୍କୁ ଲୋକମାନେ କାର୍ଯ୍ୟକ୍ରମ ସମୟରେ ମଧ୍ୟ ଚିହ୍ନି ପାରିନଥିଲେ ।

google

News 18ର ରିପୋର୍ଟ ଅନୁସାରେ ଯେଉଁ ଦୁଇଟି କାର୍ଯ୍ୟନିର୍ବାହୀଙ୍କ ପାଇଁ ରୁମ୍ ବୁକ୍ ହୋଇଥିଲା ସେଥିମଧ୍ୟରୁ ଗୋଟିଏ ରୁମ୍ ରିୟା ଚକ୍ରବର୍ତ୍ତୀଙ୍କ ପାଇଁ ଥିଲା ଯେଉଁଠି ଅନ୍ୟ ରୁମରେ ଫିଲ୍ମ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ମ୍ୟାନେଜର ରହିଥିଲେ ଏବଂ ସୁଇଟ୍ ରୁମରେ ମହେଶ ଭଟ୍ଟ ରହିଥିଲେ । ଅର୍ଥାତ ଗୋଟିଏ ହିଁ ହୋଟେଲରେ ଦୁଇଜଣଙ୍କ ରୁମ୍ ଥିଲା ।

Be the first to comment

Leave a Reply

Your email address will not be published.


*