୧୨ ଦିନ ଧରି ଯାହାର ଅନୁସନ୍ଧାନ ଥିଲା ବର୍ତ୍ତମାନ ହୋଇଛି ଖୁଲାସା । ଶେଷ ଥର ବିକାଶ ଦୁବେଙ୍କ ନାମରେ ଦାଖଲ କରିଥିଲେ FIR !

୧୨ ଦିନ ଧରି ଯାହାର ଅନୁସନ୍ଧାନ ଥିଲା ବର୍ତ୍ତମାନ ହୋଇଛି ଖୁଲାସା । ଶେଷ ଥର ବିକାଶ ଦୁବେଙ୍କ ନାମରେ ଦାଖଲ କରିଥିଲେ FIR !

କାନପୁର ଏନକାଉଣ୍ଟରରେ ପ୍ରତିଦିନ ଗୋଟିଏ ନୂଆଁ ନୂଆଁ ଖୁଲାସା ହେଉଛି । ଯଦିଓ ଏହି ଘଟଣାର ମାଷ୍ଟରମାଇଣ୍ଡ ସମେତ ଅନେକ ଅଭିଯୁକ୍ତ ମାନଙ୍କୁ ପୋଲିସ୍ ମାରି ଦେଇଛି । କିନ୍ତୁ ବର୍ତ୍ତମାନ ସେହି ବ୍ୟକ୍ତିର ମଧ୍ୟ ଖୁଲାସା ହୋଇସାରିଛି । ଯିଏକି ଶେଷଥର ପାଇଁ ବିକାଶ ଦୁବେଙ୍କ ନାମରେ FIR ଦାଖଲ କରିଥିଲେ ଏବଂ ତାଙ୍କର ଅଭିଯୋଗ ଅନୁଯାୟୀ ପୋଲିସ୍ ନିଜର ଦଳ ସହିତ ବିକାଶଙ୍କୁ କଷ୍ଟୋଡିକୁ ନେବାପାଇଁ ପହଞ୍ଚିଥିଲା କିନ୍ତୁ ସେଠାରେ ବିକାଶ ଦୁବେ ତାଙ୍କ ସହକର୍ମୀଙ୍କ ସହ ମିଶି ୮ ଜଣ ପୋଲିସ୍ କର୍ମଚାରୀଙ୍କୁ ହତ୍ୟା କରିଥିଲେ । ଏହି ଘଟଣା ପରଠାରୁ ହିଁ ଅର୍ଥାତ ୧୨ ଦିନ ଧରି ରାହୁଲ ତିୱାରୀ (ଶେଷ FIR କରିଥିବା ବ୍ୟକ୍ତି)ଙ୍କୁ ଖୋଜା ଯାଉଥିଲା । ଯିଏ ବିକାଶ ଦୁବେଙ୍କ ନିର୍ଯ୍ୟାତନାରେ ପୀଡିତ ଅଟନ୍ତି ।

google

ରାହୁଲ ତିୱାରୀ କିଏ

ବାସ୍ତବରେ, ରାହୁଲ ତିୱାରୀ ହେଉଛନ୍ତି ସେହି ବ୍ୟକ୍ତି ଯିଏ ବିକରୁ କାଣ୍ଡର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାକ୍ଷୀ ଅଟନ୍ତି । ରାହୁଲ ତିୱାରୀଙ୍କୁ ଧରାଯିବା ପରେ ସେ ଖୁଲାସା କରିଛନ୍ତି କି, ଯେତେବେଳେ ତାଙ୍କୁ ବିକାଶ ଦୁବେ ଜୀବନରୁ ମାରିଦେବା ପାଇଁ ଚେଷ୍ଟା କରିଥିଲେ, ସେତେବେଳେ ସେ ଚୌବେପୁର ଏସଔ ବିନୟ ତିୱାରୀଙ୍କ ନିକଟରେ ପହଞ୍ଚିଥିଲେ ଏବଂ ବିକାଶ ନାମରେ ଏକ ମାମଲା ଦାଖଲ କରିବା ପାଇଁ ନିବେଦନ କରିଥିଲେ । କିନ୍ତୁ ବିନୟ ତିୱାରୀ ମନା କରିଦେଇଥିଲେ । ଏହା ପରେ ରାହୁଲ ଏସଏସପି ଦୀନେଶ କୁମାର ପୀ’ଙ୍କ ନିକଟରେ ପହଞ୍ଚିଥିଲା ଏବଂ ସେ ହିଁ ସିଔଙ୍କ ସାମ୍ନାରେ ପଦକ୍ଷେପ ନେବାକୁ ଆଦେଶ ଦେଇଥିଲେ । ଯଦିଓ ଏହି ମାମଲାକୁ ଏହି ପର୍ଯ୍ୟନ୍ତ ଶହୀଦ୍ ଡେପୁଟି ଏସପି ଦେବେନ୍ଦ୍ର ମିଶ୍ରଙ୍କ ସହ ଯୋଡିକରି ଦେଖାଯାଉଥିଲା କି, କାରଣ ତାଙ୍କର ଏବଂ ବିକାଶଙ୍କ ମଧ୍ୟରେ ମତଭେଦ ଥିଲା କିନ୍ତୁ ରାହୁଲ ସାମ୍ନାକୁ ଆସି ସମସ୍ତ ସତ୍ୟ ପ୍ରକାଶ କରିଛନ୍ତି ।

ନୂଆଁ ଥିଲେ ଏସଏସପୀ

google

ଏହିପରି ସମ୍ପୁର୍ଣ୍ଣ ବିକରୁ ଗ୍ରାମରେ ବିକାଶର ରାଜ୍ ଚାଲୁଥିଲା ଏବଂ ଅନେକ ଥର ବିକାଶ ଦୂବେ ତାଙ୍କ ସହକର୍ମୀଙ୍କ ସହ ମିଶି ପୋଲିସ୍ ଦଳ ଉପରକୁ ମାରପିଟ ମଧ୍ୟ କରିଥିଲେ । ବିକାଶ ବିଷୟରେ ସେଠାକାର ଅଧିକାରୀମାନଙ୍କୁ ଜଣାଥିଲା କିନ୍ତୁ ଯେଉଁ ଏସଏସପୀଙ୍କ ନିକଟରେ ରାହୁଲ ଅଭିଯୋଗ କରିଥିଲା, ସେତେବେଳେ ସେ ସେଠାରେ ନୂଆଁ ଥିଲେ ଏବଂ ତାଙ୍କୁ ବିକାଶର ଇତିହାସ ବିଷୟରେ କିଛି ମଧ୍ୟ ଜଣା ନଥିଲା ଏବଂ ଏହି କାରଣରୁ ହିଁ ପୋଲିସ୍ ସମ୍ପୂର୍ଣ୍ଣ ରଣନୀତି ସହ ଗାଁରେ ପହଞ୍ଚି ନଥିଲା । ଯଦି ଏସଏସପୀଙ୍କୁ ବିକାଶ ବିଷୟରେ ଜଣାଥାନ୍ତା ତେବେ ସେଠାରେ ପୀଏସୀ ସହିତ ଅନେକ ଥାନାର ଫୋର୍ସ ପଠାଯାଇଥାନ୍ତା ।

୪୦ରୁ ଅଧିକ ପୋଲିସ୍ କର୍ମଚାରୀ

google

ଏହି ଘଟଣାରୁ ଜଣାପଡିଥିଲା ​​କି, ବିକାଶ ଦୁବେଙ୍କୁ ଗିରଫ କରିବା ପାଇଁ ସେଠାରେ ସର୍କଲର ଫୋର୍ସ ଚଢ଼ାଉ କରିଥିଲା ​​ଏବଂ ୪୦ ରୁ ଅଧିକ ପୋଲିସ୍ ସାମିଲ ଥିଲେ । ଏପରି ହିଁ ଏତେ ସାରା ଫୋର୍ସ ଅଧିକ ଥିଲା କିନ୍ତୁ ବିକାଶକୁ ଧରିବା ପାଇଁ ଯେଉଁ ପ୍ରସ୍ତୁତି କରାଯିବାର ଥିଲା ତାହା ସେଠାରେ ନଥିଲା । ଏହି କାରଣରୁ ବିକାଶ ପୋଲିସଙ୍କ ଉପରେ ଆକ୍ରମଣ କରିବାରେ ସକ୍ଷମ ହୋଇଥିଲେ । କାରଣ ତାକୁ ପୋଲିସର ଆସିବା ଖବର ପୂର୍ବରୁ ମିଳିଯାଇଥିଲା ଏବଂ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତିର ସହ ଥିଲା ।

ଜନୈଉ ଏବଂ ଗଙ୍ଗା ଜଳ ଠାରୁ ରକ୍ଷା ପାଇଲା ରାହୁଲ

ଯେଉଁ ଫିନ ବିକରୁ କାଣ୍ଡ ହେଲା ତାହାର ଠିକ୍ ଗୋଟିଏ ଦିନ ପୂର୍ବରୁ ବିକାଶ ରାହୁଲଙ୍କୁ ମାରିବାକୁ ଚେଷ୍ଟା କରିଥିଲା ଏବଂ ତାହା’ ଛାତିରେ ରାଇଫଲ ରଖିଦେଇଥିଲା । ଆଶ୍ଚର୍ଯ୍ୟଜନକ କଥା ଏହା ଯେ, ସେହି ସମୟରେ ପୂର୍ବତନ ଚୌବେପୁର ଏସଔ ବିନୟ ତିୱାରୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ଏବଂ ତାଙ୍କୁ ଯେତେବେଳେ ଅନୁଭବ ହେଲା କି ବିକାଶ ରାହୁଲଙ୍କୁ ମାରିଦେଵ ସେତେବେଳେ ସେ ଜନୈଉ ଏବଂ ଗଙ୍ଗାଜଳ ଧରାଇ ଶପଥ କରିବାକୁ କହିଥିଲେ କି, ସେ ରାହୁଲକୁ ମାରିବ ନାହିଁ । ପରନ୍ତୁ ବିକାଶର ରାଗ ବନ୍ଦ ହୋଇନଥିଲା ସେ ରାହୁଲକୁ ବହୁତ ବାଡେଇ ଥିଲା ଏବଂ ଗୋଡେଇ ଗୋଡେଇ ବାଡେଇ ଆହାତ କରିଦେଇଥିଲା ।

କାହିଁକି ଫେରାର୍ ହୋଇଯାଇଥିଲା

ବିକରୁ କାଣ୍ଡ ପରଠାରୁ ହିଁ ପୋଲିସ୍ ରାହୁଲ ତିୱାରୀଙ୍କୁ ଖୋଜୁଥିଲା କାରଣ ସେ ହିଁ ବିକାଶଙ୍କ ନାମରେ ଶେଷ ଏଫଆଈଆର ଦାଖଲ କରିଥିଲା ଏବଂ ପୋଲିସ୍ ଦଣ୍ଡ ଦେବାକୁ ପହଞ୍ଚିଥିଲା । ରାହୁଲ ଧରାପଡ଼ିବା ପରେ ସେ କହିଥିଲା କି, ତାଙ୍କୁ ଡର ଥିଲା କି ବିକାଶ ମାରିଦେଵ ଏଥିପାଇଁ ସେ ପଳାଇ ଯାଇଥିଲା । ରାହୁଲ ତିୱାରୀ ବିନୟ ତିୱାରୀଙ୍କ ବିଷୟରେ ଖୁଲାସା କରିଥିଲେ କି, ଯେତେବେଳେ ବିକାଶ ଥାନା କର୍ମଚାରୀଙ୍କ ସମ୍ମୁଖରେ ତାଙ୍କୁ ଆକ୍ରମଣ କରିଥିଲା ସେତେବେଳେ ମଧ୍ୟ ଥାନା କର୍ମଚାରୀ ଶାନ୍ତ ଥିଲା କାରଣ, ସେ ନିଜେ ବିକାଶର ଗ୍ୟାଙ୍ଗରେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *