ନିଜ ଜୀବନ ବଞ୍ଚାଇ ହଙ୍ଗକଙ୍ଗରୁ ଆମେରିକା ପଳାୟନ କଲେ ଏହି ବୈଜ୍ଞାନିକ ! ଚୀନ ଓ କରୋନା ଭାଇରସ୍ ଉପରେ କଲେ ଅନେକ ବଡ଼ ବଡ଼ ଖୁଲାସା…

ନିଜ ଜୀବନ ବଞ୍ଚାଇ ହଙ୍ଗକଙ୍ଗରୁ ଆମେରିକା ପଳାୟନ କଲେ ଏହି ବୈଜ୍ଞାନିକ ! ଚୀନ ଓ କରୋନା ଭାଇରସ୍ ଉପରେ କଲେ ଅନେକ ବଡ଼ ବଡ଼ ଖୁଲାସା…

ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍ ସମଗ୍ର ପୃଥିବୀରେ ଧ୍ୱଂସଲୀଳା ସୃଷ୍ଟି କରିଛି । ଡିସେମ୍ବର ମାସରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭାଇରସ୍ କବଳରେ ୧.୨୬ କୋଟିରୁ ଅଧିକ ଲୋକ ସଂକ୍ରମିତ ହୋଇ ସାରିଛନ୍ତି କିନ୍ତୁ ଏଥି ମଧ୍ୟରେ କରୋନା ଭାଇରସକୁ ନେଇ ଅନେକ ବଡ଼ ବଡ଼ ଖୁଲାସା ମଧ୍ୟ କରାଯାଇଛି । ଯାହା ଫଳରେ ଚୀନ ସର୍ବଦା ସମଗ୍ର ବିଶ୍ୱ ସମ୍ମୁଖରେ ଦୋଷୀ ସାବ୍ୟସ୍ତ ହୋଇଛି । କିଛି ରିପୋର୍ଟରେ ଦାବି କରାଯାଇଛି ଯେ, ଚୀନର ଉହାନ୍ ସହରରୁ ହିଁ କରୋନା ଭାଇରସର ଜନ୍ମ ହୋଇଛି ଏବଂ ଏହା ଦାବି କରାଯାଉଥିଲା ଯେ ଚୀନରେ ବାଦୁଡ଼ି ଉପରେ ଗବେଷଣା କାରଣରୁ କରୋନା ଭାଇରସ୍ ସଂକ୍ରମିତ ହୋଇଥିଲା । ଯାହାଫଳରେ ଚୀନ ଆମେରିକା ସମେତ ବହୁ ଦେଶ ଏହା ଆୟତ୍ତରେ ଅଛନ୍ତି କିନ୍ତୁ ଏହି ସମସ୍ତ ଅଭିଯୋଗ ମଧ୍ୟରେ ବର୍ତ୍ତମାନ ହଙ୍ଗକଙ୍ଗର ଏକ ବାୟୋଲୋଜିଷ୍ଟ ଚୀନକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି ।

Google

ବାସ୍ତବରେ ଜଣେ ବୈଜ୍ଞାନିକ ଦାବି କରିଛନ୍ତି ଯେ, ସେ ନିଜ ଜୀବନ ବଞ୍ଚାଇ ଆମେରିକାରେ ପହଞ୍ଚିଲେ । “ହଙ୍ଗକଙ୍ଗ୍ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲଥ୍”ରେ ବାୟୋରୋଲୋଜି ଓ ଇମ୍ୟୁନୋଲୋଜିର ବିଶେଷଜ୍ଞ ଲି-ମେଂ ୟାନ ଫକ୍ସ ଏକ ସାକ୍ଷାତକାରରେ ନ୍ୟୁଜକୁ ଇଣ୍ଟରଭିୟୁ ଦେଇଛନ୍ତି । ଏହି ଇଣ୍ଟରଭିୟୁରେ ୟାନ ଦାବି କରିଛନ୍ତି ଯେ, ଚୀନରେ କରୋନା ଭାଇରସ୍ ବିଷୟରେ ପୂର୍ବରୁ ସବୁକିଛି ଜାଣିଥିଲେ ଏହିକାମ ଚୀନର ସରକାରଙ୍କ ସର୍ବୋଚ୍ଚ ସ୍ତରରେ ସମ୍ପାଦିତ ହୋଇଛି । ସେ କହିଛନ୍ତି ଯେ, ମହାମାରୀର ଆରମ୍ଭରେ ତାଙ୍କ ଗବେଷଣାକୁ ତାଙ୍କ ସୁପରଭାଇଜର ଅଣଦେଖା କରି ଦେଇଥିଲେ, ଯିଏକି ଏହି କ୍ଷେତ୍ର ବିଶେଷଜ୍ଞ ଅଟନ୍ତି କିନ୍ତୁ ଏହି ଗବେଷଣା ଦ୍ୱାରା ଲୋକଙ୍କ ଜୀବନ ରକ୍ଷା ସମ୍ଭବ ହୋଇଥାନ୍ତା । ୟାନ କହିଛନ୍ତି ଯେ, ସେ କରୋନା ଭାଇରସ୍ ଉପରେ ଗବେଷଣା କରୁଥିବା ଦୁନିଆର ସବୁଠାରୁ ଅଧିକ ଉନ୍ନତ ବୈଜ୍ଞାନିକମାନଙ୍କ ସୂଚୀରେ ତାଙ୍କ ନାମ ସାମିଲ ଥିଲା । କିନ୍ତୁ ଏହା ସତ୍ତ୍ୱେ ସରକାର ତାଙ୍କୁ ବିଦେଶୀ ଓ ପରେ ହଙ୍ଗକଙ୍ଗଙ୍କ ବିଶେଷଜ୍ଞ ମାନଙ୍କ ଗବେଷଣାରେ ସାମିଲ କରିବାରୁ ମନା କରିଦେଇଥିଲେ ।

ଏହା ଆଗକୁ ୟାନ କହିଛନ୍ତି ଯେ, କିଛି ସମୟ ମଧ୍ୟରେ କରୋନା ଭାଇରସ ଉପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଏବଂ ଶୋଧକର୍ତ୍ତାମାନେ ଖୋଲାଖୋଲି ଭାବେ କରୋନା ବିଷୟରେ କହୁଥିଲେ କିନ୍ତୁ ସରକାର ସମସ୍ତଙ୍କୁ ଚୁପ୍ କରାଇ ଦେଲେ । ଏହି କାରଣରୁ ଉହାନର ଡାକ୍ତରମାନେ ଚୁପ୍ ରହିଗଲେ । ଏତିକି ନୁହେଁ, ଚେତାବନୀ ମଧ୍ୟ ଦିଆଗଲା ଯେ କୌଣସି ଡାକ୍ତର ପାଖରୁ କିଛି ପଚରା ଯିବ ନାହିଁ । ଏଥିପାଇଁ ଆମେ ଏହା ବିଷୟରେ ଆଲୋଚନା କରି ପାରୁନଥିଲୁ । କିନ୍ତୁ ମାସ୍କ ପିନ୍ଧିବା ଅତ୍ୟନ୍ତ ଜରୁରୀ ଥିଲା । ଏହାକୁ ୟାନ ନିଜ ଜୀବନର ବିପଦ ବୋଲି କହିଛନ୍ତି । ୟାନଙ୍କ ଅନୁଯାୟୀ, ତାଙ୍କ ପାଖରେ କେବଳ ପାସପୋର୍ଟ ଓ ପର୍ସ ଥିଲା । ଯାହାକୁ ନେଇ ସେ ଚୀନରୁ ପଳାୟନ କଲେ । କାରଣ ସେଠାରେ ତାଙ୍କୁ ଗିରଫ କରି ଜେଲରେ ପୁରାଇ ଦେଇଥାନ୍ତେ । ନହେଲେ କୁଆଡେ ଉଭେଇ ଯାଇଥାନ୍ତେ ।

Google

ୟାନ କହିଛନ୍ତି ଯେ, ଚୀନ ସରକାର ତାଙ୍କ ଛବିକୁ ଖରାପ କରିବା ଚେଷ୍ଟାରେ ଲାଗିପଡିଛନ୍ତି । ସରକାରଙ୍କ ଗୁଣ୍ଡାମାନେ ତାଙ୍କୁ ଚୁପ୍ କରାଇବାରେ ଲାଗିଛନ୍ତି ଏବଂ ତାଙ୍କ ଉପରେ ସାଇବର୍ ଆଟାକ୍ ବା ଆକ୍ରମଣ କରାଯାଉଛି । ୟାନଙ୍କ ଅନୁଯାୟୀ, ସେଠାରେ ମୋ ମାତାପିତାଙ୍କୁ ମଧ୍ୟ ପଚରାଉଚରା କରାଯାଉଛି ଓ ମୋର ଅପାର୍ଟମେଣ୍ଟକୁ ମଧ୍ୟ ଭାଙ୍ଗି ଦିଆଯାଇଛି । ବର୍ତ୍ତମାନ ତାଙ୍କ ଜୀବନ ବିପଦରେ ।

Leave a Reply

Your email address will not be published. Required fields are marked *