ଯୁବତୀଙ୍କ ନାମରେ FAKE ID କରି କରୁଥିଲା ଦୁର୍ନୀତି ! ଏପରି ବିଗିଡ଼ି ଗଲା ସମ୍ପୂର୍ଣ୍ଣ ଖେଳ…

ଯୁବତୀଙ୍କ ନାମରେ FAKE ID କରି କରୁଥିଲା ଦୁର୍ନୀତି ! ଏପରି ବିଗିଡ଼ି ଗଲା ସମ୍ପୂର୍ଣ୍ଣ ଖେଳ…

ଦିଲ୍ଲୀ ପୋଲିସ୍ ସୋସିଆଲ୍ ମିଡ଼ିଆରେ ଫେକ୍ ପ୍ରୋଫାଇଲ୍ ତିଆରି କରି ଝିଅମାନଙ୍କୁ ଚିନ୍ତିତ କରୁଥିବା ଏକ ଅପରାଧୀଙ୍କୁ ଧରି ନେଇଛନ୍ତି । କୋଟଲା, ଦିଲ୍ଲୀ ସହରରେ ରହୁଥିବା ଜଣେ ମହିଳା କହିଛନ୍ତି ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ତାଙ୍କ ଝିଅର ନାମ ଓ ଫୋଟକୁ ଜଣେ ଦୁଷ୍ଟ ଯୁବକ ଇଂଷ୍ଟାଗ୍ରାମରେ ପ୍ରୋଫାଇଲ୍ ତିଆରି କରିନେଲା । ଯେଉଁଥିରୁ ସେ ଅନ୍ୟ ଝିଅମାନଙ୍କ ଖରାପ ଖରାପ ଫୋଟ, କଣ୍ଟେଣ୍ଟ ସବୁ ପଠାଉଥିଲା ।

ଆଜତକଙ୍କ ଅନୁଯାୟୀ ଏହି ପ୍ରୋଫାଇଲରୁ ସେ ଅନ୍ୟ ଯୁବତୀ ମାନଙ୍କୁ ଆପତ୍ତିଜନକ ମେସେଜ୍ ପଠାଉଥିଲା ଓ ତାଙ୍କୁ ଷ୍ଟକ୍ କରୁଥିଲା । ମହିଳା ମାମଲା ରୁଜୁ କରିବା ପରେ କୋଟଲା ମୁବାରକପୁର୍ ପୋଲିସ୍ ଷ୍ଟେସନ୍ ଅଜ୍ଞାତ ଯୁବକଙ୍କ ବିରୁଦ୍ଧରେ ପୋସ୍କୋ ଏକ୍ଟ ଅନୁଯାୟୀ ମାମଲା ରୁଜୁ କଲେ ।

ଏହାପରେ ପୋଲିସ୍ ଯାଞ୍ଚ ଆରମ୍ଭ କରିଦେଲେ । ଦିଲ୍ଲୀ ପୋଲିସ୍ ଇଂଷ୍ଟାଗ୍ରାମ୍ ପ୍ରୋଫାଇଲ୍ ସମ୍ବନ୍ଧୀୟ ଫେସବୁକର ସମସ୍ତ ତଥ୍ୟ ନେଇଗଲେ । ଏହାବ୍ୟତୀତ ଟେକନିକାଲ୍ ଟିମ୍ ଆଇପି ଠିକଣା ଆଦି ନେଇଗଲେ ।

ଆଜତକ ଅନୁଯାୟୀ ଗ୍ରାଉଣ୍ଡ ଲେଭଲ୍ ଯାଞ୍ଚ କରିବା ପରେ, କୋଟଲା ମୁବାରକପୁର୍ ପୋଲିସ୍ ଷ୍ଟେସନ୍ ଓ ଡ଼ିସିସି ଏକ ଜଏଣ୍ଟ ଟିମ୍ ଗଠିତ କଲେ ଓ ଶେଷରେ ଫରିଦାବାଦର NIT କଲୋନୀରୁ ଅଭିଯୁକ୍ତ ଯୁବକଙ୍କୁ ଗିରଫ୍ କରିନେଲେ । ଯାହାର ନାମ ଭାରତ ଖଟ୍ଟର ଅଟେ । ପୋଲିସକୁ ସେ ଯାଞ୍ଚରେ କହିଥିଲେ ଯେ ଦିନେ ତାହାର ‘ଅଭିଯୋଗକର୍ତ୍ତା’ଙ୍କ ବନ୍ଧୁଙ୍କ ସହିତ କୁହାକୁହିଁ ହୋଇଥିଲା ଯାହାର ଲାଭ ଉଠାଇବା ପାଇଁ ଅଭିଯୋଗ କର୍ତ୍ତାଙ୍କ ନାମରେ ଆଇଡ଼ି ତିଆରି କରିଥିଲେ ।

Leave a Reply

Your email address will not be published. Required fields are marked *