IPL-2021ର ଅବଶିଷ୍ଟ ମ୍ୟାଚ୍ Englandରେ ଆୟୋଜିତ ହେବ !

IPL-2021ର ଅବଶିଷ୍ଟ ମ୍ୟାଚ୍ Englandରେ ଆୟୋଜିତ ହେବ !

କରୋନା ଭାଇରସ୍ କାରଣ ହେତୁ ‘IPL’-୨୦୨୧ (IPL 2021)କୁ ଅଧାରୁ ସ୍ଥଗିତ କରି ଦିଆଯାଇଥିଲା । ଏହି ବଡ ଲିଗ୍ ରେ କ୍ରମାଗତ ଭାବରେ କରୋନା ମାମଲା ଆସିବା ପରେ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଏକ ବଡ ନିଷ୍ପତ୍ତି ନିଆଯାଇଛି । ଏହା ଦ୍ଵାରା ସମସ୍ତଙ୍କ ମନ ମଧ୍ୟରେ ପ୍ରଶ୍ନ ଉଙ୍କି ମାରୁଛି କି ଅବଶିଷ୍ଟ ଖେଳ ଗୁଡିକ କେବେ ଏବଂ କେଉଁଠାରେ ଅନୁଷ୍ଠିତ ହେବ ।

ଇଂଲଣ୍ଡରେ ‘IPL’ ଅନୁଷ୍ଠିତ ହେବା ଉଚିତ୍

ବର୍ତ୍ତମାନ ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ୍ ପୀଟରସନ୍ ଚାହୁଁଛନ୍ତି କି ଚଳିତ ବର୍ଷର ‘IPL’ ସ୍ଥଗିତ ମ୍ୟାଚ୍ ଗୁଡିକ ୟୁଏଈ ବଦଳରେ ସେପ୍ଟେମ୍ବର୍ ମାସରେ ଇଂଲଣ୍ଡ ଠାରେ ଅନୁଷ୍ଠିତ କରାଯାଉ । ପୀଟରସେନ୍ ଆଶା କରିଛନ୍ତି କି ‘IPL’ ବ୍ରିଟେନକୁ ସ୍ଥାନାନ୍ତର କରିବାର ନିଷ୍ପତ୍ତି ସର୍ବୋତ୍ତମ ହେବ କାରଣ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ ସମୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ସେପ୍ଟେମ୍ବର୍ ମାସ ୧୪ ତାରିଖରେ ଶେଷ ହେବ ଏବଂ ଏହାପରେ ଏଥିପାଇଁ ସମୟ ଧାର୍ଯ୍ୟ ହେବ । ପୀଟରସନ୍ କହିଛନ୍ତି କି ସେପ୍ଟେମ୍ବର୍ ମାସରେ ୟୁଏଈରେ ‘IPL’ର ଅବଶିଷ୍ଟ ମ୍ୟାଚ୍ ଆୟୋଜନ କରିବାକୁ ନେଇ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍ ଧରିଛି, କିନ୍ତୁ ମୁଁ ଭାବୁଛି କି ଏହାର ଆୟୋଜନ ଇଂଲଣ୍ଡରେ ଅନୁଷ୍ଠିତ ହେବା ଉଚିତ୍ ।

ପୀଟରସନ୍ ‘ବେଟୱେ’ ପାଇଁ ନିଜ କଲମରେ ଲେଖିଛନ୍ତି କି, “ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଖେଳା ଯିବାକୁ ଥିବା ଟେଷ୍ଟ ସିରିଜ୍ ପରେ ଅଳ୍ପ ସମୟ ଥିବ । ଭାରତର ସର୍ବଶ୍ରେଷ୍ଠ ଖେଳାଳି ମାନେ ଏଠାରେ ଉପସ୍ଥିତ ଥିବେ ଏହା ସହିତ ଇଂଲଣ୍ଡର ସର୍ବଶ୍ରେଷ୍ଠ ଖେଳାଳି ମାନେ ମଧ୍ୟ ଏଠାରେ ଉପଲବ୍ଧ ଥିବେ ।” ୪୦ ବର୍ଷୀୟ ଏହି ପୂର୍ବତନ ବ୍ୟାଟ୍ସମ୍ୟାନ୍ କହିଛନ୍ତି କି ସେପ୍ଟେମ୍ବର୍ ମାସରେ ଇଂଲଣ୍ଡର ପାଣିପାଗ କ୍ରିକେଟ୍ ମ୍ୟାଚ୍ ଆୟୋଜନ ପାଇଁ ମଧ୍ୟ ଅନୁକୂଳ ରହିବ ।

ଦର୍ଶକମାନେ ମଧ୍ୟ ଉପସ୍ଥିତ ରହିପାରିବେ

ସେ କହିଛନ୍ତି, ‘ସେପ୍ଟେମ୍ବର୍ ମାସର ମଧ୍ୟଭାଗ ଠାରୁ ଶେଷ ପର୍ଯ୍ୟନ୍ତ ଇଂଲଣ୍ଡର ପାଗ ସର୍ବୋତ୍ତମ ରହିଥାଏ । ସେମାନେ ମଞ୍ଚେଷ୍ଟର୍, ଲୀଡ୍ସ, ବର୍ମିଂଘମ୍ ଏବଂ ଲଣ୍ଡନର ଦୁଇଟି ପଡ଼ିଆ ବ୍ୟବହାର କରିପାରିବେ । ଦର୍ଶକ ମାନଙ୍କ ଉପସ୍ଥିତି ମଧ୍ୟ ସେଠାରେ ଏକ ଭଲ ସୁଯୋଗ ହୋଇପାରେ । ଏହା କ୍ରିକେଟ୍ ପାଇଁ ବହୁତ ଭଲ ହେବ । ”ପୀଟରସେନ୍ ଆହୁରି ମଧ୍ୟ କହିଛନ୍ତି କି ‘IPL’ର ଆୟୋଜନ ୟୁଏଈ ଏବଂ ଦକ୍ଷିଣ ଆଫ୍ରିକାରେ ହୋଇସାରିଛି ଏବଂ ମୋତେ ଲାଗୁଛି କି ଅବଶିଷ୍ଟ ଖେଳ ପାଇଁ ଇଂଲଣ୍ଡ ସର୍ବୋତ୍ତମ ସ୍ଥାନ ହେବ ।”

କାଉଣ୍ଟୀ ଦଳ ମଧ୍ୟ ସେମାନଙ୍କ ମତ ରଖିଥିଲେ

କେଭିନ୍ ପୀଟରସନଙ୍କ ମନ୍ତବ୍ୟ ପୂର୍ବରୁ ମିଡଲସେକ୍ସ, ସରେ, ୱାରବିକଶର ଏବଂ ଲଙ୍କାଶର ‘IPL’ର ଅବଶିଷ୍ଟ ୩୧ ଗୋଟି ଖେଳ କୁ ଟ୍ୟାବ୍ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ‘IPL’ ବାୟୋ-ବବୁଲରେ ଅନେକ ଖେଳାଳି ଏବଂ ସହକାରୀ ଷ୍ଟାଫ୍ କରୋନା ଭାଇରସ୍ ହେତୁ ସଂକ୍ରମିତ ହେବା ପରେ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା ।

Leave a Reply

Your email address will not be published. Required fields are marked *