କରୋନାକୁ ଦୃଷ୍ଟିରେ ରଖି ଆଜିଠାରୁ ଟ୍ରେନ୍ ଚଳାଚଳ ବନ୍ଦ ଘୋଷଣା କାଲେ ରେଳବାଇ ବିଭାଗ ଅଧିକାରୀ !

କରୋନାକୁ ଦୃଷ୍ଟିରେ ରଖି ଆଜିଠାରୁ ଟ୍ରେନ୍ ଚଳାଚଳ ବନ୍ଦ ଘୋଷଣା କାଲେ ରେଳବାଇ ବିଭାଗ ଅଧିକାରୀ !

ଆଜିର ଏହି ଆର୍ଟିକିଲରେ ଆମେ କରୋନାକୁ ନେଇ କିଛି ବିଶେଷ ତଥ୍ୟ ଜଣାଇବୁ । ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭବରେ ପଢନ୍ତୁ ତେବେ ଆସନ୍ତୁ ଆରମ୍ଭ କରିବା । ପ୍ରବାସୀଙ୍କ ପାଇଁ ସବୁଠାରୁ ବଡ଼ ଖବର ଦେଶରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଆଜିଠାରୁ ୨୮ଟି ସ୍ପେଶାଲ୍ ଟ୍ରେନ୍ ବାତିଲ୍ କରିବା ପାଇଁ ନିଆଯାଇଛି ନିଷ୍ପତି । ତେବେ ଆସନ୍ତୁ ନଜର ପକାଇବା ସମ୍ପୂର୍ଣ୍ଣ ଖବର ଉପରେ…

ପୁଣି ଥରେ ଟ୍ରେନ୍ ସେବାକୁ ରୋକିଛି ମହାମରି କରୋନା । ତେବେ ଆଜିଠାରୁ ଦେଶବ୍ୟାପି ୨୮ଟି ଏକ୍ସପ୍ରେସ୍ ତଥା ସ୍ପେଶାଲ୍ ଟ୍ରେନ୍ ଚଳାଚଳକୁ ବାତିଲ୍ କରିବାକୁ ରେଲୱେ ପକ୍ଷରୁ ନିଷ୍ପତି ନିଆଯାଇଛି । ତେବେ ଲଗାତାର ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ତେବେ ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨୮ଟି ଟ୍ରେନକୁ ଆଜିଠାରୁ ବାତିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ତେବେ ପରବର୍ତ୍ତି ନିର୍ଦ୍ଧେଶନାମା ଜାରି ନହେବା ପର୍ଯ୍ୟନ୍ତ ଏହା କାର୍ଯ୍ୟକାରି ହେବ । ତେବେ ଏହି ୨୮ଟି ଟ୍ରେନ୍ ମଧ୍ୟରେ ଶତାବ୍ଦୀ ଏକ୍ସପ୍ରେସ୍, ବନ୍ଦେ ଭାରତ ଏକ୍ସପ୍ରେସ୍ ,ରାଜଧାନୀ ଏକ୍ସପ୍ରେସ୍ ଏବଂ ଦୁରନ୍ତ ଏକ୍ସପ୍ରେସ୍ ରହିଛି । ମିଳିଥିବା ସୂଚନା ଅନୁସାରେ ବଢିଚାଲିଥିବା କରୋନା ସଂକ୍ରମଣ ସ୍ଥିତି ଏବଂ ଯାତ୍ରୀଙ୍କ ସଂଖ୍ୟା ହ୍ରାସକୁ ଦେଖି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଟ୍ରେନ୍ ସେବାକୁ ବାତିଲ୍ ପାଇଁ ନିଷ୍ପତ୍ତି ନିଆଯାଇଛି । ବିଶେଷ କରି ଦିଲ୍ଲୀ ଦେଇ ଦେଶର ବିଭିନ୍ନ ରାଜ୍ୟକୁ ଯାତାୟତ କରୁଥିବା ଟ୍ରେନ୍ ସେବାକୁ ସାମୟିକ ଭବରେ ବାତିଲ କରାଯାଇଛି ।

ତେବେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ପୁଣିଥରେ ଏସବୁ ଟ୍ରେନ୍ ଚାଲିପାରେ ବୋଲି ଅନୁମାନ କରାଯାଉଛି । ତେବେ ଆସନ୍ତୁ ଜାଣିବା ଟ୍ରେନ୍ ଚଳାଚଳ ବନ୍ଦ ପାଇଁ ରେଲୱେ ତରଫରୁ କଣ ଘୋଷଣା କରାଯାଇଛି । ତେବେ ଚାରିଯୋଡ଼ା ସାମୟିକ ଟ୍ରେନ୍ ବାତିଲ୍ କରିଛି ପୂର୍ବତଟ ରେଲୱେ । ତେବେ ଆସନ୍ତା ୮ରୁ ୨୨ ଯାଏଁ ଭୁବନେଶ୍ୱରରୁ ଜଗଦଲପୁର ସ୍ପେଶାଲ୍ ଟ୍ରେନ୍ ବାତିଲ ହେବ ଏବଂ ଆସନ୍ତା ୯ରୁ ୨୩ ଯାଏଁ ଜଗଦଲପୁର ଭୁବନେଶ୍ୱର ସ୍ପେଶାଲ ଟ୍ରେନ ବାତିଲ ହେବ।ତେବେ ୭ ତାରିଖ ଠାରୁ ୨୧ଯାଏଁ ବିଶାଖାପାଟନା ଠାରୁ କିରନ୍ଦୁଲ୍ ସ୍ପେଶାଲ୍ ଟ୍ରେନ୍ ବାତିଲ୍ ରହିବ । ସେହିପରି ୮ରୁ ୨୨ ତାରିଖ ଯାଏଁ କିରନ୍ଦୁଲ୍ ବିଶାଖାପାଟଣା ସ୍ପେସିଆଲ୍ ଟ୍ରେନ୍ ବାତିଲ୍ ରହିବ ।

ତେବେ ୭ରୁ ୩୦ ଯାଏଁ ତିରୁପତି ବିଶାଖାପାଟଣା ସ୍ପେଶାଲ୍ ଟ୍ରେନ୍ ବାତିଲ୍ ହେବ ଏବଂ ୮ରୁ ୩୧ ତାରିଖ ଯାଏଁ ବିଶାଖାପାଟଣା ତିରୁପତି ସ୍ପେଶାଲ୍ ଟ୍ରେନ୍ ବାତିଲ୍ ରହିବ । ୮ରୁ ୨୯ ଯାଏଁ ସିକାନ୍ଦରାବାଦ୍ ବିଶାଖାପାଟଣା ସ୍ପେଶାଲ୍ ଟ୍ରେନ୍ ବାତିଲ୍ ହେବ ଏବଂ ୯ରୁ ୩୦ ତାରିଖ ଯାଏଁ ବିଶାଖାପାଟଣା ସିକାନ୍ଦରାବାଦ୍ ଟ୍ରେନ୍ ବାତିଲ୍ ରହିବ ।

ତେବେ ଦେଶରେ ଗତକାଲି ଚାରିଲକ୍ଷ ବାର ହଜାର ୨୬୨ ସଂକ୍ରମିତ ଚିହ୍ନଟ କରାଯାଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ କୋଟି ୧୦ ଲକ୍ଷ ୭୭ ହଜାର ୪ ଶହ ୧୦କୁ ବୃଦ୍ଧି ପାଇଛି ଏବଂ ଏହା ମଧ୍ୟରେ ଦେଶରେ ଦିନକର ୩୯୮୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Leave a Reply

Your email address will not be published. Required fields are marked *