ଆଇଏଏସ ଇଣ୍ଟରଭ୍ୟୁରେ ପଚାରାଯାଇଥିବା ପ୍ରଶ୍ନ ” ତାହା କଣ ଅଟେ ଯାହାକୁ ବ୍ୟବହାର କରିବା ଆଗରୁ ଭାଙ୍ଗିବାକୁ ପଡ଼ିଥାଏ ?” ଜାଣନ୍ତୁ ଉତ୍ତର

ୟୁପିଏସି ପରୀକ୍ଷା ସବୁଠାରୁ ଅଧିକ କଠିନ ପରୀକ୍ଷା ମାନଙ୍କ ମଧ୍ୟରୁ ଗୋଟିଏ ଅଟେ । ସମସ୍ତ ଯୁବପିଢ଼ିର ସ୍ବପ୍ନ ଥାଏ ଯେ ସେ ଆଇ ଏ ଏସ ଅଫିସର ହେବେ । ଏଥିପାଇଁ ବହୁତଗୁଡିଏ ଲୋକ ପ୍ରସ୍ତୁତି କରନ୍ତି, କିନ୍ତୁ କିଛି ଲୋକଙ୍କ ମଧ୍ୟରୁ ଜଣେ ଲୋକଙ୍କୁ ହିଁ ୟୁପିଏସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି । ଯେପରିକି ଆମେ ସମସ୍ତେ ଜାଣନ୍ତି ଯେ ନିକଟରେ ୟୁପିଏସି ୨୦୧୯ର ପରିଣାମର ଘୋଷଣା କରାଯାଇଛି । ଏହି ପରୀକ୍ଷାକୁ ପାସ୍ କରିବା ପରେ ପ୍ରାର୍ଥୀଙ୍କ ଇଣ୍ଟରଭ୍ୟୁ ହୋଇଥାଏ । ଇଣ୍ଟରଭ୍ୟୁ ସମୟରେ ଏପରି ବହୁତ ଗୁଡ଼ିଏ ପ୍ରଶ୍ନ ପଚରାଯାଏ, ଯାହାକୁ ଶୁଣି ଆପଣଙ୍କ ମସ୍ତିଷ୍କ ଘୁରି ଯିବ । ଆଇଏଏସ ଇଣ୍ଟରଭଭ୍ୟୁ ସମୟରେ ଅନେକ ଥର ଏପରି କଠିନ ପ୍ରଶ୍ନ ପଚାରାଯାଏ କିନ୍ତୁ ଏହାର ଉତ୍ତର କଠିନ ହୋଇନଥାଏ କିନ୍ତୁ ଏହି ପ୍ରଶ୍ନ ଗୁଡ଼ିକ ଏତେ ମୁଣ୍ଡ ଖରାପ କରିଦିଏ ଯେ ପ୍ରାର୍ଥୀ ଏହାକୁ ଶୁଣିବା ପରେ ଚିନ୍ତାରେ ପଡ଼ିଯାଆନ୍ତି । ଆଜି ଆମେ ଆପଣଙ୍କୁ ଆଇଏଏସ ଇଣ୍ଟରଭ୍ୟୁର କିଛି ଜ୍ଞାନ ବୃଦ୍ଧି କରିବା ପ୍ରଶ୍ନ ଓ ଏହାର ଉତ୍ତର କହିବାକୁ ଯାଉଛୁ ଯାହା ଆପଣଙ୍କୁ ମଧ୍ୟ କାମ ଆସିପାରେ ।

google

ପ୍ରଶ୍ନ ୧- ଏହିପରି କେଉଁ ଜିନିଷ ଅଛି ଯାହା ଉତ୍ପନ୍ନ ସମୁଦ୍ରରେ ହୋଇଥାଏ, କିନ୍ତୁ ତାହା ଘରେ ରହେ ?

ଉତ୍ତର- ଏହି ପ୍ରଶ୍ନ ଦେଖିଲା ପରେ ଆପଣ ମଧ୍ୟ ନିଜ ମସ୍ତିଷ୍କ ଉପରେ ଦ୍ଵନ୍ଦରେ ପଡିଯିବେ ? ଚାଲନ୍ତୁ ଆମେ ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ଜଣାଇ ଦେଉଛୁ । ଏହାର ଉତ୍ତର ହେଲା “ଲୁଣ” ।

ପ୍ରଶ୍ନ ୨- ଦୁଇ ପୁଅ ଓ ଦୁଇ ପିତା ସିନେମା ଦେଖିବାକୁ ଗଲେ, ତାଙ୍କ ପାଖରେ ତିନୋଟି ଟିକଟ ଥିଲା, ଏହା ସତ୍ତ୍ୱେ ସମସ୍ତେ ସିନେମା ଦେଖିଲେ, କିପରି ?

ଉତ୍ତର – ଯେପରିକି ଆପଣ ଏହି ପ୍ରଶ୍ନକୁ ଦେଖୁଛନ୍ତି । ଏହି ପ୍ରଶ୍ନରେ କୁହା ଯାଇଛି ଦୁଇ ପୁଅ ଓ ଦୁଇ ପିତାଙ୍କ ପାଖରେ ତିନୋଟି ଟିକଟ ଅଛି ତେବେ ସମସ୍ତେ କିପରି ସିନେମା ଦେଖିପାରିବେ ? ସାଧାରଣତଃ ପ୍ରାର୍ଥୀ ଏହି ପ୍ରଶ୍ନ ଶୁଣି ଚିନ୍ତାରେ ପଡ଼ିଯିବେ କିନ୍ତୁ ଏହି ପ୍ରଶ୍ନର ଉତ୍ତର ଖୁବ୍ ସରଳ । ଆପଣଙ୍କୁ ସୁଚାଇଦେଉଛୁ ଯେ ସେମାନେ ତିନି ଲୋକ ହିଁ ଥିଲେ, ଦାଦା, ପିତା ଓ ପୁଅ ।

ପ୍ରଶ୍ନ ୩- କଣ ଏପରି ସମ୍ଭବ ହୋଇପାରିବ କି ଯେ ଜଣେ ବ୍ୟକ୍ତି ବାରମ୍ବାର ୧୦ ଦିନ ଧରି ନଶୋଇ ରହିପାରିବ ?

ଉତ୍ତର- ହଁ, ଏପରି ନିଶ୍ଚୟ ସମ୍ଭବ ହୋଇପାରିବ କାରଣ ଶୋଇବା ସମୟ ରାତିରେ ଥାଏ । ବ୍ୟକ୍ତି ଦିନରେ ଶୋଇବ ନାହିଁ ।

ପ୍ରଶ୍ନ ୪- ଗୋଟିଏ ରୁମାଲର ଏକ କୋଣକୁ କାଟି ଦିଆଯାଇଛି, ତେବେ କୁହନ୍ତୁ କେତୋଟି କୋଣ ଶେଷ ରହିଛି ?

ଉତ୍ତର- ରୁମାଲର ଚାରୋଟି କୋଣ ଥାଏ । ଯେତେବେଳେ ରୁମାଲର ଏକ କୋଣକୁ କାଟି ଦିଆଯିବ ତେବେ କଟାଯାଇଥିବା କୋଣରୁ ଆଉ ଦୁଇଟି କୋଣ ସୃଷ୍ଟି ହୋଇଯାଇଥିବ, ତାହେଲେ ରୁମାଲର ପାଞ୍ଚଟି କୋଣ ଶେଷ ରହିବ ।

google

ପ୍ରଶ୍ନ ୫- ପାଦ ନାହିଁ, କିନ୍ତୁ ଚାଲୁଥାଏ, ଦୁଇ ହାତରୁ ନିଜ ମୁହଁ ପୋଛୁଥାଏ ?

ଉତ୍ତର- ବର୍ତ୍ତମାନ ଆପଣ ଏହି ପ୍ରଶ୍ନକୁ ଦେଖି ଭାବୁଥିବେ ଯେ ଏପରି କେଉଁ ଜିନିଷ ଅଛି, ଯାହାର ପାଦ ନାହିଁ, କିନ୍ତୁ ଚାଲୁଥାଏ, ହାତ ନାହିଁ, କିନ୍ତୁ ନିଜ ମୁହଁ ପୋଛୁଥାଏ ? ଏହି ପ୍ରଶ୍ନର ଉଚିତ ଉତ୍ତର ହେଲା “ଘଣ୍ଟା” ।

ପ୍ରଶ୍ନ ୬- ଏପରି କେଉଁ ଉତ୍ତର ଅଛି ଯାହାର ଉତ୍ତର କେବେ “ହଁ” ରେ ଦିଆଯାଏନାହିଁ ?

ଉତ୍ତର- ଏହି ପ୍ରଶ୍ନର ଠିକ୍ ଉତ୍ତର ହେଲା “କଣ ଆପଣ ଶୋଇଛନ୍ତି ?”

ପ୍ରଶ୍ନ ୭- କେଉଁ ଜିନିଷକୁ ବ୍ୟବହାର କରିବା ପୂର୍ବରୁ ତାକୁ ଭାଙ୍ଗିବାକୁ ପଡିଥାଏ ?

ଉତ୍ତର- ସାଧାରଣତଃ ଲୋକମାନେ ଏହି ପ୍ରକାର ପ୍ରଶ୍ନ ଶୁଣି ଖୁବ୍ ଭାବିବାକୁ ଲାଗନ୍ତି । ଏହି ପ୍ରଶ୍ନର ଉଚିତ ଉତ୍ତର ହେଉଛି “ଅଣ୍ଡା”, କାରଣ ଅଣ୍ଡାକୁ ନଭାଙ୍ଗି ବ୍ୟବହାର କରାଯାଏ ନାହିଁ ।

google

ପ୍ରଶ୍ନ ୮- ଏପରି କେଉଁ ଜିନିଷ ଅଛି ଯାହାକୁ ଗୋଟିଏ ସମୟରେ ଜଣକୁ ଦେଇପାରିବୁ ଓ ନିଜ ପାଖରେ ମଧ୍ୟ ରଖୁପରିବୁ ?

ଉତ୍ତର- ଏହି ପ୍ରଶ୍ନର ଠିକ୍ ଉତ୍ତର ହେଉଛି “କଥା”, ଆପଣ ଅନ୍ୟ କୌଣସି ବ୍ୟକ୍ତିଙ୍କୁ କଥା ଦେଇ ପାରିବେ ଏବଂ ଏହା ଆପଣଙ୍କ ପାଖରେ ମଧ୍ୟ ରହିବ ।

ପ୍ରଶ୍ନ ୯- ଯଦି ତୁମର ମାମୁଁଙ୍କ ଭଉଣୀ ତୁମର ମାଉସୀ ନୁହଁନ୍ତି ତେବେ କିଏ ?

ଉତ୍ତର- ଏହି ପ୍ରଶ୍ନର ଉଚିତ ଉତ୍ତର ହେଉଛି “ମାଆ” ।

Be the first to comment

Leave a Reply

Your email address will not be published.


*