ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ ପରେ ପ୍ରିୟଙ୍କା ଚୋପ୍ରାଙ୍କ ପୋଷାକ ଉପରେ ଉଠିଥିଲା ପ୍ରଶ୍ନ ! ଅଭିନେତ୍ରୀ ଦେଲେ ଏହି ଉତ୍ତର…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ ପରେ ପ୍ରିୟଙ୍କା ଚୋପ୍ରାଙ୍କ ପୋଷାକ ଉପରେ ଉଠିଥିଲା ପ୍ରଶ୍ନ ! ଅଭିନେତ୍ରୀ ଦେଲେ ଏହି ଉତ୍ତର…

ବଲିଉଡରୁ ଆରମ୍ଭ କରି ହଲିଉଡ଼ ପର୍ଯ୍ୟନ୍ତ ନିଜର ଅଭିନବ କଳାଚତୁରୀରେ ଦର୍ଶକଙ୍କ ମନୋମୁଗ୍ଧ କରିଥିବା ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ନିଜ ପୁସ୍ତକକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଅଛନ୍ତି । ପ୍ରିୟଙ୍କା ନିଜ ପୁସ୍ତକରେ, ନିଜ ଜୀବନ ସହ ଜଡିତ ଅନେକ ବଡ଼ ରହସ୍ୟଗୁଡିକ ବିଷୟରେ ଖୋଲାସ କରିଛନ୍ତି । ଏଥିସହିତ ସେ ପୁସ୍ତକରେ ୨୦୧୭ ମସିହାର ବିବାଦ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ଯାହାକୁ ନେଇ ସେ ଅତ୍ୟନ୍ତ ଟ୍ରୋଲ୍ ମଧ୍ୟ ହୋଇଥିଲେ । ସୋସିଆଲ୍ ମିଡିଆରେ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅସମ୍ମାନ କରିବାକୁ ନେଇ ଟ୍ରୋଲ୍ କରାଯାଇଥିଲା । ଏହା ଉପରେ ପ୍ରିୟଙ୍କା କହିଛନ୍ତି ଯେ, ସେ ଏହି କଥାରେ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇଥିଲେ । ଏହା ସହ ସେ ଏହି ମାମଲାକୁ ନେଇ ବିଭ୍ରାନ୍ତ ମଧ୍ୟ ଥିଲେ ।

ବାସ୍ତବରେ ୨୦୧୭ ମସିହାରେ ତାଙ୍କ ଫୋଟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଭାଇରାଲ୍ ହେଉଥିଲା । ସେ ‘ବେୱାଚ୍’ ଚଳଚ୍ଚିତ୍ରର ପ୍ରମୋଶନ୍ ପାଇଁ ବର୍ଲିନରେ ଥିଲେ । ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଜର୍ମାନୀର ଚାନ୍ସେଲର୍ ଏଞ୍ଜେଲା ମାର୍କେନଙ୍କୁ ସାକ୍ଷାତ କରିବା ପାଇଁ ପହଞ୍ଚିଥିଲେ । ସେଠାରେ ପ୍ରିୟଙ୍କା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିଥିଲେ ଏବଂ ସେହି ସମୟରେ ଫୋଟ ମଧ୍ୟ ଉଠାଇଥିଲେ । ପ୍ରିୟଙ୍କା ଏହି ଫୋଟକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ୍ ହୋଇଥିଲେ । ସୋସିଆଲ ମିଡିଆର ୟୁଜର୍ସମାନେ ପ୍ରିୟଙ୍କାଙ୍କୁ ତାଙ୍କ ପୋଷାକ ପରିଧାନକୁ ନେଇ ବହୁତ କଥା କହିଥିଲେ । ସୋସିଆଲ୍ ମିଡିଆରେ ତାଙ୍କ ଆଉଟ୍-ଫିଟ୍ ପାଇଁ ଟ୍ରୋଲ୍ କରାଯାଇଥିଲା ।

ପ୍ରିୟଙ୍କା ତାଙ୍କ ଅଟୋବାୟୋଗ୍ରାଫିରେ ଏବିଷୟରେ ବର୍ଣ୍ଣନା କରିଛନ୍ତି । ମଙ୍ଗଳବାର ଦିନ ପ୍ରିୟଙ୍କାଙ୍କର ପୁସ୍ତକ ରିଲିଜ୍ ହୋଇଛି । ସେ ଏହି ପୁସ୍ତକରେ ଅନେକ ବିବାଦୀୟ ବିଷୟରେ ଉଲ୍ଲେଖ କରିଛନ୍ତି । ସେ ତାଙ୍କ ପୁସ୍ତକ ଅନଫିନିସଡ଼ରେ ଲେଖିଛନ୍ତି ଯେ, ମୁଁ ଏବଂ ପ୍ରଧାନମନ୍ତ୍ରୀ ସୌଭାଗ୍ୟବଶତଃ ଗୋଟିଏ ହୋଟେଲରେ ଅଟକିଥିଲୁ ଏବଂ ମୁଁ ତାଙ୍କ କାର୍ଯ୍ୟାଳୟ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ନିବେଦନ କରିଥିଲି ।

ପୋଷାକକୁ ନେଇ ହୋଇଥିଲେ ଟ୍ରୋଲ୍:-

ପ୍ରିୟଙ୍କା କହିଛନ୍ତି ଯେ, ସେ ତାଙ୍କ ଆମେରିକୀୟ ବନ୍ଧୁ ଏବଂ ତାଙ୍କ ଭାଇଙ୍କ ସହ ସେଠାରେ ଥିଲେ । ତାଙ୍କ ପୋଷାକକୁ ନେଇ ଲୋକମାନେ ତାଙ୍କୁ ଟ୍ରୋଲ୍ କରୁଥିଲେ । ସେ କହିଥିଲେ ଯେ, ଚଳଚ୍ଚିତ୍ର ‘ବେୱାଚ୍’ର ପ୍ରମୋଶନ ସମୟରୁ ସେ ଏହି ପୋଷାକ ପିନ୍ଧିଛନ୍ତି । ଲୋକମାନେ ସୋସିଆଲ ମିଡିଆରେ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ମୁଖରେ ଅସମ୍ମାନଜନକ ସ୍ଥିତିରେ ବସିବା ଏବଂ ଗୋଡ଼ ଦେଖାଯିବା ଉପରେ ଅନେକ ମାତ୍ରାରେ ଟ୍ରୋଲ୍ କରିଥିଲେ ।

ପ୍ରିୟଙ୍କା ଆଗକୁ କହିଛନ୍ତି ଯେ, ସେ ଅତ୍ୟନ୍ତ କ୍ରୋଧିତ ଏବଂ ବିଭ୍ରାନ୍ତ ମଧ୍ୟ ଥିଲେ । ସେ ତାଙ୍କ ମାତାଙ୍କ ସହ ରାତ୍ରି ଭୋଜନ ପାଇଁ ଯାଇଥିଲେ । ସେ ଛୋଟ ସ୍କର୍ଟ ପରିଧାନ କରିଥିଲେ । ଲୋକମାନେ ଏହି ଫୋଟକୁ ସୋସିଆଲ ମିଡିଆରେ ସେୟାର କରିବା ଆରମ୍ଭ କରିଦେଇଥିଲେ । ଏହା ସହ କ୍ୟାପ୍ସନରେ ଲେଖା ଯାଇଥିଲା ଯେ, ତାଙ୍କ ପରିବାରରେ ଏଭଳି ହିଁ ଚଳିଥାଏ । ତାଙ୍କୁ ଅନୁଭବ ହୋଇଥିଲା ଯେ, ତାଙ୍କୁ ନିଜକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ମୁଖରେ ସମ୍ମାନଜନକ ଉପାୟରେ ଉପସ୍ଥାପନ କରିବାର ଥିଲା ।

Leave a Reply

Your email address will not be published. Required fields are marked *