ଘାରୁଛି ସଂକ୍ରମଣ ଭୟ: କରୋନା ଟିକା ନେବେ ରାଷ୍ଟ୍ରପତି !

ମସ୍କୋ,୧/୧୦: ସାରା ବିଶ୍ୱରେ କରୋନା ଭୟଙ୍କର ଭାବେ କାୟା ବିସ୍ତାର କରୁଛି । ଏଥିରୁ ମୁକ୍ତି ପାଇଁ ଟିକା ତିଆରି ପାଇଁ ସବୁ ଦେଶ ଲାଗି ପଡିଛନ୍ତି । ଅନେକ ଦେଶ ଟିକା ବିକଶିତ କରି ଟ୍ରାଏଲ୍‌ ଜାରି ରଖିଛନ୍ତି । ଏସବୁ ମଧ୍ୟରେ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଟିକା ନେବାକୁ ଇଚ୍ଛା କରିଛନ୍ତି । ଏକ ରିପୋର୍ଟରୁ ଏହା ଜଣାପଡ଼ିଛି ।

ରୁଷ୍‌ର ରାଷ୍ଟ୍ରପତିଙ୍କ କରୋନା ସଂକ୍ରମଣ ଆଶଙ୍କା ହ୍ରାସ କରିବାକୁ ଏହି ଘୋଷଣା କରାଯାଇଛି ବୋଲି ନ୍ୟୁଜ୍ ଏଜେନ୍ସି ଟାସ୍, କ୍ରେମଲିନ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭଙ୍କ ସୂଚନା ଆଧାରରେ କହିଛି ।

ଏହା ଦେଶର ମୁଖ୍ୟଙ୍କ କଥା ହୋଇଥିବାରୁ ସ୍ୱତନ୍ତ୍ର ସୁରକ୍ଷା ଆପଣା ଯିବ । ରାଷ୍ଟ୍ରପତି ମଧ୍ୟ ନିଜେ ଦର୍ଶାଇ ସାରିଛନ୍ତି ଯେ ସେ ଏହି ଟିକାକୁ ନେଇ ଚିନ୍ତା କରୁଛନ୍ତି । ଏହି ମହାମାରୀରେ ସଂକ୍ରମଣ ସ୍ତର ହ୍ରାସ କରିବା ପାଇଁ ଟିକାକରଣ ନିହାତି ଆବଶ୍ୟକ ବୋଲି ଟାସ୍ ରିପୋର୍ଟରେ କୁହାଯାଇଛି ।

google

ରିପୋର୍ଟ ମୁତାବକ, କରୋନା ଭାଇରସ୍ ସଂକ୍ରମଣ କାଳରେ ପୁତିନ୍‌ ନିରାପଦ ଭାବେ ଦକ୍ଷିଣ କୋରିଆକୁ ଅଫିସିଆଲି ଯାତ୍ରା କରିବେ । ଦକ୍ଷିଣ କୋରିଆର ୟୋନହପ୍ ନ୍ୟୁଜ୍ ଏଜେନ୍ସି ସହ ଏକ ସାକ୍ଷାତ୍‌କାରରେ ରୁଷର ବିଦେଶମନ୍ତ୍ରୀ ସର୍ଗେଇ ଲାବରୋବ କହିଛନ୍ତି ଯେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁନ୍‌-ଜାଇ-ଇନ୍‌ଙ୍କ ସହ ଫୋନ୍‌ ବାର୍ତ୍ତାଳାପରେ ପୁଟିନ୍‌ ତାଙ୍କ ଗସ୍ତ ନେଇ କଥା ଦେଇଛନ୍ତି । ସେ ଟିକା ନେବେ ଓ ସିଓଲ ଯାତ୍ରା କରିବେ ବୋଲି ପ୍ରକାଶ କରିଥିବା ସୂଚନା ମିଳିଛି ।

ଅପରପକ୍ଷରେ କ୍ରିସଲିନ୍ ପ୍ରତିନିଧି ଏହା ଉପରେ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । ରାଷ୍ଟ୍ରପତି ଟିକା ନେବାକୁ କେବେ ଇଚ୍ଛା କରିଛନ୍ତି, ତାହା ସଠିକ୍‌ ଜଣାନାହିଁ ବୋଲି କୁହାଯାଇଛି । ସେ ୩ୟ କ୍ରିନିକାଲ ଟ୍ରାଏଲର ଶେଷ ପର୍ଯ୍ୟାୟକୁ ଅପେକ୍ଷା କରିପାରନ୍ତି ବୋଲି କ୍ରିସଲିନ୍ ପ୍ରତିନିଧି ଅନୁମାନ କରିଛନ୍ତି । ତେଣୁ ତାଙ୍କ ନିଜ ନିଷ୍ପତ୍ତି ସେ ନେବା ଯାଏ ଆମକୁ ଅପେକ୍ଷା କରିବାକୁ ହେବ ବୋଲି ସେମାନେ ପ୍ରକାଶ କରିଛନ୍ତି ।

Be the first to comment

Leave a Reply

Your email address will not be published.


*