ଚାଣକ୍ୟ ନୀତି :- ଗରିବ ଲୋକମାନଙ୍କୁ କେବେ ମିଳେ ନାହିଁ ଏହିସବୁ ଜିନିଷ ! କେବଳ ଧନୀ ଲୋକଙ୍କ ଭାଗ୍ୟରେ ଥାଏ ଏହା…

ଚାଣକ୍ୟ ନୀତି :- ଗରିବ ଲୋକମାନଙ୍କୁ କେବେ ମିଳେ ନାହିଁ ଏହିସବୁ ଜିନିଷ ! କେବଳ ଧନୀ ଲୋକଙ୍କ ଭାଗ୍ୟରେ ଥାଏ ଏହା…

ଆଚାର୍ଯ୍ୟ ଚାଣକ୍ୟ ନିଜ ସମୟର ଏକ ବଡ଼ ବିଦ୍ୱାନ ଅଟନ୍ତି । ସେ ନିଜ ଜୀବନର ଅନୁଭବକୁ ନେଇ କିଛି ନୀତି ପ୍ରସ୍ତୁତ କରିଥିଲେ ଯାହାକୁ ଆଜିର ସମୟରେ ଆମେ ସମସ୍ତେ ଚାଣକ୍ୟ ନୀତି କହୁ । ଏହି ଚାଣକ୍ୟ ନୀତି ଆଜିର ସମୟରେ ମଧ୍ୟ ସେତିକି ସଠିକ୍ ଅଟେ ଯେତିକି ଅନେକ ବର୍ଷ ତଳେ ଥିଲା । ତାହା ଚାଣକ୍ୟ ନୀତି ଅଟେ ଯାହା ପାଇଁ ଚନ୍ଦ୍ରଗୁପ୍ତଙ୍କ ଭଳି ଜଣେ ଗୋପାଳକୁ ରାଜାର ସିଂହାସନ ମିଳିଥିଲା । ସେ ନିଜ ସମୟର ଜଣେ ମହାନ୍ ଶାସକ ଥିଲେ ।

ଆଚାର୍ଯ୍ୟ ଚାଣକ୍ୟ ଧନୀ ଲୋକ ଓ ଧନକୁ ନେଇ ଅନେକ କିଛି କଥା ଉଲ୍ଲେଖ କରିଛନ୍ତି । ଆଜି ଆମେ ତାଙ୍କ ନୀତି ସହ ଜଡ଼ିତ କିଛି କଥା କହିବାକୁ ଯାଉଛୁ ଯାହାର ସମ୍ବନ୍ଧ ଧନ ଓ ଧନୀ ବ୍ୟକ୍ତି ମାନଙ୍କ ସହ ରହିଥାଏ । ବାସ୍ତବରେ ଚାଣକ୍ୟଙ୍କ ଅନୁସାରେ ଏପରି କିଛି ବିଶେଷ ବସ୍ତୁ ଥାଏ ଯାହା କେବଳ ଧନୀ ଲୋକମାନଙ୍କ ଭାଗ୍ୟରେ ଥାଏ । ଗରିବ ଲୋକମାନଙ୍କୁ ଏହିସବୁ ଜିନିଷ ମିଳେ ନାହିଁ ।

ବନ୍ଧୁମାନଙ୍କ ଭଲପାଇବା

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ଲୋକମାନେ ଧନୀ ଅଟନ୍ତି ତାଙ୍କର ଅଧିକ ବନ୍ଧୁବାନ୍ଧବ ରହିଥାନ୍ତି । ଯେଉଁଠାରେ ଧନ ଥାଏ ସେଠାକୁ ସମସ୍ତେ ଆପେ ଆପେ ଆକର୍ଷିତ ହୋଇ ଆସନ୍ତି । ସେପଟେ ଯେଉଁ ବ୍ୟକ୍ତି ନିକଟରେ ଧନ ନଥାଏ ଲୋକେ ତାଙ୍କ ନିକଟକୁ ଆସିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ ।

ଲୋକମାନେ ଗରିବ ଲୋକଙ୍କୁ ଠାରୁ ଦୂରେଇ ରୁହନ୍ତି । ତାଙ୍କୁ ଲାଗେ ଯେ କାଲି ଏହି ବ୍ୟକ୍ତି ଆମକୁ ଟଙ୍କା ନ ମାଗି ପକାଉ ଏହା ଭାବି ସେମାନେ ଦୂରେଇ ରୁହନ୍ତି । ସେପଟେ ଧନବାନ୍ ବ୍ୟକ୍ତିଙ୍କ ପାଖକୁ ନିଜ ସ୍ୱାର୍ଥ ହାସଲ ପାଇଁ ଯାଆନ୍ତି । ତାଙ୍କ ସହିତ ବନ୍ଧୁତା ସ୍ଥାପନ କରିବାକୁ ଖୁବ୍ ସମ୍ମାନର ବିଷୟମନେ କରନ୍ତି । ସେମାନେ କେବଳ ତାଙ୍କ ଟଙ୍କା ଓ ଧନ ସମ୍ପତ୍ତି ଉପରେ ନଜର ରଖନ୍ତି ।

ସମ୍ପର୍କୀୟ ମାନଙ୍କ ସହଯୋଗ

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଧନବାନ୍ ଲୋକଙ୍କୁ ସମ୍ପର୍କୀୟମାନେ ମଧ୍ୟ ଅଧିକ ପ୍ରାଧାନ୍ୟ ଦିଅନ୍ତି । ସମାଜରେ ମଧ୍ୟ ତାଙ୍କୁ ସଫଳ ବ୍ୟକ୍ତି ବୋଲି ଭାବନ୍ତି । ସବୁ ସ୍ଥାନରେ ତାଙ୍କ ପ୍ରାଧାନ୍ୟତା ଆପେ ଆପେ ବଢ଼ିଯାଏ । ସେପଟେ ଗରିବ ଲୋକଙ୍କ ପାଖକୁ ସମ୍ପର୍କୀୟମାନେ ଯିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ । ଆପଣ ମଧ୍ୟ ଦେଖିଥିବେ ଯେ ଆପଣଙ୍କ ପରିବାରରେ ଯେଉଁ ସମ୍ପର୍କୀୟଙ୍କ ନିକଟରେ ଅଧିକ ଟଙ୍କା ଥିବ ତାଙ୍କ ସହିତ ସମସ୍ତେ ଅଧିକ ମିଳାମିଶା କରନ୍ତି । ସେପଟେ ଗରିବ ସମ୍ପର୍କୀୟ ମାନଙ୍କ ସହ କେହି ମିଳାମିଶା କରିବାକୁ ପସନ୍ଦ କରନ୍ତି ନାହିଁ ।

ଏହାବ୍ୟତୀତ ଧନବାନ୍ ଲୋକଙ୍କୁ ଆଜିକାର ସମୟରେ ବିଦ୍ୱାନ୍ ବୋଲି କୁହାଯାଉଛି । ଲୋକଙ୍କୁ ଲାଗେ ଯେ ଏତେଗୁଡିଏ ଟଙ୍କା ଅର୍ଜନ କରିଛନ୍ତି ତେବେ ନିଶ୍ଚିତ ଭାବରେ ତାଙ୍କ ନିକଟରେ କିଛି ବିଶେଷତ୍ୱ ରହିଛି । ଏପରି ଧନବାନ୍ ବ୍ୟକ୍ତିଙ୍କୁ ଖୋସାମତ କରିବା ଲୋକ ମଧ୍ୟ କମ୍ ନଥାନ୍ତି । ସେମାନେ ତାଙ୍କ ସହିତ ରହିବାକୁ ଖୁବ୍ ବଡ଼ ସମ୍ମାନର ବିଷୟ ବୋଲି ଭାବନ୍ତି ।

Leave a Reply

Your email address will not be published. Required fields are marked *