ସୋନାଲି ବେନ୍ଦ୍ରେଙ୍କ ପ୍ରେମରେ ପାଗଳ ଥିଲେ ଏହି ରାଜନେତା ! କିନ୍ତୁ ପ୍ରେମ କାହାଣୀରେ ଫାଟ ପତିଗଲା ଏହି କାରଣରୁ…

ସୋନାଲି ବେନ୍ଦ୍ରେଙ୍କ ପ୍ରେମରେ ପାଗଳ ଥିଲେ ଏହି ରାଜନେତା ! କିନ୍ତୁ ପ୍ରେମ କାହାଣୀରେ ଫାଟ ପତିଗଲା ଏହି କାରଣରୁ…

ରାଜନୀତି ଦୁନିଆର ଏକ ପ୍ରସିଦ୍ଧ ରାଜନୀତିଜ୍ଞ ରାଜ୍ ଠାକରେ ସୋନାଲି ବେନ୍ଦ୍ରେଙ୍କ ସହିତ ବିବାହ କରିବା ପାଇଁ ଇଚ୍ଛୁକ ଥିଲେ କିନ୍ତୁ ଦୁଇଟି ବଡ଼ କାରଣ ଯୋଗୁଁ ତାଙ୍କର ପ୍ରେମ କାହାଣୀରେ ଚିରଦିନ ପାଇଁ ଫାଟ ପଡିଗଲା !

ବଲିଉଡ଼ ଜଗତରେ ଅନେକ ପ୍ରେମ କାହାଣୀ ଦେଖିବାକୁ ମିଳିଛି କିନ୍ତୁ ଏସମସ୍ତ ସମ୍ପର୍କ ବିବାହ ମଣ୍ଡପ ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ । ଏହି ତାଳିକାରେ ବଲିଉଡ଼ର ସୁନ୍ଦରୀ ନାୟିକା ସୋନାଲି ବେନ୍ଦ୍ରେଙ୍କ ନାମ ମଧ୍ୟ ରହିଛି । ୯୦ ଦଶକରେ ସୋନାଲି ମଧ୍ୟ ନିଜର ଅଭିନୟ ଓ ସୁନ୍ଦରତା ବଳରେ ସମସ୍ତ ଦର୍ଶକଙ୍କ ହୃଦୟରେ ରାଜ କରୁଥିଲେ ଏବଂ ଅଧିକାଂଶ ଲୋକ ତାଙ୍କୁ ପସନ୍ଦ କରୁଥିଲେ । ସୋନାଲି ବେନ୍ଦ୍ରେଙ୍କୁ ପସନ୍ଦ କରୁଥିବା ତାଲିକାରେ ଜଣେ ରାଜନୀତିଜ୍ଞଙ୍କ ନାମ ମଧ୍ୟ ସମିଲି ରହିଛି । ସେ ହେଉଛନ୍ତି ଥିଲେ ମହାରାଷ୍ଟ୍ର ରାଜ ଠାକରେ । ନିଜର ବିବାଦୀୟ ବିବୃତ୍ତିକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହୁଛନ୍ତି । ତାଙ୍କ ରାଜନୈତିକ ଜୀବନ ଯେତେ ହୃଦୟସ୍ପର୍ଶୀ ଓ ସେହିପରି ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ସେତିକି ରୋମାଞ୍ଚକର ଅଟେ । ଆପଣଙ୍କୁ ସୁଚାଇଦେଉଛୁ ଯେ, ଏହା ସେହି ସମୟର କଥା ଯେତେବେଳେ ରାଜ ଠାକରେ କେବଳ ଶିବସେନା ପାର୍ଟିର ଉତ୍ତରାଧିକାରୀ ହେବା ପାଇଁ ନୁହେଁ ବରଂ ସୋନାଲି ବେନ୍ଦ୍ରେଙ୍କୁ ପାଇବା ସ୍ୱପ୍ନ ମଧ୍ୟ ଦେଖୁଥିଲେ ।

ସୋନାଲିଙ୍କ ନିକଟକୁ ଯିବାକୁ ଲାଗିଥିଲେ ରାଜ୍ ଠାକରେ :

ରାଜ୍ ଠାକରେ ନିଜ ବଡ଼ବାପା ବାଲ ଠାକରେଙ୍କ ଅତି ପ୍ରିୟ ଥିଲେ ଏବଂ ବାଲ ଠାକରେ ମଧ୍ୟ ରାଜ୍ ଠାକରେଙ୍କର ରାଜନୈତିଜ୍ଞ ଦକ୍ଷତାକୁ ଦେଖି ତାଙ୍କୁ ନିଜର ଉତ୍ତରାଧିକାରୀ ବୋଲି ମାନ୍ୟତା କରିଥିଲେ । ଯଦିଓ ତାଙ୍କ ଜୀବନରେ ଏପରି ଏକ ସମୟ ଆସିଲା ଯେତେବେଳେ ସେ ଶିବସେନାକୁ ଛାଡି ନିଜର ଏକ ସ୍ୱତନ୍ତ୍ର ପାର୍ଟି ଗଠନ କଲେ ।

୯୦ ଦଶକରେ କଥା ଯେତେବେଳେ ବଡ଼ ପରଦାର କଳାକାରମାନେ ଲୋକଙ୍କୁ ମନୋରଞ୍ଜନ କରୁଥିଲେ ଏବଂ ମହାରାଷ୍ଟ୍ର ସଙ୍ଗେ ସଙ୍ଗେ ମୁମ୍ବାଇରେ ବାଲ ଠାକରେ ସତ୍ତା ପଦରେ ଥିଲେ । ସେହି ସମୟରେ ସୋନାଲି ବେନ୍ଦ୍ରେ ନିଜ କ୍ୟାରିୟରର ଆରମ୍ଭ କରି ସାରିଥିଲେ । ସୋନାଲି ଧୀରେ ଧୀରେ ନିଜ ସଫଳତା ଦିଗକୁ ଆଗେଇ ଚାଲୁଥିଲେ, ସେତେବେଳେ ତାଙ୍କ ଅଫେୟାରର ଚର୍ଚ୍ଚା ରାଜ ଠାକରେଙ୍କ ସହିତ ହେବାକୁ ଲାଗିଲା । ରାଜ ଠାକରେ ସୋନାଲିଙ୍କୁ ଖୁବ୍ ପସନ୍ଦ କରୁଥିଲେ । ଅନ୍ୟପକ୍ଷରେ ସୋନାଲିଙ୍କୁ ମଧ୍ୟ ରାଜ୍ ବହୁତ ଭଲ ଲାଗୁଥିଲେ । ଏହା ମଧ୍ୟ କୁହାଯାଉଥିଲା ଯେ, ସେହି ସମୟରେ ରାଜ୍ ଠାକରେଙ୍କ କାରଣରୁ ସୋନାଲିଙ୍କୁ ଇଣ୍ଡଷ୍ଟ୍ରିରେ ବ୍ରେକ୍ ମିଳିଥିଲା ।

ବାଲ୍ ଠାକରେ କାରଣରୁ ରାଜ୍ ଠାକରେ ଛାଡି ଦେଇଥିଲେ ସୋନାଲିଙ୍କୁ :

ତାଙ୍କ ଅଫେୟାରର କାହାଣୀ ଲୋକଙ୍କ ସମ୍ମୁଖକୁ ସେହି ସମୟରେ ଆସିଲା ଯେତେବେଳେ ୧୯୯୬ରେ ପ୍ରଥମଥର ପାଇଁ ପପ୍ ଷ୍ଟାର ମାଇକେଲ ଜେକ୍ସନଙ୍କ ସ୍ୱାଗତ ସୋନାଲି ବେନ୍ଦ୍ରେ ଓ ରାଜ ଠାକରେ ଏକାଠି ମିଶି କରିଥିଲେ । ଏହାପରେ ତାଙ୍କ ଅଫେୟାରର ଖବର ଲୋକଲୋଚନକୁ ଆସିଥିଲା । ଦୁଇଜଣଙ୍କ ପ୍ରେମ କାହାଣୀ ଭଲ ଚାଲିଥିଲା କିନ୍ତୁ ଦୁହେଁ ବିବାହ କରିବା ପାଇଁ ମଧ୍ୟ ସ୍ଥିର କରି ସାରିଥିଲେ । ଯଦିଓ ସେହି ସମୟରେ ରାଜ୍ ଆଗରୁ ବିବାହିତ ଥିଲେ ଏଥିପାଇଁ ସୋନାଲିଙ୍କ ସହିତ ବିବାହ କରିବା ତାଙ୍କ ପାଇଁ ସହଜ ନଥିଲା ।

ଯେତେବେଳେ ରାଜ ଠାକରେଙ୍କ ଏହି ଅଫେୟାର ଓ ବିବାହର ସ୍ୱପ୍ନ ବିଷୟରେ ବାଲ ଠାକରେ ଜାଣିଲେ ତେବେ ସେ ରାଜଙ୍କୁ ଘରକୁ ଡକାଇଲେ । ବାଲ ଠାକରେ ତାଙ୍କୁ ବୁଝାଇଲେ ଯେ, ସେ ଦଳର ମୁଖ୍ୟ ଆକର୍ଷଣ ଅଟନ୍ତି ଏବଂ ପୂର୍ବରୁ ବିବାହିତ ଅଟନ୍ତି । ଯଦି ସେ ଏପରି କିଛି ପଦକ୍ଷେପ ଗ୍ରହଣ କରିବେ; ତେବେ ତାଙ୍କ ଜୀବନ ଖରାପ ହେବ । ତା’ସହିତ ଦଳରେ ତାଙ୍କ ଚରିତ୍ର ମଧ୍ୟ ଖରାପ ହୋଇପାରେ ।

ସେ ନିଜ ବଡ଼ବାପାଙ୍କ କହିବା ଅନୁସାରେ ବାଲ ଠାକେରେ ସୋନାଲିଙ୍କ ସହିତ ବିବାହ ନ କରିବା ନିଷ୍ପତ୍ତି ନେଲେ । ଯଦିଓ ଏହାପରେ ମଧ୍ୟ ଅନେକ ସମୟ ଧରି ତାଙ୍କ ଅଫେୟାର ଚାଲୁଥିଲା । ସୋନାଲିଙ୍କୁ ବହୁତ ଭଲ ପାଉଥିଲେ ମଧ୍ୟ ତାଙ୍କ ସହିତ ସମ୍ପର୍କ ଭାଙ୍ଗିବା ପାଇଁ ରାଜି ହୋଇଗଲେ ।

Leave a Reply

Your email address will not be published. Required fields are marked *