କୁଣ୍ଡଳୀରେ ରାହୁ ଗ୍ରହର ପ୍ରଭାବ ୨୦୨୨ ପର୍ଯ୍ୟନ୍ତ ରହିବ ।

କୁଣ୍ଡଳୀରେ ରାହୁ ଗ୍ରହର ପ୍ରଭାବ ୨୦୨୨ ପର୍ଯ୍ୟନ୍ତ ରହିବ ।

୨୦୨୨ରେ ପ୍ରତି ରାଶି ଉପରେ ରାହୁ ଗ୍ରହର ଖରାପ ପ୍ରଭାବ ପଡିବ , ମୁକ୍ତି ପାଇବା ପାଇଁ ଏହି ଉପାୟ ଅବଲମ୍ବନ କରନ୍ତୁ ।

୨୦୨୨ରେ ରାହୁଙ୍କ ଆଧିପତ୍ୟ ବଜାୟ ରହିବ ଯାହାଫଳରେ ସମସ୍ତ ରାଶିଙ୍କ ଉପରେ ରାହୁଙ୍କ ଖରାପ ପ୍ରଭାବ ରହିବ । ଜ୍ୟୋତିଷ୍କଙ୍କ ଅନୁସାରେ ନୂତନ ବର୍ଷ ପ୍ରାରମ୍ଭରେ ସମସ୍ତ ରାଶିଙ୍କ ଉପରେ ରାହୁ ଗ୍ରହର ଖରାପ ପ୍ରଭାବ ପଡିବ ଏବଂ ଏହି ଖରାପ ପ୍ରଭାବ ସେପ୍ଟେମ୍ବର ୨୩ ୨୦୨୨ ପର୍ଯ୍ୟନ୍ତ ରହିବ । ରାହୁ ଗ୍ରହର ପ୍ରଭାବ ଆପଣଙ୍କ ଜୀବନରେ ଅଧିକ ନପଡିବା ପାଇଁ ତଳେ ଦିଆ ଯାଇଥିବା ଉପାୟ ଅବଲମ୍ବନ କରନ୍ତୁ କାରଣ ଏହି ଉପାୟ ଅବଲମ୍ବନ କରିବା ଫଳରେ ରାହୁ ଗ୍ରହର ପ୍ରଭାବ ଆପଣଙ୍କ ଉପରେ ପଡିବ ନାହିଁ ଏବଂ ଏହି କ୍ରୁର ଗ୍ରହର ଖରାପ ପ୍ରଭାବରୁ ଆପଣ ବର୍ତ୍ତି ଯାଇପାରିବେ ।

ରାହୁ ଗ୍ରହର ପ୍ରଭାବ

ରାହୁ ଗ୍ରହ ପ୍ରଭାବରେ ଆପଣଙ୍କୁ ମାନସିକ ଏବଂ ଶାରୀରିକ କଷ୍ଟ ସହିବା ପାଇଁ ପଡିପାରେ ।ଏହି ଗ୍ରହର ପ୍ରଭାବ କାରଣରୁ କୌଣସି ମଧ୍ୟ କାର୍ଯ୍ୟରେ ସଫଳତା ମିଳିବ ନାହିଁ ଏବଂ ଶତ ଚେଷ୍ଟା ସ୍ୱତେ ନିରାଶା ହିଁ ହାତରେ ଲାଗିବ । କୁଣ୍ଡଳୀରେ ରାହୁ ଗ୍ରହର ପ୍ରଭାବ ରହିଲେ ମାନସିକ ଚିନ୍ତା ଏବଂ ପେଟ ସମ୍ବନ୍ଧୀୟ ରୋଗ ଲାଗି ରହିବ ।

ଏହି ପ୍ରକାରରେ ରାହୁଙ୍କୁ ଶାନ୍ତ କରନ୍ତୁ

ପ୍ରତିଦିନ ପୂଜା କରିବା ପରେ ମଥାରେ ଚନ୍ଦନ କିମ୍ବା କେଶରର ଟୀକା ଲଗାନ୍ତୁ ।ଏହିପରି କରିବା ଫଳରେ ଆପଣଙ୍କ ରାହୁ ଦୋଷ କମ ହୋଇଥାଏ ଏବଂ ରାହୁ ଆପଣଙ୍କ ହାନି କରିନଥାନ୍ତି ।

ନଡ଼ିଆ ଗଛର ପୂଜା କରନ୍ତୁ ଏବଂ ନଡ଼ିଆ ଗଛରେ ପାଣି ଢାଳିଲେ ରାହୁଗ୍ରହର ପ୍ରଭାବ ଶାନ୍ତ ହୋଇଥାଏ ଏବଂ ଏହି କ୍ରୁର ଗ୍ରହର ପ୍ରଭାବରୁ ନିସ୍ତାର ମିଳିଥାଏ ।

ହାତୀକୁ କଦଳୀ ଖାଇବା ପାଇଁ ଦେଲେ ରାହୁଙ୍କ ଖରାପ ପ୍ରଭାବ ଆପଣଙ୍କ ଉପରେ ପଡିନଥାଏ ।ପ୍ରତି ଶୁକ୍ରବାର ଦିନ ଯଥା ସମ୍ଭବ ହାତୀଙ୍କୁ କଦଳୀ ଖାଇବା ପାଇଁ ଦିଅନ୍ତୁ ।

ଶିବଲିଙ୍ଗରେ ପ୍ରତିଦିନ ଜଳ ଅର୍ପଣ କରନ୍ତୁ ।ଶିବଙ୍କୁ ଜଳ ଅର୍ପଣ କରିବା ଫଳରେ ଆପଣଙ୍କୁ ଏହି ଗ୍ରହରୁ ନିସ୍ତାର ମିଳିବ ଏବଂ ଜୀବନର ପ୍ରତିଟି ସମସ୍ୟାରୁ ମୁକ୍ତି ମିଳିବ । ଶିବଙ୍କ ବ୍ୟତୀତ ଭୈରଵ ମହାରାଜାଙ୍କ ପୂଜା କଲେ ରାହୁ ଗ୍ରହର ପ୍ରଭାବରୁ ମୁକ୍ତି ମିଳିଥାଏ । ଭୈରବଙ୍କ ପୂଜା କରିବା ସମୟରେ କଞ୍ଚା କ୍ଷୀର କିମ୍ବା ମଦ୍ୟ ଅର୍ପଣ କରନ୍ତୁ । ଏହି ଉପାୟ ଅବଲମ୍ବନ କରିବା ଦ୍ୱାରା ରାହୁଙ୍କ ପ୍ରଭାବରୁ ମୁକ୍ତି ମିଳିଥାଏ ।

ଗୁରୁବାର ଦିନ ବ୍ରତ ରଖି କଦଳୀ ଗଛର ପୂଜା କରନ୍ତୁ । ପୂଜା ପରେ ଗରିବଙ୍କୁ କଦଳୀ ବାଣ୍ଟନ୍ତୁ ।

ରାହୁ ଗ୍ରହର ପ୍ରଭାବ ଥିଲେ ଶରୀରକୁ ଆଘାତ ଲାଗିବାର ସମ୍ଭାବନା ରହିଥାଏ ଏହି ଗ୍ରହର ପ୍ରଭାବ ଥିଲେ ହାତ ଗୋଡ଼ କିମ୍ବା ପେଟରେ ଖରାପ ପ୍ରଭାବ ପଡିଥାଏ । ଗରିବଙ୍କୁ ଟଙ୍କା କିମ୍ବା ମୂଳା ଦାନ କଲେ ଏହି ଗ୍ରହର ପ୍ରଭାବରୁ ମୁକ୍ତି ମିଳିଥାଏ ।ଏହି କାରଣରୁ ଟଙ୍କା ଏବଂ ମୂଳାର ଦାନ ସମୟ ସମୟରେ କରିବା ଉଚିତ ଯାହାଫଳରେ ବର୍ଷ ତମାମ ରାହୁ ଗ୍ରହର ଖରାପ ପ୍ରଭାବରୁ ଆପଣଙ୍କୁ ମୁକ୍ତି ମିଳିପାରିବ

ହନୁମାନ ଚାଳିସା ପାଠ କଲେ ହନୁମାନ ଏହି ଗ୍ରହରୁ ରକ୍ଷା କରିଥାନ୍ତି ।ହନୁମାନଙ୍କ କୃପାରୁ ରାହୁ ଦୋଷ ଖଣ୍ଡିତ ହୋଇଥାଏ ।

ଶନିବାର ଦିନ ଶନିଦେବଙ୍କ ପୂଜା କରିବା ସହ ରାହୁଙ୍କ ପୂଜା କରନ୍ତୁ ଏବଂ ନିଜ ଛାଇର ଦାନ କରନ୍ତୁ ।ଛାଇ ଦାନ କରିବା ଫଳରେ ରାହୁ ଗ୍ରହ ଶାନ୍ତ ହୋଇଥାଏ । ଛାଇ ଦାନ କରିବା ସମୟରେ ତେଲରେ ନିଜ ମୁହଁ ଦେଖନ୍ତୁ ଏବଂ ସେହି ତେଲ ଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *