ରଣଧୀର୍ କପୁର୍ ଯେଉଁ ଫୋଟ ସେୟାର୍ କରିଛନ୍ତି, ତାହା କଣ କରୀନା କପୁରଙ୍କର ସାନ ପୁଅର ଅଟେ ! ଜାଣନ୍ତୁ ସମ୍ପୂର୍ଣ୍ଣ ସତ୍ୟତା…

ରଣଧୀର୍ କପୁର୍ ଯେଉଁ ଫୋଟ ସେୟାର୍ କରିଛନ୍ତି, ତାହା କଣ କରୀନା କପୁରଙ୍କର ସାନ ପୁଅର ଅଟେ ! ଜାଣନ୍ତୁ ସମ୍ପୂର୍ଣ୍ଣ ସତ୍ୟତା…

କରୀନା କପୁର୍ ଏବଂ ସୈଫ ଅଲ୍ଲୀ ଖାନ୍ ଫେବୃଆରୀ ୨୧ ତାରିଖ ଦିନ ଦ୍ଵିତୀୟ ସନ୍ତାନର ମାତା ପିତା ହୋଇଛନ୍ତି । ଏପର୍ଯ୍ୟନ୍ତ ସେମାନେ ତାଙ୍କ ପିଲାର ମୁହଁ ମିଡ଼ିଆ କିମ୍ବା ପ୍ରଶଂସକ ମାନଙ୍କୁ ଦେଖାଇ ନାହାଁନ୍ତି । ଲୋକମାନେ ତୈମୁରର ଛୋଟ ଭାଇକୁ ଦେଖିବାପାଇଁ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି । ତେବେ ମହିଳା ଦିବସରେ କରୀନା ସାନ ପୁଅ ସହ ଏକ ବ୍ଲାକ୍ ଏଣ୍ଡ ହ୍ଵାଇଟ୍ ଫୋଟ ସେୟାର୍ କରିଥିଲେ କିନ୍ତୁ ଏଥିରେ ତାଙ୍କ ପୁଅର ମୁହଁ ଦେଖା ଯାଉନଥିଲା । ରିପୋର୍ଟ ଅନୁଯାୟୀ, କରୀନା ନିଜ ପୁଅର ମୁହଁ ତାର ୩ ମାସ ହେବାପରେ ଦେଖାଇବାକୁ ଚାହୁଁଥିଲେ । କିନ୍ତୁ ତାଙ୍କର ଯୋଜନା ବିଫଳ ହୋଇଯାଇଛି । ବାସ୍ତବରେ ତାଙ୍କ ପିତା ରଣଧୀର୍ କପୁର୍ ଭୁଲରେ ନିଜ ଇନଷ୍ଟାଗ୍ରାମରେ ନାତିର ଫୋଟ ସେୟାର୍ କରିଦେଇଛନ୍ତି । ତେବେ ସେ ତୁରନ୍ତ ଏହାକୁ ଡିଲିଟ୍ ମଧ୍ୟ କରିଦେଇଛନ୍ତି କିନ୍ତୁ ଫୋଟ ତ ଲିକ୍ ହୋଇଯାଇଛି ଏବଂ ସମସ୍ତେ ତୈମୁରଙ୍କର ଛୋଟ ଭାଇଙ୍କ ମୁହଁ ଦେଖି ନେଇଛନ୍ତି । ଚର୍ଚ୍ଚା ହେଉଛି ଯେ ଏହି ଫୋଟ କରୀନା କପୁରଙ୍କର ସାନ ପୁଅର ଥିଲା । ତେବେ କରୀନାଙ୍କର ପିଆର୍ ଟିମ୍ ବିବୃତ୍ତି ଜାରି କରି କହିଛନ୍ତି ଯେ, ଫୋଟ କରୀନାଙ୍କର ସାନ ପୁଅର ନୁହେଁ ।

କହିରଖୁଛୁ ଯେ, ରଣଧୀର୍ କପୁର୍ ନିଜ ନାତିର ଦୁଇଟି ଫୋଟକୁ କୋଳଜ୍ କରି ଇନଷ୍ଟାଗ୍ରାମରେ ଅପଲୋଡ଼ କରିଥିଲେ । କିନ୍ତୁ ଏଭଳି ଲାଗୁଛି ଯେ ସେ ଭୁଲରେ ଏହି ଦୁଇଟି ଫୋଟକୁ ଇନଷ୍ଟାଗ୍ରାମରେ ଅପଲୋଡ଼ କରିଦେଇଥିଲେ । କାହିଁକି ନା ସେ କିଛି ସମୟ ମଧ୍ୟରେ ଏହି ଫୋଟ ଗୁଡିକୁ ଇନଷ୍ଟାଗ୍ରାମରୁ ଡିଲିଟ୍ କରିଦେଇଥିଲେ କିନ୍ତୁ ସେତିକି ସମୟ ମଧ୍ୟରେ ଫୋଟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇ ଯାଇଥିଲା ।

କହିରଖୁଛୁ ଯେ, କରୀନା ଫେବୃଆରୀ ୨୧ ତାରିଖ ଦିନ ନିଜର ଦ୍ଵିତୀୟ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ । କରୀନାଙ୍କର ପ୍ରସବ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ହୋଇଥିଲା । କରୀନା ଏବଂ ସୈଫଙ୍କର ବଡ଼ ପୁଅର ନାମ ତୈମୁର୍ ଅଟେ । ତୈମୁରର ଜନ୍ମ ୨୦୧୬ ମସିହାରେ ହୋଇଥିଲା ।

ଖବର ଅନୁଯାୟୀ, କରୀନା ଏବଂ ସୈଫ ଏଥର ନିଜ ପୁଅକୁ ପ୍ରଶଂସକଙ୍କ ସହ ସ୍ୱତନ୍ତ୍ର ଶୈଳୀରେ ପରିଚିତ କରାଇବେ । କରୋନା କାଳରେ ଏହି ଦମ୍ପତି ନିଜର ନୂତନ ସନ୍ତାନକୁ ନେଇ ଅତ୍ୟନ୍ତ ସତର୍କ ଅଛନ୍ତି ଏବଂ ଦ୍ଵିତୀୟ ପୁଅର ପ୍ରକୃତ ପରିଚୟର ପ୍ରସ୍ତୁତିରେ ଅଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, କରୀନା ପ୍ରସବର ଦୁଇ ଦିନ ପୂର୍ବ ପର୍ଯ୍ୟନ୍ତ ଶୁଟିଂ କରିଥିବାବେଳେ ପୁଅ ହେବାପରେ ଗୋଟିଏ ମାସ ବିଶ୍ରାମ ନେବା ପରେ ସେ କାମକୁ ଫେରି ଆସିଛନ୍ତି । ନିକଟରେ ତାଙ୍କର କିଛି ଫୋଟ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ ଶୁଟିଂକୁ ଯାଉଥିବାର ଦେଖା ଯାଇଥିଲେ ।

ନିକଟରେ କରୀନା ଇନଷ୍ଟାଗ୍ରାମରେ ଏଭଳି ଏକ ଲୁକର ଫୋଟ ସେୟାର୍ କରିଛନ୍ତି, ଯାହା ଉପରେ ଅତ୍ୟନ୍ତ ଚର୍ଚ୍ଚା ହେଉଅଛି । ବାସ୍ତବରେ ସେ ଏହି ଫୋଟରେ ଧଳା ରଙ୍ଗର ଟି-ଶାର୍ଟ ପିନ୍ଧିଛନ୍ତି କିନ୍ତୁ ତାଙ୍କର ଗ୍ରୀଷ୍ମ ଦିନର ପୋଷାକ ଅପେକ୍ଷା ତାଙ୍କର ମାସ୍କକୁ ପ୍ରଶଂସକ ମାନଙ୍କର ଅଧିକ ଧ୍ୟାନ ମିଳୁଅଛି । ତାଙ୍କର ଏହି ‘ଲୁଇସ୍ ଭିଟନ୍ ବ୍ରାଣ୍ଡ’ ମାସ୍କର ମୂଲ୍ୟ ୨୬ ହଜାର ଟଙ୍କା ଅଟେ ।

କରୀନା ଏବଂ ସୈଫ ଏପର୍ଯ୍ୟନ୍ତ ତାଙ୍କ ଦ୍ଵିତୀୟ ସନ୍ତାନର ନାମ ମଧ୍ୟ ପ୍ରକାଶ କରିନାହାଁନ୍ତି । ଖବର ଅନୁଯାୟୀ ସେମାନେ ନାମ ରଖି ଦେଇଛନ୍ତି କିନ୍ତୁ ସେମାନେ ଏହାକୁ ପ୍ରଶଂସକ ମାନଙ୍କ ସହ ସେୟାର୍ କରିବାପାଇଁ ସଠିକ୍ ଅବସରର ଅପେକ୍ଷା କରୁଛନ୍ତି ।

ରିପୋର୍ଟ ଅନୁଯାୟୀ ନିଜ ଛୋଟ ଭାଇକୁ ନେଇ ତୈମୁର୍ ଅତ୍ୟନ୍ତ ସୁରକ୍ଷାବାଦୀ ଅଟନ୍ତି । ସେ ତାଙ୍କ ଛୋଟ ଭାଇ ପାଖରେ ବସି ରହିଥାନ୍ତି ଏବଂ ତାଙ୍କୁ ଦେଖି ଅତ୍ୟନ୍ତ ଖୁସି ହୋଇଥାନ୍ତି । କେବଳ ଏତିକି ନୁହେଁ ସେ ତାଙ୍କ ଛୋଟ ଭାଇର ଅତ୍ୟନ୍ତ ଧ୍ୟାନ ମଧ୍ୟ ରଖିଥାନ୍ତି ।

କରୀନା ଏବଂ ସୈଫଙ୍କର ବୃତ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ବେବୋ ଖୁବଶୀଘ୍ର ‘ଲାଲ୍ ସିଂହ ଚଢା’ ଚଳଚ୍ଚିତ୍ରରେ ଦେଖାଯିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ରରେ କରୀନାଙ୍କ ସହ ଅମୀର୍ ଖାନ୍ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏଥିସହ ତାଙ୍କ ସ୍ଵାମୀ ସୈଫ୍ ‘ଭୁତ୍ ପୋଲିସ୍’ ଚଳଚ୍ଚିତ୍ରରେ ଦେଖାଯିବେ, ତାଙ୍କ ସହ ଅର୍ଜୁନ କପୁର୍, ୟାମି ଗୌତମ୍ ଏବଂ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ମଧ୍ୟ ଦେଖାଯିବେ ।

Leave a Reply

Your email address will not be published. Required fields are marked *