ଫିଲ୍ମରେ ଧମାଲ୍ କରୁଥିବା ‘ପ୍ରକାଶ୍ ରାଜ୍’ଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଅଟେ ଅତ୍ୟନ୍ତ ଚିତାକର୍ଷକ ! ପ୍ରଥମ ପତ୍ନୀ ଏବଂ ଛୁଆଙ୍କୁ ଛାଡି ପୋନି ବର୍ମାଙ୍କୁ କରିଛନ୍ତି ବିବାହ…

ଫିଲ୍ମରେ ଧମାଲ୍ କରୁଥିବା ‘ପ୍ରକାଶ୍ ରାଜ୍’ଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଅଟେ ଅତ୍ୟନ୍ତ ଚିତାକର୍ଷକ ! ପ୍ରଥମ ପତ୍ନୀ ଏବଂ ଛୁଆଙ୍କୁ ଛାଡି ପୋନି ବର୍ମାଙ୍କୁ କରିଛନ୍ତି ବିବାହ…

ଟଲିଉଡ଼ ଅଭିନେତା ପ୍ରକାଶ ରାଜ୍ ନିଜର ଉତ୍କର୍ଷ ଅଭିନୟ ପାଇଁ ପରିଚିତ । ନିକଟରେ ପ୍ରକାଶ୍ ରାଜ୍ ନିଜର ୫୬ତମ ଜନ୍ମଦିବସ ପାଳନ କରିଛନ୍ତି । ୧୯୬୫ ମସିହା ମାର୍ଚ୍ଚ ୨୬ରେ ବେଙ୍ଗାଲୁରୁରେ ତାଙ୍କର ଜନ୍ମ ହୋଇଥିଲା । ପ୍ରକାଶ ନିଜ ଅଭିନୟର ଯାତ୍ରା ଥିଏଟରରୁ ଆରମ୍ଭ କରିଥିଲେ । ସେ ବହୁତ ଦିନ ଯାଏଁ ଥିଏଟରରେ ଅଭିନୟ କରୁଥିଲେ । ତା’ପରେ ସେ କନ୍ନଡ଼ ସିରିଏଲରେ କାମ କରିବା ଆରମ୍ଭ କଲେ ଏବଂ ଧୀରେ ଧୀରେ ଫିଲ୍ମରେ ପାଦ ଥାପିଲେ । ପ୍ରକାଶ୍ ରାଜ୍ ବର୍ତ୍ତମାନ ସୁଦ୍ଧା କନ୍ନଡ଼, ତାମିଲ୍, ମରାଠୀ, ମାଲୟଲି ଏବଂ ହିନ୍ଦୀ ଭାଷାର ଫିଲ୍ମରେ କାମ କରିସାରିଛନ୍ତି । ଫିଲ୍ମରେ ସେ ଅନେକ ପ୍ରକାର ରୋଲ୍ କରିସାରିଛନ୍ତି ହେଲେ ଲୋକମାନେ ତାଙ୍କୁ ଖଳନାୟକ ରୋଲରେ ଦେଖିବାକୁ ଅଧିକ ପସନ୍ଦ କରନ୍ତି ।

ଦୀର୍ଘ ଦିନ ଧରି ସାଉଥ୍ ଇଣ୍ଡଷ୍ଟ୍ରିରେ କାମ କରିବାପରେ ପ୍ରକାଶ ବଲିଉଡରେ କାମ କରିବା ପାଇଁ ଚିନ୍ତା କଲେ । ଫିଲ୍ମ’ୱାନଟେଡ଼’ରୁ ପ୍ରକାଶ୍ ବଲିଉଡରେ କ୍ୟାରିଅର୍ ଆରମ୍ଭ କରିଥିଲେ । ଏହାପରେ ସେ ‘ସିଙ୍ଘମ୍’, ‘ଦବଙ୍ଗ-୨’, ‘ମୁମ୍ବାଇ ମିରର୍’, ‘ହିରୋପନ୍ତି’, ‘ଜଞ୍ଜିର୍’, ‘ପୁଲିସଗିରି’ ଭଳି ଫିଲ୍ମରେ ନିଜର ଦମଦାର୍ ଅଭିନୟ ଦ୍ୱାରା ଲୋକମାନଙ୍କ ମନ କିଣି ନେଲେ ।

ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଫିଲ୍ମ ଭଳି ବହୁତ ରୋମାଞ୍ଚକର ଅଟେ । ସେ ୧୯୯୪ରେ ତାମିଲ୍ ହିରୋଇନ୍ ଲଲିତା କୁମାରୀଙ୍କୁ ବିବାହ କରିଥିଲେ । ପ୍ରକାଶ୍ ଏବଂ ଲଲିତାଙ୍କର ଦୁଇଟି ଝିଅ ମେଘନା ଓ ପୂଜା ଏବଂ ଗୋଟିଏ ପୁଅ ସିଧୁ ଥିଲେ । କିନ୍ତୁ ପ୍ରକାଶ ରାଜଙ୍କ ପୁଅ ସିଧୁ ୨୦୦୪ମସିହାରେ ସବୁଦିନ ପାଇଁ ଦୁନିଆ ଛାଡି ଚାଲିଯାଇଥିଲେ । ସେତେବେଳେ ସେ ୫ବର୍ଷର ହୋଇଥିଲେ । ଟେବଲ୍ ଉପରେ ଚଢ଼ି ଗୁଡି ଉଡାଇବା ବେଳେ ଟେବଲରୁ ତଳକୁ ଖସି ପଡିଲେ । ତାପରେ ତାଙ୍କୁ ବାତ ମାରିବା ଆରମ୍ଭ ହେଲା ଏବଂ ତାଙ୍କର ଦେହାନ୍ତ ହୋଇଯାଇଥିଲା । ଏହାର କାରଣ ସେ ବୁଝିପାରିଲେ ନାହିଁ କିନ୍ତୁ ତା’ପରେ ସେ ମଣିଷ ଜୀବନର ମୁଲ୍ୟ ବୁଝିଗଲେ ।

ପୁଅ ଚାଲିଯିବା ପରେ ପ୍ରକାଶ୍ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡା ଆରମ୍ଭ ହେଲା । ଦୁହେଁ ନିଜ ସମ୍ପର୍କକୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କରିଥିଲେ ମାତ୍ର ୨୦୦୯ରେ ଦୁହିଙ୍କ ଛାଡପତ୍ର ହୋଇଯାଇଥିଲା । ଛାଡପତ୍ରର ବର୍ଷେପରେ ପ୍ରକାଶ କୋରିଓଗ୍ରାଫର୍ ପୋନି ବର୍ମାଙ୍କୁ ବିବାହ କଲେ । ପ୍ରକାଶଙ୍କ କହିବା ଅନୁଯାୟୀ ପୋନିଙ୍କୁ ସେ ଛାଡପତ୍ର ସମୟରେ ଦେଖିଥିଲେ । ଦୁହିଙ୍କ ମଧ୍ୟରେ ୧୨ବର୍ଷର ବୟସ ତାରତମ୍ୟ ଥିଲା । ପୋନିଙ୍କ ଯୋଗୁ ପ୍ରକାଶ ଲଲିତାଙ୍କୁ ଛାଡପତ୍ର ଦେଇଥିଲେ ।

୨୦୧୬ ମସିହାରେ ପ୍ରକାଶ ଏବଂ ପୋନିଙ୍କର ଏକ ପୁତ୍ର ଜନ୍ମ ହେଲା ଯାହାଙ୍କ ନାମ ‘ବେଦାନ୍ତ’ । ପ୍ରକାଶ୍ ରାଜ୍ ଲଲିତାଙ୍କୁ ଛାଡପତ୍ର ଦେଇସାରିଥିଲେ ମଧ୍ୟ ନିଜ ଝିଅ ମାନଙ୍କ ସହ ତାଙ୍କର ସମ୍ପର୍କ ପୂର୍ବଭଳି ରହିଛି ।

Leave a Reply

Your email address will not be published. Required fields are marked *