ଋଷ ଦେଶରୁ ପ୍ରସ୍ତୁତ ଭ୍ୟାକସିନ ବର୍ତ୍ତମାନ ଅନ୍ୟ ଦେଶରୁ ଯଥାଶୀଘ୍ର ଟିକା ପ୍ରସ୍ତୁତିର ଖବର ଶୁଣିବାକୁ ମିଳିପାରେ । କରୋନା ଭୂତାଣୁ ନେଇ ଅକ୍ସଫୋର୍ଡରେ ଚାଲିଥିବା ଟିକା ଫଳାଫଳ ଅଳ୍ପ କିଛି ମାସ ମଧ୍ୟରେ ସମ୍ମୁଖକୁ ଆସିପାରେ । ବ୍ରିଟେନର ଭ୍ୟାକସିନ୍ ଟାସ୍କଫୋର୍ସର ମୁଖ୍ୟ କେଟ୍ ବିଙ୍ଗହମ୍ କହିଛନ୍ତି; ଚଳିତ ବର୍ଷ ଶେଷ ସୁଦ୍ଧା ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ଜର୍ମାନୀ ମଧ୍ୟ କରୋନା ଭୂତାଣୁ ସମ୍ପର୍କିତ ଟିକା ପ୍ରସ୍ତୁତ ହୋଇପାରେ ।

କେଟ୍ ବିଙ୍ଗହମ୍ କହିଛନ୍ତି ଯେ ବ୍ରିଟେନରେ ପ୍ରାୟ ଏକ ଲକ୍ଷ ଲୋକ ଏହି ପରୀକ୍ଷାରେ ଭାଗ ନେବାକୁ ଆଗେଇ ଆସିଛନ୍ତି । ତେବେ, ସ୍କାଇ ନ୍ୟୁଜ୍ ସହ ବାର୍ତ୍ତାଳାପରେ କିଟ୍ ଅଧିକ ସ୍ଵେଚ୍ଛାସେବୀଙ୍କୁ ଏହି ବିଚାର ପ୍ରକ୍ରିୟାରେ ଯୋଗଦେବାକୁ ନିବେଦନ କରିଥିଲେ ।

କେଟ୍ ବିଙ୍ଗହମ୍ କହିଛନ୍ତି- “ମୁଁ ଭାବୁଛି ଚଳିତ ବର୍ଷ ଟିକା ପ୍ରସ୍ତୁତ ହୋଇଯିବ । ସେ କହିଛନ୍ତି ଯେ ଦୁଇ ଟିକା ପ୍ରାର୍ଥୀଙ୍କ କ୍ଷମତା ଅଛି, ଗୋଟିଏ ଅକ୍ସଫୋର୍ଡ ୟୁନିଭର୍ସିଟିରେ ପ୍ରସ୍ତୁତ ହେଉଛି ଏବଂ ଅନ୍ୟ ଗୋଟିଏ ଟିକା ଯାହା ଜର୍ମାନ କମ୍ପାନୀ ବାୟୋ ଟେକ୍ ଦ୍ୱାରା ବିକଶିତ ହେଉଛି । କେଟ୍ କହିଛନ୍ତି ଯେ ଯଦି ସବୁକିଛି ଠିକ୍ ହୁଏ, ତେବେ ଉଭୟ ଟିକା ଚଳିତ ବର୍ଷ ପଞ୍ଜୀକୃତ ହେବ ଏବଂ ଏହି ବର୍ଷ ହିଁ ବିତରଣ କରାଯିବ ।

ଅନ୍ୟପକ୍ଷରେ, ଆମେରିକୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ମଧ୍ୟ ଅନେକ ଟିକା ଉପରେ କାର୍ଯ୍ୟ କରୁଛନ୍ତି । ଆମେରିକାର କମ୍ପାନୀ ନୋଭାଭ୍ୟାକ୍ସ (Novavax) ଘୋଷଣା କରିଛି ଯେ, ସେ ଦକ୍ଷିଣ ଆଫ୍ରିକାରେ ଟିକା ପରୀକ୍ଷା ଆରମ୍ଭ କରୁଛି । NVX-CoV2373 ଟିକାର ଦ୍ଵିତୀୟ ପର୍ଯ୍ୟାୟରେ ପ୍ରାୟ ୨୬୬୫ ସୁସ୍ଥ ଲୋକଙ୍କ ଉପରେ ପରୀକ୍ଷା କରାଯିବ ।

ଅନ୍ୟପକ୍ଷରେ, ଚୀନର CanSino Biologics Inc କମ୍ପାନୀ କରୋନା ଟିକା ପେଟେଣ୍ଟକୁ ମଞ୍ଜୁର କରିଛି । ଏହି କମ୍ପାନୀ ଋଷ, ବ୍ରାଜିଲ, ମେକ୍ସିକୋ, ସାଉଦି ଆରବ ସମେତ ଅନେକ ଦେଶରେ ପରୀକ୍ଷା ଆରମ୍ଭ କରିବାକୁ ଯାଉଛି ।