ଆସିଗଲା ଅନଲକ୍-୩ର ନୂଆ ଗାଇଡଲାଇନ୍ : ଏହି ତାରିଖରୁ ରାତ୍ର କାଳୀନ କର୍ଫ୍ୟୁ ବନ୍ଦ ହେବ !

ଆସିଗଲା ଅନଲକ୍-୩ର ନୂଆ ଗାଇଡଲାଇନ୍ : ଏହି ତାରିଖରୁ ରାତ୍ର କାଳୀନ କର୍ଫ୍ୟୁ ବନ୍ଦ ହେବ !

ସମଗ୍ର ଦେଶରେ ଅଗଷ୍ଟ ୧ ଠାରୁ ଅନଲକ୍-୩ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହି ବିଷୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରିଛି । ନୂତନ ଗାଇଡଲାଇନ୍ ଅନୁସାରେ, ରାତ୍ର କାଳୀନ କର୍ଫ୍ୟୁ ଶେଷ ହେବ, ଅର୍ଥାତ ରାତ୍ର ସମୟରେ ଲୋକମାନଙ୍କ ଗତିବିଧି ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଏହା ବ୍ୟତୀତ କଣ୍ଟେନମେଣ୍ଟ ଜୋନ୍ ଗୁଡିକରେ ଲକ୍ଡ଼ାଉନର କଠୋର ନିୟମ ବଳବତ୍ତର ରହିବ । ସେହି ଅଞ୍ଚଳ ଗୁଡିକରେ ପୂର୍ବରୁ କାର୍ଯ୍ୟାନୁଷ୍ଠାନ କରୁଥିବା ନୀତିନିୟମରେ କୌଣସି ପ୍ରକାର ଆରାମ ମିଳିବ ନାହିଁ ଯେଉଁଠାରେ କରୋନା ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଆସନ୍ତୁ ଜାଣିବା, ଅନଲକ୍-୩ରେ ସାଧାରଣ ଲୋକଙ୍କ ପାଇଁ କଣ ରିହାତି ମିଳିବ ଏବଂ କେଉଁ ଉପରେ ପ୍ରତିବନ୍ଧକ ଜାରି ରହିବ ।

Google

ଏଗୁଡିକ ଉପରେ ପ୍ରତିବନ୍ଧକ ଜାରି ରହିବ :

ସମଗ୍ର ଦେଶରେ ଅଗଷ୍ଟ ୧ ଠାରୁ ଅନଲକ୍-୩ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି କିନ୍ତୁ ସ୍କୁଲ, କଲେଜ, କୋଚିଂ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡିକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । କେବଳ ଶିକ୍ଷାନୁଷ୍ଠାନ ନୁହେଁ ବରଂ ମେଟ୍ରୋ ଟ୍ରେନ, ସିନେମା ହଲ, ସୁଇମିଂ ପୁଲ, ଥିଏଟର, ବାର, ଅଡିଟୋରିୟମ, ମନୋରଞ୍ଜନ ପାର୍କ ମଧ୍ୟ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଖୋଲା ରହିବ ନାହିଁ । କେବଳ ଏତିକି ନୁହେଁ, ସାମାଜିକ, ଧାର୍ମିକ, ରାଜନୈତିକ, ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକୁ ମଧ୍ୟ ଅନୁମତି ଦିଆଯିବ ନାହିଁ ଏବଂ ଏହିପରି କୌଣସି କାର୍ଯ୍ୟକ୍ରମକୁ ମଧ୍ୟ ଅନୁମତି ଦିଆଯିବ ନାହିଁ ଯେଉଁଥିରେ ଭିଡ଼ ଜମାବାର ଆଶା ରହିଛି ।

Google

ଏଗୁଡିକ ଉପରେ ଲକ୍ଡ଼ାଉନ କୋହଳ ହୋଇଛି :

୧. ପ୍ରତିବନ୍ଧକ ବ୍ୟତୀତ ଛାଡ଼ର କଥା ଯଦି କରିବା, ତେବେ ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନୂତନ ଆଦେଶରେ ରାତ୍ରକାଳୀନ କର୍ଫ୍ୟୁ ହଟାଇ ଦିଆଯାଇଛି । ଅର୍ଥାତ ରାତିରେ ଲୋକଙ୍କ ଗତିବିଧି ଉପରେ କୌଣସି କଟକଣା ରହିବ ନାହିଁ ।

୨. ପାଞ୍ଚ ଅଗଷ୍ଟ ଠାରୁ ଯୋଗ ପ୍ରତିଷ୍ଠାନ ଏବଂ ଜିମ ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇଛି । ଅର୍ଥାତ ୪ ମାସରୁ ଅଧିକ ସମୟ ଧରି ବନ୍ଦ ଥିବା ଜିମ ଖୋଲିବାକୁ ଅନୁମତି ଦିଆଯାଇଛି । ଅବଶ୍ୟ ଜିମ ସମୟରେ କରୋନାର ସତର୍କତା ସ୍ୱରୂପ ସାମାଜିକ ଦୂରତା ପରି ନିୟମକୁ ପାଳନ କରିବାକୁ ପଡିବ ।

୩. ୧୫ ଅଗଷ୍ଟକୁ ସ୍ୱାଧୀନତା ଦିବସ ପାଳନ କରିବାକୁ ଅନୁମତି ଦିଆଯିବ କିନ୍ତୁ ଏହି ସମୟରେ ସାମାଜିକ ଦୂରତା ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ସ୍ୱାସ୍ଥ୍ୟ ପ୍ରୋଟୋକଲକୁ ପାଳନ କରିବା ଅନିର୍ବାର୍ଯ୍ୟ ଅଟେ ।

୪. ଆନ୍ତର୍ଜାତୀୟ ବିମାନ ଚଳାଚଳର ମଞ୍ଜୁରୀ “ବନ୍ଦେ ଭାରତ ମିଶନ” ଅନୁଯାୟୀ ଦିଆଯାଇଛି । ଏତିକି ହିଁ ନୁହଁ ସରକାରଙ୍କ ପକ୍ଷରୁ ବିଶେଷ ବିମାନର ଆଗମନକୁ ମଧ୍ୟ ଅନୁମତି ଦିଆଯାଇଛି ।

Google

ସାର୍ବଜନୀକ ସ୍ଥାନଗୁଡିକରେ ଏହି ନିୟମର ପାଳନ ଅନିବାର୍ଯ୍ୟ :

ପୂର୍ବପରି ସର୍ବସାଧାରଣ ସ୍ଥାନଗୁଡିକରେ ମାସ୍କ ପିନ୍ଧିବା ଅନିବାର୍ଯ୍ୟ ରହିବ । ବିବାହ କାର୍ଯ୍ୟକ୍ରମରେ ୫୦ ରୁ ଅଧିକ ଲୋକଙ୍କୁ ଅନୁମତି ଦିଆଯିବ ନାହିଁ । ଏହା ବ୍ୟତୀତ ଅନ୍ତିମ ସଂସ୍କାରରେ / ଅନ୍ତେଷ୍ଟି କାର୍ଯ୍ୟରେ କେବଳ ୨୦ ଜଣ ଲୋକ ହିଁ ଯାଇପାରିବେ । ସର୍ବସାଧାରଣ ସ୍ଥାନ ସମେତ ଦୋକାନଗୁଡିକରେ ସାମାଜିକ ଦୂରତା ପାଳନ କରିବାକୁ ପଡିବ । ଏହା ସହିତ ଏହି ସ୍ଥାନଗୁଡିକରେ ପାନ, ଗୁଟଖା ଏବଂ ତମାଖୁ ଖାଇବା ଉପରେ ମଧ୍ୟ ପ୍ରତିବନ୍ଧକ ଜାରି ରହିବ ।

ଏମାନଙ୍କୁ ଘରେ ରହିବାକୁ ପରାମର୍ଶ :

ଗୁରୁତର ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି, ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ ପିଲାମାନଙ୍କୁ ଘରେ ହିଁ ରହିବାକୁ ପରାମର୍ଶ ଦିଆଯାଇଛି । ଏହିପରି ଲୋକମାନଙ୍କୁ କେବଳ ଜରୁରୀ ସମୟରେ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟାରେ ହିଁ ଘରୁ ବାହାରକୁ ଯିବାକୁ ଅନୁମତି ଦିଆଯିବ ।

Google

କଣ୍ଟେନମେଣ୍ଟ ଜୋନ ପାଇଁ ନିର୍ଦ୍ଦେଶ :

କଣ୍ଟେନମେଣ୍ଟ ଜୋନ ପାଇଁ କଡା ନିର୍ଦ୍ଦେଶନାମା ଜାରି କରାଯାଇଛି, ଏଠାରେ ୩୧ ଅଗଷ୍ଟ ପର୍ଯ୍ୟନ୍ତ କଡା ଲକ୍ଡ଼ାଉନ ବଳବତ୍ତର ରହିବ । ତଥାପି ଏହି ସମୟରେ ଜରୁରୀ ସେବାଗୁଡିକ ମଞ୍ଜୁରୀ ଦିଆଯାଇଛି । ଏହା ସହିତ ଜରୁରୀ ସେବା ଜଡିତ ଲୋକମାନଙ୍କ ଉପରେ ମଧ୍ୟ କୌଣସି ପ୍ରତିବନ୍ଧକ ରହିବ ନାହିଁ ଏବଂ ଏଥିପାଇଁ କୌଣସି ପ୍ରକାର ଇ-ଅନୁମତି ନେବାର ଆବଶ୍ୟକ ପଡିବ ନାହିଁ । ରାଜ୍ୟ ସରକାର କଣ୍ଟେନମେଣ୍ଟ ଜୋନର ନିର୍ଦ୍ଧାରଣ କରୋନାରେ ପରିସ୍ଥିତିକୁ ଦୃଷ୍ଟିରେ ରଖି କାର୍ଯ୍ୟକାରୀ କରିବେ । ଏଥି ସହ ଏହାର ସୂଚନା ୱେବସାଇଟରେ ସାର୍ବଜନୀନ ମଧ୍ୟ କରାଯିବ ।

Leave a Reply

Your email address will not be published. Required fields are marked *