ଦେଶର ସବୁଠାରୁ ଛୋଟ ଓକିଲ, ଛୋଟ ଉଚ୍ଚତାକୁ ନେଇ ଲୋକମାନେ କରୁଥିଲେ ସମାଲୋଚନା ! ଆଜି ସମାଜ ପାଇଁ ପ୍ରେରଣା ପାଲଟିଛନ୍ତି…

ଦେଶର ସବୁଠାରୁ ଛୋଟ ଓକିଲ, ଛୋଟ ଉଚ୍ଚତାକୁ ନେଇ ଲୋକମାନେ କରୁଥିଲେ ସମାଲୋଚନା ! ଆଜି ସମାଜ ପାଇଁ ପ୍ରେରଣା ପାଲଟିଛନ୍ତି…

ଯେକୌଣସି ବ୍ୟକ୍ତିର ସାମର୍ଥ୍ୟ ତାର ରୂପ, ରଙ୍ଗ, ଆକାର କିମ୍ବା ଉଚ୍ଚତାରୁ ମିଳିନଥାଏ । ଏହି କଥାର ଅସଲ ଉଦାହରଣ ପଞ୍ଜାବର ଜଳନ୍ଦରର ହରବିନ୍ଦର କୌର ଉପସ୍ଥାପନ କରିଛନ୍ତି, ଯିଏକି ନିଜର ଛୋଟ ଉଚ୍ଚତାକୁ ନିଜର ଦୁର୍ବଳତା ନୁହେଁ ବରଂ ପ୍ରେରଣା କରିଛନ୍ତି ଏବଂ ସଫଳତା ହାସଲ କରିଛନ୍ତି । ଏଭଳି ଏକ ସଫଳତା ଯାହା ଲୋକମାନେ ସ୍ଵପ୍ନ ଦେଖିଥାନ୍ତି, ରାମାମଣ୍ଡିର ଅରମାନ୍ ନଗରର ହରବିନ୍ଦର କୌର ଅର୍ଥାତ ରୁବି ଏହାକୁ ବାସ୍ତବତାରେ ପରିଣତ କରି ଦେଖାଇଛନ୍ତି ।

ନିଜର ଛୋଟ ଉଚ୍ଚତା ଯୋଗୁଁ ହରବିନ୍ଦରଙ୍କୁ ଲୋକମାନଙ୍କ ଅତ୍ୟନ୍ତ ସମାଲୋଚନାର ଶିକାର ହେବାକୁ ପଡୁଥିଲା । କହିରଖୁଛୁ ଯେ, ତାଙ୍କର ଉଚ୍ଚତା ୩ ଫୁଟ ୧୧ ଇଞ୍ଚ ଅଟେ । ହରବିନ୍ଦର କୌର କହିଥାନ୍ତି ଯେ, ଭିଡ଼ ମଧ୍ୟରେ ସେ ନିଜକୁ ସର୍ବଦା ସମସ୍ତଙ୍କ ଠାରୁ ଅଲଗା ଅନୁଭବ କରିଥାନ୍ତି । ସେ ଯେଉଁ ବାଟ ଦେଇ ଯାଇଥାନ୍ତି, ଲୋକମାନେ ତାଙ୍କ ଆଡ଼କୁ ଅନାଇ ବସିଥାନ୍ତି । ସେ ଲୋକମାନଙ୍କର ହସର ପାତ୍ର ହୋଇ ନିଜକୁ କଠୋରୀ ଭିତରେ ବନ୍ଦ ରଖିବାର ଯନ୍ତ୍ରଣା ଦେଇ ମଧ୍ୟ ଅତିକ୍ରମ କରିସାରିଛନ୍ତି ।

ହରବିନ୍ଦର କହିଛନ୍ତି ଯେ, ଏହା ଏଭଳି ଯନ୍ତ୍ରଣା ଅଟେ ଯାହାକୁ ପ୍ରକାଶ କରିବା ମଧ୍ୟ ଅସମ୍ଭବ ଅଟେ, କିନ୍ତୁ ସେ ତାଙ୍କର ଏହି ଯନ୍ତ୍ରଣାକୁ ନିଜର ପ୍ରେରଣା କରିନେଇଥିଲେ ଏବଂ ଆଜି ସେ ଦେଶର ସବୁଠାରୁ ଛୋଟ ଓକିଲ ହୋଇଯାଇଛନ୍ତି । ତାଙ୍କର ଏହି ପଦ ସେହି ସମସ୍ତ ଲୋକଙ୍କୁ ପ୍ରତ୍ୟୁତ୍ତର ଦେଇଛି, ଯେଉଁମାନେ ଏକଦା ତାଙ୍କୁ ତାଙ୍କ ଛୋଟ ଉଚ୍ଚତା ଯୋଗୁଁ ସମାଲୋଚନା କରିଥିଲେ ।

ହରବିନ୍ଦର କୌରଙ୍କର କହିବା ଅନୁଯାୟୀ, ଦେଢ଼ ମାସ ପୂର୍ବରୁ ସେ ଏଲଏଲବିର ଡିଗ୍ରୀ ହାସଲ କରିଛନ୍ତି, ପରେ ଯେତେବେଳେ ତାଙ୍କୁ ଏନରୋଲମେଣ୍ଟ ସାର୍ଟିଫିକେଟ୍ ମିଳିଥିଲା, ସେତେବେଳେ ତାଙ୍କ ପିତାମାତାଙ୍କ ଆଖି ଓଦା ହୋଇ ଯାଇଥିଲା । ଏଭଳି ଲାଗିଥିଲା କି ତାଙ୍କୁ ଯେପରି ଦୀର୍ଘ ବର୍ଷ ପରେ କୌଣସି ଖୁସି ମିଳିଛି । ନଭେମ୍ବର ୨୩ ତାରିଖ ଦିନ ହରବିନ୍ଦରଙ୍କୁ ବାର କାଉନସିଲ୍ ଅଫ୍ ପଞ୍ଜାବ ଏଣ୍ଡ ହରିୟାଣା ଦ୍ୱାରା ଲାଇସେନ୍ସ ଏବଂ ଏନରୋଲମେଣ୍ଟ ସାର୍ଟିଫିକେଟ୍ ହସ୍ତାନ୍ତର କରାଯାଇଛି ।

ହରବିନ୍ଦର ବର୍ତ୍ତମାନ କ୍ରିମିନାଲ୍ ମାମଲା ହ୍ୟାଣ୍ଡଲ୍ କରିବାକୁ ଚାହୁଁଛନ୍ତି ଏବଂ ଜୁଡିଶିଆଲ୍ ସେବାର ପ୍ରସ୍ତୁତି କରୁଛନ୍ତି । ତାଙ୍କର ଏହି ସଫଳତାରେ ତାଙ୍କ ପିତା ଶମଶେର୍ ସିଂହ କହିଛନ୍ତି, ସେ ତାଙ୍କ ଝିଅର ଏହି ସଫଳତାରେ ଗର୍ବ ଅନୁଭବ କରୁଛନ୍ତି । ତାଙ୍କୁ ବହୁତ ଖୁସି ଲାଗୁଛି ଯେ, ତାଙ୍କ ଝିଅ ତାଙ୍କର ନାମ ଉଜ୍ଜ୍ୱଳ କରିଛି ।

କହିରଖୁଛୁ ଯେ, ହରବିନ୍ଦରଙ୍କ ପିତା ଶମଶେର୍ ସିଂହ ଫିଲ୍ଲୋର ଟ୍ରାଫିକ୍ ପୋଲିସରେ ଏଏସଆଇ ଏବଂ ମାତା ସୁଖଦୀପ କୌର ଜଣେ ଗୃହିଣୀ ଅଟନ୍ତି । ହରବିନ୍ଦର୍ ତାଙ୍କର ଦ୍ଵାଦଶ ଶ୍ରେଣୀର ପାଠପଢା ପୋଲିସ୍ ଡିଏଭି ସ୍କୁଲ୍ ଜଳନ୍ଦରରୁ କରିଛନ୍ତି । ପିଲାଟି ବେଳରୁ ଏୟାରହୋଷ୍ଟେସ୍ ହେବା ପାଇଁ ଏବଂ ଆକାଶରେ ଉଡିବା ପାଇଁ ତାଙ୍କର ଅତ୍ୟନ୍ତ ଇଚ୍ଛା ଥିଲା କିନ୍ତୁ ଚତୁର୍ଥ ଶ୍ରେଣୀରୁ ତାଙ୍କର ଉଚ୍ଚତା ବଢିବା ବନ୍ଦ ହୋଇଗଲା ।

ଏହି ସମୟ ମଧ୍ୟରେ ମାତାପିତା ତାଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରିଥିଲେ । ଚିକିତ୍ସା ସମୟରେ ଜଣା ପଡିଥିଲା ଯେ, ହରମୋନର ଅଭାବ ଯୋଗୁଁ ତାଙ୍କ ହାଡ଼ର ବିକାଶ ଅଟକି ଯାଇଛି ।

ଏଭଳି ପରିସ୍ଥିତିରେ ଉଚ୍ଚତା ବଢିବାରେ ଅଟକିବା ତାଙ୍କ ପାଇଁ ସମସ୍ୟା ନିଶ୍ଚିତ ଭାବରେ ହୋଇଥିଲା କିନ୍ତୁ ସେ ତାଙ୍କର ଏହି ଶାରୀରିକ ଅଭାବକୁ କେବେ ନିଜ ଉପରେ ପ୍ରଭାବିତ ହେବାକୁ ଦେଇନଥିଲେ । ସେ ତାଙ୍କର ଏହି ଅଭାବକୁ ନିଜର ପ୍ରେରଣା କରିଥିଲେ ଏବଂ କାହା ବିଷୟରେ ଚିନ୍ତା ନ କରି ନିଜ ସ୍ଵପ୍ନର ମାର୍ଗରେ ଆଗକୁ ବଢ଼ିଥିଲେ ଏବଂ ତାକୁ ହାସଲ କରି ଦେଖାଇଥିଲେ ।

Leave a Reply

Your email address will not be published. Required fields are marked *