ବଲିଉଡ଼ର ବବଲି ଅର୍ଥାତ ରାନୀ ମୁଖାର୍ଜୀ ଏକ ଜଣାଶୁଣା ଓ ସୁନ୍ଦରୀ ଅଭିନେତ୍ରୀ ଅଟନ୍ତି ଏବଂ ରାନୀ ନିଜ ଫିଲ୍ମୀ କ୍ୟାରିୟରରେ ଅନେକଗୁଡ଼ିଏ ସୁପରହିଟ୍ ଚଳଚ୍ଚିତ୍ର କରିଛନ୍ତି ଏବଂ ଦର୍ଶକଙ୍କ ହୃଦୟରେ ରାନୀ ନିଜ ସୁନ୍ଦରତା ଶୈଳୀରୁ ରାଜ କରିଛନ୍ତି ଏବଂ ନିଜ ଅଭିନୟ କ୍ୟାରିୟରରେ ରାନୀ ଆମଦେଶ ଭାରତର ହାଇପ୍ରୋଫାଇଲ୍ ଅଭିନେତ୍ରୀ ମଧ୍ୟରୁ ଜଣେ ଅଟନ୍ତି ଏବଂ ରାନୀ ନିଜ ଅଭିନୟ କ୍ୟାରିୟର୍ ପାଇଁ ପାଖାପାଖି ୭ ଥର ଫିଲ୍ମ ଫେୟରରେ ପୁରସ୍କୃତ ହୋଇଛନ୍ତି ଏବଂ ରାନୀ ଅଭିନୟ ସଙ୍ଗେ ସଙ୍ଗେ ସମାଜ ସେବିକା ମଧ୍ୟ ଅଟନ୍ତି । ସେ ସୋସିଆଲ୍ ୱାର୍କରେ ଖୁବ୍ ଧ୍ୟାନ ଦିଅନ୍ତି ଏବଂ ସାମାଜିକ ସମସ୍ୟାରେ ସର୍ବଦା ନିଜ ମତ ରଖନ୍ତି ।
ରାନୀ ମୁଖାର୍ଜୀ ବଲିଉଡ଼ର ପାଖାପାଖି ସମସ୍ତ ସୁପରଷ୍ଟାରଙ୍କ ସହିତ କାମ କରିଛନ୍ତି ଏବଂ ସେପଟେ ତାଙ୍କ ନାମ ଚଳଚ୍ଚିତ୍ର ଜଗତର କିଛି ଅଭିନେତାଙ୍କ ସହିତ ଜଡ଼ିତ ହୋଇସାରିଛି ଯଦି ବିବାହ କଥା ଆସେ ତେବେ ରାନୀ କୌଣସି ବଲିଉଡ୍ ଅଭିନେତାଙ୍କୁ ନୁହେଁ ବରଂ ଜଣେ ନିର୍ମାତା ଆଦିତ୍ୟ ଚୋପଡ଼ାଙ୍କ ସହିତ ୨୦୧୪ରେ ବିବାହ କରିନେଲେ ଓ ଅର୍ଥାତ ନିଜଘର ବସେଇ ନେଲେ ଏବଂ ଆଜି ରାନୀଙ୍କ ଗୋଟିଏ ଝିଅ ମଧ୍ୟ ଅଛନ୍ତି ଯିଏ ଦେଖିବାକୁ ଖୁବ ସୁନ୍ଦରୀ ଏବଂ ଅଧିକାଂଶ ସମୟରେ ରାନୀ ଝିଅଙ୍କ ଫୋଟଗୁଡ଼ିକ ସୋସିଆଲ୍ ମିଡ଼ିଆରେ ଭାଇରଲ୍ ହୁଏ ।
ନିକଟରେ ରାନୀ ମୁଖାର୍ଜୀ ଏକ ଇଣ୍ଟରଭିୟୁରେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କିଛି କଥା ସେୟାର୍ କରିଥିଲେ ଏବଂ ସେ ନିଜ ସ୍ୱାମୀ ଆଦିତ୍ୟଙ୍କ ବିଷୟରେ କହିଥିଲେ ଯେ ବଲିଉଡ଼ ଇଣ୍ଡଷ୍ଟ୍ରିରେ ଆଦିତ୍ୟ ଏପରି ଏକ ବ୍ୟକ୍ତିଥିଲେ ଯିଏ ରିଅଲରେ ବ୍ୟକ୍ତିକୁ ସମ୍ମାନ ଦେବା ଭଲ ଭାବରେ ଜାଣିଥିଲେ ଏବଂ ରାନୀ କହିଥିଲେ ଯେ ଚଳଚ୍ଚିତ୍ର ଜଗତରେ କାହାକୁ ସମ୍ମାନ ଦେବା ଲୋକଙ୍କ ପାଇଁ ଖୁବ କଷ୍ଟକର ଅଟେ ଏବଂ ଏମିତିରେ ଆଦିତ୍ୟ ଚୋପଡ଼ା ସେହି ଲୋକ ମଧ୍ୟରୁ ଜଣେ ଥିଲେ ଯାହାଙ୍କୁ ମୁଁ ଖବ୍ ସମ୍ମାନ ଦେଉଥିଲି ଏବଂ ସେ ମଧ୍ୟ ଲୋକଙ୍କୁ ସମ୍ମାନ ଦେବା ଜାଣିଥିଲେ ।
ଏହି ଇଣ୍ଟରଭିୟୁରେ ରାନୀ କହିଥିଲେ ଯେ ତାଙ୍କୁ ଆଦିତ୍ୟଙ୍କ ଗୋଟିଏ କଥା ବହୁତ ଭଲ ଲାଗେ ଏବଂ ଏହା ଅଟେ ଯେ ଆଦିତ୍ୟ ପୁରାପୁରି ଭାବେ ଏକ ପାରିବାରିକ ମନୁଷ୍ୟ ଅଟନ୍ତି ଏବଂ ସେ ନିଜ ପରିବାରରୁ ଅଧିକ କାହାକୁ ମହତ୍ତ୍ୱ ଦିଅନ୍ତି ନାହିଁ ଏବଂ ଏହି କଥାଟି ରାନୀଙ୍କୁ ଆଦିତ୍ୟ ମଧ୍ୟରେ ସବୁଠାରୁ ଭଲ ଲାଗେ ଏବଂ ଏହି କାରଣରୁ ଦମ୍ପତ୍ତିଙ୍କ ମଧ୍ୟରେ ବହୁତ ଭଲ ବୁଝାମଣା ରହିଛି ଏବଂ ସମ୍ପର୍କରେ ଖୁବ୍ ଭଲପାଇବା ରହିଛି ।
ଜଣାଇଦେଉଛୁ ଯେ ରାନୀ ମୁଖାର୍ଜୀ ଓ ଆଦିତ୍ୟ ଚୋପଡ଼ାଙ୍କ ଯୋଡ଼ି ଆମ ବଲିଉଡ଼ର ସେହି ଯୋଡ଼ି ମଧ୍ୟରେ ଅଟେ ଯାହାକି ଏକାଠି ଖୁବ କମ୍ ନଜର ଆସନ୍ତି ଏବଂ ଏ ଦୁହେଁ ଏପରି ଦମ୍ପତି ଅଟନ୍ତି ଯିଏକି ଗଣମାଧ୍ୟମରେ ମଧ୍ୟ ଖୁବ୍ କମ୍ ସକ୍ରିୟ ରୁହନ୍ତି । ଜଣାଇଦେଉଛୁ ଯେ ରାନୀ ଆଦିତ୍ୟ ଚୋପଡ଼ାଙ୍କ ସହିତ ଗୋପନୀୟ ଭାବେ ୨୧ ଏପ୍ରିଲ ୨୦୧୪ କୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏବଂ ଏ ଦୁହେଁ ଇଟାଲୀର ବିବାହ କରିଥିଲେ ଯାହା ବିଷୟରେ କେହି ଜାଣିପାରିନଥିଲେ ।
ଜଣାଇଦେଉଛୁ ଯେ ଆଦିତ୍ୟ ଚୋପଡ଼ାଙ୍କ ସହିତ ରାନୀ ମୁଖାର୍ଜୀଙ୍କ ଦ୍ୱିତୀୟ ବିବାହ ଅଟେ ଏବଂ ସେ ପ୍ରଥମ ବିବାହ ପାୟଲ୍ ଖାନ୍ନାଙ୍କ ସହିତ କରିଥିଲେ କିନ୍ତୁ ରାନୀଙ୍କ ସହିତ ନିକଟତା ପାୟଲ ଓ ଆଦିତ୍ୟଙ୍କ ବୈବାହିକ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହେବାକୁ ଲାଗିଲା ଏବଂ ଏହି କାରଣରୁ ୨୦୦୯ରେ ଏହି ଦମ୍ପତି ପରସ୍ପର ଆପୋଷ ବୁଝାମଣା କରି ଅଲଗା ହୋଇଗଲେ ଏବଂ ଦୁହେଁ ପରସ୍ପରକୁ ଛାଡ଼ପତ୍ର ଦେଇଦେଲେ ।
ସେପଟେ ଆଦିତ୍ୟ ଚୋପଡ଼ାଙ୍କ ଛାଡ଼ପତ୍ର କାରଣରୁ ରାନୀଙ୍କୁ ବହୁତ ଆଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା କିନ୍ତୁ ରାନୀ ସ୍ପଷ୍ଟ କରି ଦେଇଥିଲେ ଯେ ସେ ଯେତେବେଳେ ଆଦିତ୍ୟଙ୍କ ଜୀବନରେ ଆସିଲେ ଏହା ପୂର୍ବରୁ ଆଦିତ୍ୟ ଓ ପାୟଲଙ୍କ ଛାଡ଼ପତ୍ର ହୋଇ ସାରିଥିଲା ଏବଂ ସେ ତାଙ୍କ ଛାଡ଼ପତ୍ରର କାରଣ ନଥିଲେ ଓ ଏପରି ଭାବରେ ମାମଲା ଶାନ୍ତ ହୋଇଗଲା । ସେପଟେ ୨୦୧୫ରେ ରାନୀ ନିଜ ଝିଅକୁ ଜନ୍ମ ଦେଲେ ଏବଂ ରାନୀ ନିଜ ଝିଅକୁ ଲାଇମ୍ ଲାଇଟରୁ ଖୁବ୍ ଦୂରେଇ ରଖନ୍ତି । ଜଣାଇଦେଉଛୁ ଯେ ରାନୀଙ୍କ ଝିଅ ଦେଖିବାକୁ ବହୁତ କ୍ୟୁଟ୍ ଅଟନ୍ତି ।