ପୁଅର ପାଟିରେ ମାଆ ଦେଖିଲା ଏକ ଗର୍ତ୍ତ ! ତୁରନ୍ତ ଡାକ୍ତର୍ ପାଖକୁ ଯିବାପରେ ଜଣାପଡିଲା ସତ୍ୟତା…

ପୁଅର ପାଟିରେ ମାଆ ଦେଖିଲା ଏକ ଗର୍ତ୍ତ ! ତୁରନ୍ତ ଡାକ୍ତର୍ ପାଖକୁ ଯିବାପରେ ଜଣାପଡିଲା ସତ୍ୟତା…

ଆମେ ସମସ୍ତେ ଜାଣୁ ଏହି ସମୟରେ ସମଗ୍ର ବିଶ୍ୱ ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି । ସମସ୍ତ ଲୋକ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଚିନ୍ତିତ । କରୋନା ସମୟରେ, ସମସ୍ତେ ଚାହାଁନ୍ତି ଯେ ସେମାନଙ୍କ ପରିବାର ସୁରକ୍ଷିତ ରୁହନ୍ତୁ ଏବଂ ଲୋକମାନେ ଏହି ସମୟରେ ସମସ୍ତଙ୍କ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଇଚ୍ଛା କରୁଛନ୍ତି । ଏହି ସମୟରେ, ଯଦି କାହାର କିଛି ଅସୁବିଧା ହେଉଛି ପରିବାର ସଦସ୍ୟମାନେ ବହୁତ ଚିନ୍ତାରେ ପଡିଯାଉଛନ୍ତି । ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହା ଜାଣି ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେବେ । ପ୍ରକୃତରେ, ଜଣେ ମହିଳା ନିଜ ପିଲାର ପାଟିରେ ଏକ ଛିଦ୍ର ଦେଖିଲେ । ଏଭଳି ପରିସ୍ଥିତିରେ ମାଆ ବହୁତ ବ୍ୟସ୍ତ ବିବ୍ରତ ହୋଇ ନିଜ ପିଲାକୁ ଡାକ୍ତରଙ୍କ ନିକଟକୁ ନେଇଗଲେ, କିନ୍ତୁ ସେଠାକୁ ଯିବା ପରେ ପୁରା ସତ୍ୟ ଜଣାପଡିଲା ।

କୁହାଯାଏ ଯେ ଜଣେ ମା’ ନିଜ ପିଲାକୁ କୌଣସି ଅସୁବିଧାରେ ଦେଖି ପାରିବ ନାହିଁ । ତାଙ୍କ ପିଲା ତାଙ୍କ ପାଇଁ ସବୁକିଛି । ଯଦି ପିଲାଟି ଟିକେବି ଆଘାତ ପାଏ, ତେବେ ମା’ର ହୃଦୟ ଅତ୍ୟନ୍ତ କଷ୍ଟ ପାଏ । ନିଜ ପିଲାକୁ ସୁରକ୍ଷିତ ରଖିବା ପାଇଁ ମାଆ କିଛିବି କରିପାରେ । ମା’ ନିଜ ପିଲାମାନଙ୍କର ସମ୍ପୂର୍ଣ୍ଣ ଯତ୍ନ ନିଅନ୍ତି । ଆଜି ଆମେ ଆପଣଙ୍କୁ ଯେଉଁ ବିଷୟରେ ସୂଚନା ଦେଉଛୁ, ତାହା ଇଂଲଣ୍ଡର । ଏଠାରେ ରହୁଥିବା ‘ବେକି ଷ୍ଟାଇଲ୍ସ’ଙ୍କ ପାଇଁ ଏହା ଏକ ଭୟାନକ ମୁହୂର୍ତ୍ତ ଥିଲା, ଯେତେବେଳେ ସେ ନିଜ ପିଲାର ପାଟିରେ ଏକ ଛିଦ୍ର ଦେଖିଥିଲେ ଏବଂ ସେତେବେଳେ ସେ ବହୁତ ନର୍ଭସ୍ ଥିଲେ । ବେକି ଷ୍ଟାଇଲ୍ସ ତାଙ୍କ ପିଲାକୁ ଛୁଇଁବାକୁ ଚେଷ୍ଟା କଲେ କିନ୍ତୁ ତାଙ୍କ ଶିଶୁ ଜୋରରେ କାନ୍ଦିବାକୁ ଲାଗିଲା । ତା’ପରେ ସେ ଶିଶୁର ପିତାଙ୍କୁ ଡାକିଥିଲେ । ସେହି ସମୟରେ ବେକି ଷ୍ଟାଇଲ୍ସ ବହୁତ ଭୟଭୀତ ହୋଇପଡ଼ିଥିଲେ ।

ସୂଚନାଯୋଗ୍ୟ ଯେ ୨୪ ବର୍ଷିୟ ବେକି ଷ୍ଟାଇଲ୍ସ ତାଙ୍କ ୧୦ ମାସର ପୁଅର ଡାଏପର ବଦଳାଉଥିଲେ । ଏହି ସମୟରେ ତାଙ୍କ ଆଖି ପୁଅର ପାଟିର ଉପର ଭାଗରେ ପଡିଗଲା । ସେ ଶିଶୁର ପାଟିର ଉପର ଭାଗରେ ଏକ ଛିଦ୍ର ଦେଖିଥିଲେ । ସେ ଏହା ଦେଖି ଡରରେ ଥରି ଉଠିଥିଲେ । ଯେତେବେଳେ ସେ ଏହି ଛିଦ୍ରକୁ ଛୁଇଁବାକୁ ଚେଷ୍ଟା କଲେ , ସେତେବେଳେ ତାଙ୍କ ପିଲା ଜୋରରେ କାନ୍ଦିବାକୁ ଲାଗିଲେ । ସେ ପିଲାଟିର ବାପାକୁ ଡାକିଲେ ,ଏବଂ ସେମାନେ ପିଲାଟି ପାଟିରେ ଫ୍ଲାସ ଲାଇଟ ପକାଇ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଦୁହେଁ ଭୟଭୀତ ହୋଇ ନିଜ ପିଲାଙ୍କୁ ଡାକ୍ତରଖାନା ନେଇଥିଲେ ।

ଏହି ସମୟ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ପାଇଁ ଭାବପ୍ରବଣତାରେ ପରିପୂର୍ଣ୍ଣ ଥିଲା । ଯେତେବେଳେ ସେ ସଙ୍ଗେ ସଙ୍ଗେ ନିଜ ପିଲାକୁ ନେଇ ଡାକ୍ତରଖାନାକୁ ଦୌଡ଼ିଲେ, ‘ହସ୍ପିଟାଲ୍’ର ନର୍ସ ଶିଶୁଟିର ଯାଞ୍ଚ କରିଥିଲେ, ଏବଂ ପିଲାଟି କୌଣସି ଯନ୍ତ୍ରଣା ଅନୁଭବ କରୁ ନ ଥିବାରୁ ମାମଲା ଗୁରୁତର ନଥିଲା । ନର୍ସ ଶିଶୁଟିର ପାଟି ଖୋଲିବା ମାତ୍ରେ ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ପିଲାଟିର ପାଟିରେ କୌଣସି ଛିଦ୍ର ନଥିଲା ବରଂ ‘ଗୋଲାକାର ସ୍ଲିପ୍’ର ଏକ ଷ୍ଟିକର୍ ଯାହା ଶିଶୁର ମା’କୁ ଛିଦ୍ର ପରି ଲାଗିଥିଲା ।

ଯେତେବେଳେ ନର୍ସ ଶିଶୁର ପିତାମାତାଙ୍କୁ ସତ୍ୟ ପ୍ରକାଶ କଲେ, ଜରୁରୀକାଳୀନ କୋଠରୀରେ ଉପସ୍ଥିତ ସମସ୍ତେ ହସିବାକୁ ଲାଗିଲେ । ଯାହା ହେଉ, ଏହାର କାରଣ ହାସ୍ୟାସ୍ପଦ ଥିଲା । ବେକି ଷ୍ଟାଇଲ୍ସଙ୍କୁ ସବୁଠୁ ଅଧିକ ଖୁସି ଲାଗୁଥିଲା କାରଣ ତାଙ୍କ ପିଲା ବିପଦରୁ ବାହାରେ ଥିଲା । ସୋସିଆଲ୍ ମିଡିଆରେ ଏହି ବିଷୟ ଅତି ଦ୍ରୁତ ଗତିରେ ଚର୍ଚ୍ଚା ହୋଇ ଚାଲିଛି ଏବଂ ଲୋକମାନେ ମଧ୍ୟ ଏହାକୁ ନେଇ କ୍ରମାଗତ ଭାବରେ ମନ୍ତବ୍ୟ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *