ଦୁଇଟି ଝିଅ ଏବଂ ଗୋଟିଏ ପୁତ୍ର ସନ୍ତାନର ମାଆ ପୂଜା ବେଦୀ :  ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି ! ହୋଇସାରିଲାଣି ନିର୍ବନ୍ଧ…

ଦୁଇଟି ଝିଅ ଏବଂ ଗୋଟିଏ ପୁତ୍ର ସନ୍ତାନର ମାଆ ପୂଜା ବେଦୀ : ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି ! ହୋଇସାରିଲାଣି ନିର୍ବନ୍ଧ…

ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରେମ, ବିବାହ ଏବଂ ଛାଡପତ୍ରର ଖବର ଏକ ସାଧାରଣ କଥା । ଆମ ବଲିଉଡରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ବିବାହ ସଫଳ ହୋଇପାରିନାହିଁ ଏବଂ ବିବାହର କିଛି ବର୍ଷ ପରେ ଏହି ଅଭିନେତ୍ରୀମାନେ ନିଜ ସ୍ୱାମୀଙ୍କ ଠାରୁ ଛାଡପତ୍ର ନେଇ ଅଲଗା ହୋଇଯାଇଛନ୍ତି । ବର୍ତ୍ତମାନ ଅନେକ ଅଭିନେତ୍ରୀ ଏପରି ଅଛନ୍ତି ଯେଉଁମାନେ ସିଙ୍ଗଲ୍ ମଦର୍ ହୋଇ ନିଜ ପିଲାମାନଙ୍କର ଅତି ସୁନ୍ଦର ଭାବେ ଲାଳନ ପାଳନ କରୁଛନ୍ତି ।

ଏହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପୂଜା ବେଦୀ ଯିଏକି ନିଜର ବୋଲ୍ଡନେସ୍ ଏବଂ ବେବାକ୍ ଅନ୍ଦାଜ୍ ପାଇଁ ଜଣାଶୁଣା । ବର୍ତ୍ତମାନ ପୂଜାଙ୍କୁ ୫୧ ବର୍ଷ ବୟସ କିନ୍ତୁ ପୂଜା ବେଦୀଙ୍କୁ ଦେଖିଲେ କେହି ତାଙ୍କ ବୟସର ଅନ୍ଦାଜା କରିପାରିବେ ନାହିଁ । ବର୍ତ୍ତମାନ ବୟସରେ ମଧ୍ୟ ତାଙ୍କ ସୌନ୍ଦର୍ଯ୍ୟ ଏବଂ ହଟନେସ୍ ସେହିଭଳି ରହିଛି ।

ପୂଜା ବେଦୀ ନିଜର ବୋଲ୍ଡ ଲୁକ ଏବଂ ବେବାକ ଅନ୍ଦାଜ଼ ଯୋଗୁ ଅନେକ ସମୟରେ ହେଡଲାଇନରେ ରହିଥାନ୍ତି । ତାଙ୍କର ସୋସିଆଲ ମିଡିଆରେ ବହୁତ ଫ୍ୟାନ ଫଲୋଅର ଅଛନ୍ତି ଏବଂ ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଟନ୍ତି । ପ୍ରତିଦିନ ସେ ନିଜର ସୁନ୍ଦର ସୁନ୍ଦର ଫାଟୋ ସବୁ ଫ୍ୟାନମାନଙ୍କ ସହିତ ସେୟାର କରିଥାନ୍ତି ।

ପୂଜା ବେଦୀ ବଲିଉଡର ଭେଟେରାନ୍ ଅଭିନେତା କବୀର୍ ବେଦୀଙ୍କ ଝିଅ । ସେ ୧୯୫୦ ମସିହା ମେ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ପୂଜା ବେଦୀ ଫିଲ୍ମ ‘ବିଷକନ୍ୟା’ରୁ ବଲିଉଡରେ ଡେବ୍ୟୁ କରିଥିଲେ ଏବଂ ତାଙ୍କର ସୌନ୍ଦର୍ଯ୍ୟ, ଅଭିନୟ ତଥା ହଟନେସ୍ ତାଙ୍କୁ ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ୧୯୯୨ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଜୋ ଜୀତା ୱହି ସିକନ୍ଦର୍’ରେ ପୂଜା ବେଦୀଙ୍କୁ ‘ଆମୀର୍ ଖାନ୍’ଙ୍କ ନାୟିକା ଭାବେ ଦେଖିବାକୁ ମିଳିଥିଲା ​​ଏବଂ ଏହି ଚଳଚ୍ଚିତ୍ର ପୂଜାଙ୍କୁ ବହୁତ ଲୋକପ୍ରିୟତା ଦେଇଥିଲା ।

ପୂଜାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ସେ ୧୯୯୪ ମସିହା ମେ ୬ ତାରିଖରେ ବିବାହ କରିଥିଲେ । ବିବାହ ପରେ ପୂଜା ଦୁଇଟି ସନ୍ତାନର ମାତା ହୋଇଥିଲେ ଜଣେ ହେଉଛନ୍ତି ତାଙ୍କ ଝିଅ ଅଲାୟା ଫର୍ନିଚର୍ୱାଲା ଯିଏକି ବଲିଉଡରେ ବର୍ତ୍ତମାନ ନିଜ କ୍ୟାରିଅର୍ ଗଢିବାରେ ବ୍ୟସ୍ତ ଏବଂ ପୁଅ ଓମାର୍ ଫର୍ଣ୍ଣିଚରୱାଲା ଯିଏକି ବର୍ତ୍ତମାନ ନିଜ ପଢାପଢିରେ ବ୍ୟସ୍ତ । ୨୦୦୩ ମସିହାରେ ପୂଜା ଏବଂ ତାଙ୍କ ସ୍ୱାମୀଙ୍କର ଛାଡପତ୍ର ହୋଇଯାଇଥିଲା, ଯାହା ପରେ ପୂଜା ଏକାକୀ ନିଜର ଦୁଇ ସନ୍ତାନଙ୍କର ଲାଳନ ପାଳନ କରୁଛନ୍ତି ।

ପୂଜା ବେଦୀ ନିଜର ବିବାଦୀୟ ମନ୍ତବ୍ୟ ଯୋଗୁ ଅନେକ ସମୟରେ ହେଡଲାଇନରେ ରହିଥାନ୍ତି କିନ୍ତୁ ଆଜିକାଲି ପୂଜା ବେଦୀ ତାଙ୍କ ପ୍ରେମ ଜୀବନ ପାଇଁ ହେଡଲାଇନରେ ଅଛନ୍ତି । ବର୍ତ୍ତମାନ ପୂଜା ବେଦୀ ବ୍ୟବସାୟୀ ମାନେକ୍ କଣ୍ଟ୍ରାକ୍ଟରଙ୍କୁ ଡେଟ୍ କରୁଛନ୍ତି । ଦୁହେଁ ଦୀର୍ଘ ଦିନ ହେବ ‘ରିଲେସନଶିପ୍’ରେ ଅଛନ୍ତି ଏବଂ ନିକଟରେ ଦୁହିଙ୍କ ନିର୍ବନ୍ଧ ହୋଇଛି । ଉଭୟଙ୍କ ବିବାହ ଆଗାମୀ କିଛି ଦିନରେ ହେବାକୁ ଯାଉଛି ।

ପୂଜା ବେଦୀ ମାନେକଙ୍କ ସହ ନିଜ ସମ୍ପର୍କକୁ ନେଇ କହିଛନ୍ତି ଯେ ଯେ ତାଙ୍କ ଝିଅ ଅଲାୟା ତାଙ୍କୁ ଏହି ସମ୍ପର୍କ ପାଇଁ ପ୍ରୋତ୍ସାହିତ କରିଥିଲେ । ଅଲାୟା କହିଥିଲେ ଯେ ମାଆ ତୁମକୁ ମଧ୍ୟ ଏକ ଜୀବନସାଥୀ ଦରକାର ଯାହାଙ୍କ ସହ ତୁମେ ଜୀବନ ବିତାଇପାରିବ । ଆମ ପିତା ମଧ୍ୟ ଅନ୍ୟଜଣଙ୍କୁ ବିବାହ କରିଛନ୍ତି । ବର୍ତ୍ତମାନ ତାଙ୍କ ଜୀବନ ଠିକ୍ ରାସ୍ତାରେ ଚାଲୁଛି ତେଣୁ ତୁମେ ମଧ୍ୟ ବିବାହ କରିନେବା ଉଚିତ୍ ।

Leave a Reply

Your email address will not be published. Required fields are marked *