ପୁଅ ସହିତ ବିବାହର ୨୨ ମାସ ପରେ ମଧ୍ୟ ଶାରିରୀକ ସମ୍ବନ୍ଧ ନରଖିବା ହେତୁ ଶାଶୁ ବୋହୁଙ୍କ ବିରୁଦ୍ଧରେ ଏଫଆଈଆର ଦାଖଲ କରିଥିଲେ ସ୍ୱାମୀ ! କହିଲେ ମୋ ସହିତ…

ପୁଅ ସହିତ ବିବାହର ୨୨ ମାସ ପରେ ମଧ୍ୟ ଶାରିରୀକ ସମ୍ବନ୍ଧ ନରଖିବା ହେତୁ ଶାଶୁ ବୋହୁଙ୍କ ବିରୁଦ୍ଧରେ ଏଫଆଈଆର ଦାଖଲ କରିଥିଲେ ସ୍ୱାମୀ ! କହିଲେ ମୋ ସହିତ…

ବିବାହ ପରେ ଜୀବନରେ ଅନେକ ପ୍ରକାର ସମସ୍ୟା ଆସିଥାଏ, କିନ୍ତୁ ସ୍ୱାମୀ-ସ୍ତ୍ରୀ ଏକତ୍ର ସେହି ସମସ୍ତ ସମସ୍ୟା ଗୁଡିକୁ ମିଳିତ ଭାବେ ସାମ୍ନା କରିଥାନ୍ତି । ଏହିପରି ଭାବେ ବିବାହିତ ଜୀବନ ସୁଚାର ରୂପେ ଅତିବାହିତ ହୋଇଥାଏ । ଯେତେବେଳେ ଏହି ଦୁଇ ଜଣଙ୍କ ମଧ୍ୟରୁ କେହି ଜଣଙ୍କୁ କୌଣସି ପ୍ରକାରର ସମସ୍ୟା ହୁଏ ତେବେ ସାମ୍ନା ବ୍ୟକ୍ତିଙ୍କ ପାଇଁ ମଧ୍ୟ ସମସ୍ୟା ବଢ଼ିଯାଇଥାଏ । ନିକଟ ଅତୀତରେ ଗୁଜୁରାଟର ଅହମ୍ମଦାବାଦରେ ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କ ଠାରୁ ଅସୁବିଧାର ସମ୍ମୁଖୀନ ହୋଇ ଆତ୍ମହତ୍ୟା କରିଦେଲେ । ବର୍ତ୍ତମାନ ଶାଶୁ ବୋହୂଙ୍କ ବିରୋଧରେ ଏଫଆଈଆର ଦାଖଲ କରିଛନ୍ତି । କହିରଖୁଛୁ କି ସ୍ୱାମୀ-ସ୍ତ୍ରୀଙ୍କ ବିବାହକୁ ୨୨ ମାସ ହୋଇଥିଲା ।

ସମ୍ବନ୍ଧ ନରଖିବା ହେତୁ ସ୍ୱାମୀ ଫାଶୀ ଲଗାଇଦେଇଥିଲେ

newstrend

କହିରଖୁଛୁ କି ଅହମ୍ମଦାବାଦର ମଣିନଗରରେ ରହୁଥିବା ୩୨ ବର୍ଷୀୟ ଗୀତା ପରମାରଙ୍କ ବିବାହ ୨୨ ମାସ ପୂର୍ବରୁ ସୁରେନ୍ଦ୍ର ସିଂହଙ୍କ ସହିତ ହୋଇଥିଲା । ସୁରେନ୍ଦ୍ରଙ୍କ ମାଁ ମୁଲି ପରମାନଙ୍କ ଅଭିଯୋଗ ଏହା ଯେ ବିବାହର ୨୨ ମାସ ପରେ ମଧ୍ୟ ଗୀତା ଏବଂ ସୁରେନ୍ଦ୍ରଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ହୋଇପାରି ନଥିଲା । ଏହି କଥାକୁ ନେଇ ସୁରେନ୍ଦ୍ର ସିଂହ ବହୁତ ଚାପ ଗ୍ରସ୍ତରେ ଥିଲେ । ଏହି କାରଣ ହେତୁ ସେ ଆତ୍ମହତ୍ୟା ପରି ପଦକ୍ଷେପ ଉଠାଇ ନେଇଥିଲେ । ଶାଶୁ ଏହା ପର ଠାରୁ ତାଙ୍କ ବୋହୂଙ୍କ ଉପରେ ତାଙ୍କ ପୁଅକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିବାର ଅଭିଯୋଗ କରି ଏଫଆଈଆର ଦାଖଲ କରିଛନ୍ତି ।

newstrend

ଶାଶୁ ଏଫଆଈଆରରେ କହିଛନ୍ତି କି ଯେତେବେଳେ ସେ ଘରକୁ ଯାଇଥିଲେ, ସେତେବେଳେ ସେ ତାଙ୍କ ପୁଅ ଏବଂ ବୋହୂଙ୍କୁ ଅଲଗା ଅଲଗା ଶୋଇଥିବାର ଦେଖିଥିଲେ । ଶାଶୁ ମୁଲି ପରମାର ଯେତେବେଳେ ପୁଅକୁ ଏହି ବିଷୟରେ ପଚାରିଥିଲେ ସେତେବେଳେ ତାଙ୍କ ପୁଅ କହିଥିଲେକି ବିବାହର ୨୨ ମାସ ପରେ ମଧ୍ୟ ଗୀତା ତାଙ୍କ ସହିତ ସମ୍ବନ୍ଧ ରଖି ନାହାଁନ୍ତି । ପୁଅ ଏହା ମଧ୍ୟ କହିଥିଲେ କି ତାଙ୍କ ପତ୍ନୀ ଗୀତା ଏହା ଶପଥ ନେଇଥିଲେ କି ସେ କେବେ ମଧ୍ୟ ତାଙ୍କ ସ୍ୱାମୀଙ୍କ ସହିତ ଶୋଇବେ ନାହିଁ ।

ଶାଶୁ ଏଫଆଈଆର ଦାଖଲ କରିଛନ୍ତି

newstrend

ଶାଶୁ ମୁଲି କହିଛନ୍ତି କି, ସୁରେନ୍ଦ୍ର ସିଂହ ଜଣେ ରେଳବାଇ କର୍ମଚାରୀ ଥିଲେ । ସେ ୨୦୧୮ ମସିହା ଅକ୍ଟୋବର ମାସରେ ଗୀତାଙ୍କୁ ବିବାହ କରିଥିଲେ । ଏହା ପୂର୍ବରୁ ତାଙ୍କର ପ୍ରଥମ ପତ୍ନୀଙ୍କ ଠାରୁ ୨୦୧୬ ମସିହାରେ ଛାଡପତ୍ର ହୋଇଯାଇଥିଲା । ଏହା ବ୍ୟତୀତ ଗୀତା ମଧ୍ୟ ବିବାହ ପୂର୍ବରୁ ଦୁଇଟି ଛାଡପତ୍ର ଦେଇ ସାରିଥିଲେ । ବିବାହର ୨୨ ମାସ ପରେ ମଧ୍ୟ ଶାରୀରିକ ସମ୍ବନ୍ଧ ନରଖିବା ହ୍ୱତୁ ସୁରେନ୍ଦ୍ର ସିଂହ ଚାପ ଗ୍ରସ୍ତରେ ଥିଲେ । ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ବହୁତ ଝଗଡା ହେବାକୁ ଲାଗିଥିଲା । ଏହା ପରେ ଗୀତା ଘର ଛାଡ଼ି ତାଙ୍କ ପିତାମାତାଙ୍କ ଘରକୁ ଚାଲିଯାଇଥିଲେ । ଜୁଲାଇ ୨୭ ତାରିଖରେ ଯେତେବେଳେ ପରିବାରର ସଦସ୍ୟ ମାନେ ଗୋଟିଏ ଅନ୍ତିମ ସଂସ୍କାର କରିବାକୁ ଯାଇଥିଲେ, ସେତେବେଳେ ଘରେ ଏକୂଟିଆ ଥିବା ସୁରେନ୍ଦ୍ର ପଙ୍ଖାରେ ଓହଳି ଆତ୍ମହତ୍ୟା କରିଦେଇଥିଲେ । ତଥାପି ଏହି କଥାର ଖୁଲାସା ହୋଇନଥିଲା କି ଗୀତା ଏବଂ ସୁରେନ୍ଦ୍ରଙ୍କ ମଧ୍ୟରେ ସମ୍ପର୍କ କାହିଁକି ଉତ୍ତମ ନଥିଲା ।

newstrend

ପତ୍ନୀଙ୍କ ସହିତ ଅସନ୍ତୋଷ ଚାଲିଥିବା ହେତୁ ଏହିପରି ଏକ ପଦକ୍ଷେପ ନେବା ବହୁତ ଭୁଲ ନିଷ୍ପତ୍ତି ଅଟେ । ଅନେକ ସମୟରେ ଛୋଟ ଛୋଟ କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଫାଟ ଆସିଯାଇଥାଏ ଏବଂ ଦୁହିଁଙ୍କ ମଧ୍ୟରୁ କେହି ଜଣଙ୍କୁ ଏହିପରି ପଦକ୍ଷେପ ଉଠାଇବାକୁ ପଡିଯାଇଥାଏ । ବିବାହ ମଧ୍ୟରେ ଏହିପରି ପରିସ୍ଥିତି ନଆସୁ ଏଥିପାଇଁ ଆପଣ କିଛି କଥା ପ୍ରତି ଧ୍ୟାନ ଦିଅନ୍ତୁ ।

ଯୋଗାଯୋଗରେ ଦୂରତା ଆସିବାକୁ ଦିଅନ୍ତୁ ନାହିଁ

newstrend

ପ୍ରାୟତଃ କଥା ଗୁଡିକ ସେତେବେଳେ ବିଗିଡ଼ି ଯାଇଥାଏ ଯେତେବେଳେ କଥାବାର୍ତ୍ତା ହେବା ବନ୍ଦ ହୋଇଯାଇଥାଏ । ଏହିପରି ପରିସ୍ଥିତିରେ ସ୍ୱାମୀ-ସ୍ତ୍ରୀଙ୍କୁ ସର୍ଵଦା କଥାବାର୍ତ୍ତା କରିବା ଉଚିତ । ଯଦି ଆପଣ ତାଙ୍କର କୌଣସି କଥାକୁ ନେଇ ରାଗିଛନ୍ତି କିମ୍ବା ତାଙ୍କର କୌଣସି କଥାକୁ ବୁଝିପାରୁ ନାହାଁନ୍ତି ତେବେ ତାଙ୍କ ସହିତ ଏହି ବିଷୟରେ କଥାବାର୍ତ୍ତା କରନ୍ତୁ । ଏହା ସହିତ ହିଁ ଯଦି ଆପଣ କିଛି କଥାକୁ ନେଇ ଚିନ୍ତିତ ତେବେ କଥାବାର୍ତ୍ତା ଜରୁରୀ କରନ୍ତୁ । କଥାବାର୍ତ୍ତା ବନ୍ଦ କରିବା ଭୟଙ୍କର ସାବ୍ୟସ୍ତ ହୋଇଥାଏ ।

କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ

newstrend

ପ୍ରାୟତଃ ଆମେ କ୍ରୋଧରେ ଏହିପରି କିଛି କଥା କହି ଦେଇଥାଉ ଯାହା ଆମେ ହୃଦୟରୁ ଚାହିଁ ନଥାଉ, ତଥାପି ସେ ସବୁ ପାଟିରେ ଆସି ଯାଇଥାଏ । ଏହିପରି ଯଦି ସାଥୀଙ୍କ ସହିତ କୌଣସି କଥାକୁ ନେଇ ଝଗଡା ହୋଇଥାଏ ନିଜର କ୍ରୋଧ ଉପରେ ଲଗାମ ରଖିବାକୁ ଶିଖନ୍ତୁ । ଭୁଲରେ ମଧ୍ୟ ଏହିପରି କିଛି କଥା କୁହନ୍ତୁ ନାହିଁ ଯାହା ଦ୍ୱାରା ଆପଣଙ୍କ ସମ୍ପର୍କ ବିଗିଡ଼ି ଯିବ। ଯଦି କୌଣସି କଥା ଉପରେ ରାଗ ଆସୁଛି ତେବେ ପ୍ରଥମେ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ ଏବଂ କ୍ରୋଧ ଥଣ୍ଡା ହେବା ପରେ ହିଁ କିଛି କଥା କୁହନ୍ତୁ ।

ବାନ୍ଧି କରି ରଖନ୍ତୁ ନାହିଁ

newstrend

ପ୍ରାୟତଃ ସ୍ୱାମୀ-ସ୍ତ୍ରୀ ପରସ୍ପର ସହିତ ସେତେବେଳେ ଦୂରେଇ ଯିବାକୁ ଚେଷ୍ଟା କରନ୍ତି ଯେତେବେଳେ ସେମାନଙ୍କ ସଂପର୍କ ଖରାପ ହେବାକୁ ଲାଗିଥାଏ । ଏହିପରି ପରିସ୍ଥିତିରେ କେବେ ମଧ୍ୟ ନିଜ ସାଥୀକୁ ବାନ୍ଧି ରଖିବାକୁ କିମ୍ବା ଜବରଦସ୍ତି କରିବାକୁ ଚେଷ୍ଟା କରନ୍ତୁ ନାହିଁ । ନିଜ ସମ୍ପର୍କକୁ ସ୍ୱାଧୀନତା ଦିଅନ୍ତୁ ଏବଂ ଧୀରେ ଧୀରେ ତାଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ । ଏହିପରି ଭାବେ ଆପଣ ଆପଣଙ୍କ ସାଥୀଙ୍କ ଭରଷାକୁ ଜିଣି ପାରିବେ ଏବଂ ସେ ନିଜକୁ ଆପଣଙ୍କ ସାମ୍ନାରେ ସୁରକ୍ଷିତ ବୋଲି ଅନୁଭବ କରିବେ ।

Leave a Reply

Your email address will not be published. Required fields are marked *