ମୋଦୀ ସରକାର କରିଛନ୍ତି ବଡ ନିଷ୍ପତ୍ତିର ଘୋଷଣା ! ବର୍ତ୍ତମାନ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ମିଳିବ ମାଗଣା LPG ସିଲିଣ୍ଡର ।

ମୋଦୀ ସରକାର କରିଛନ୍ତି ବଡ ନିଷ୍ପତ୍ତିର ଘୋଷଣା ! ବର୍ତ୍ତମାନ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ମିଳିବ ମାଗଣା LPG ସିଲିଣ୍ଡର ।

ଭାରତ ସରକାର ଦେଶର ନାଗରିକ ମାନଙ୍କର ହିତ ପାଇଁ ଏକ ବଡ଼ କ୍ରାନ୍ତିକାରୀ ନିଷ୍ପତ୍ତି ନେଇଛନ୍ତି । ଯେଉଁ ନିଷ୍ପତ୍ତି ମୁତାବକ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଜନତାଙ୍କୁ ୩ଟି ମାଗଣା LPG ସିଲିଣ୍ଡର ମିଳିବ । ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ( PMUY )ର ଅନ୍ତର୍ଗତ ଏହି ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ( Pradhan Mantri Garib Kalyan Yojana ) ଅନୁସାରେ ଗରିବଙ୍କୁ ଦିଆଯାଉଥିବା ମାଗଣା ଗ୍ୟାସ୍ ସିଲିଣ୍ଡର ଯୋଜନାର ସମୟ ସୀମା ୩ ମାସ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଅର୍ଥାତ ବର୍ତ୍ତମାନ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଲୋକଙ୍କୁ ମାଗଣାରେ ସିଲିଣ୍ଡର ଉପଲବ୍ଧ ହେବ । ସରକାରଙ୍କର ଏହି ନିଷ୍ପତ୍ତି କୋରୋନା କାଳରେ ଗରିଙ୍କୁ ଖୁବ୍ ସାହାଯ୍ୟ କରୁଛି ।

ସରକାରୀ ଭଣ୍ଡାର ଉପରେ ଆସିବ ୧୩ ହଜାର କୋଟି ଟଙ୍କାର ବୋଝ :-

google

ଏମିତିରେ ସରକାରଙ୍କର ଏହି ନିଷ୍ପତ୍ତି ପରେ କେନ୍ଦ୍ରକୁ ୧୩,୦୦୦ କୋଟି ଟଙ୍କାର ବୋଝ ଉଠାଇବାକୁ ପଡ଼ିବ । ମୋଦୀ ସରକାରଙ୍କର ଏହି ବଡ଼ ନିଷ୍ପତ୍ତି ବିଷୟରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେ଼କର ଦେଇଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ, ମୋଦି କ୍ୟାବିନେଟ୍ ଉଜ୍ଜ୍ଵଳା ଯୋଜନାର ଲାଭ ପାଇବା ପାଇଁ ଲୋକଙ୍କ ପାଇଁ ମାଗଣା LPG ସିଲିଣ୍ଡର ଯୋଜନା ବିସ୍ତାର କରିଛନ୍ତି । ଏଥିପାଇଁ ବର୍ତ୍ତମାନ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଲୋକଙ୍କୁ ପୂର୍ବ ଭଳି ମାଗଣା ସିଲିଣ୍ଡର ଉପଲବ୍ଧ ହେବ ।

କେନ୍ଦ୍ରୀୟ ମନ୍ତ୍ରୀ ଏହାର ସୂଚନା ଦେଇ କହିଛନ୍ତି ଯେ ଉଜ୍ଜ୍ଵଳା ଯୋଜନାର ଯେଉଁ ଲଭାର୍ଥୀ ଜୁନ୍ ମାସ ପର୍ଯ୍ୟନ୍ତ ନିଜର ୩ଟି ସିଲିଣ୍ଡର ନେଇ ନାହାନ୍ତି ସେମାନେ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ୩ଟି ସିଲିଣ୍ଡର ପାଇପାରିବେ । ମୋଦୀ ସରକାରଙ୍କର ଏହି ନିଷ୍ପତ୍ତି ସିଧା ୭.୪ କୋଟି ମହିଳାଙ୍କୁ ଲାଭ ହେବ । ଏହା ସହିତ ହିଁ ଲୋକଙ୍କୁ ଆର୍ଥିକ ଦୃଢ଼ତା ମଧ୍ୟ ମିଳିଯିବ ।

କୋରୋନା ସଙ୍କଟରେ ଗରିବଙ୍କୁ ଆଶ୍ୱାସନା :-

google

ସରକାରଙ୍କ ଏହି ନିଷ୍ପତ୍ତି ଗରିବ ଲୋକଙ୍କ ପାଇଁ ପ୍ରକୃତରେ ଏକ ସନ୍ତୋଷ ଜନକ ଖବର ଅଟେ କାରଣ କରୋନା ସଙ୍କଟର ସମୟ ଅନେକ ଲୋକଙ୍କୁ ଆର୍ଥିକ ରୂପରେ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି । ଏହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଅନ୍ତର୍ଦ୍ୱୟ ଯୋଜନା ( PMAY )ର ଲାଭ ଉଠାଉଥିବା ଲୋକଙ୍କ ପାଇଁ ସରକାର ଅପ୍ରେଲରେ ନିଜର ଗରିବ କଲ୍ୟାଣ ପ୍ୟାକେଜର ଅନ୍ତର୍ଗତ ୩ ମାସ ପାଇଁ ମାଗଣା ସିଲିଣ୍ଡର ଦେବାର ଘୋଷଣା କରିଥିଲେ ଏବଂ ବର୍ତ୍ତମାନ ପୁଣିଥରେ ସରକାର ଏହି ନିଷ୍ପତ୍ତିର ବିସ୍ତାର କରିଛନ୍ତି । ସରକାର ୨୦୧୬ରେ ଉଜ୍ଜ୍ଵଳା ଯୋଜନା କାର୍ଯ୍ୟକାରୀ କରିଥିଲେ ।

Leave a Reply

Your email address will not be published. Required fields are marked *