ଏବେ ଶତୃଙ୍କ ମନରେ ଭୟ, ଭାରତକୁ ଆସୁଛି ଶକ୍ତିଶାଳୀ ରାଫେଲ୍ !

ଏବେ ଶତୃଙ୍କ ମନରେ ଭୟ, ଭାରତକୁ ଆସୁଛି ଶକ୍ତିଶାଳୀ ରାଫେଲ୍ !

ଶତ୍ରୁ ହୋଇଯାଅ ସାବଧାନ । ଏବେ ଖୁବ୍ ଶୀଘ୍ର ଭାରତକୁ ଆସିବ ରାଫେଲ୍ । ଜୁଲାଇ ସୁଧା ୪ରୁ ୬ଟି ରାଫେଲ୍ ଯୋଗାଇବ ଫ୍ରାନ୍ସ । ୨୦୧୬ରେ ୩୬ଟି ରାଫେଲ୍ ପାଇଁ ୬୦ ହଜାର କୋଟି ଟଙ୍କାର ଚୁକ୍ତି ହୋଇଛି । ବର୍ତ୍ତମାନ ଏହି ଖବର ଆସି ପହଞ୍ଚୁଛି ଯେ, ଜୁଲାଇ ମାସ ସୁଧା ୬ଟି ରାଫେଲ୍ ଯୋଗାଇବ ଫ୍ରାନ୍ସ । ତେବେ ଚାଲନ୍ତୁ ଆଜି ଆମେ ଏହାକୁ ନେଇ ଜାଣିବା ସମ୍ପୂର୍ଣ୍ଣ ଖବର ।

Google

ଲଦ୍ଦାକ୍ ରେ ଭାରତ ଓ ଚୀନ ସହିତ ଚାଲିଥିବା ବିବାଦ ମଧ୍ୟରେ ଆସିଲା ଏକ ଖୁସି ଖବର । ଖୁବ୍ ଶୀଘ୍ର ଭାରତକୁ ମିଳିବ ରାଫେଲ୍ ଯୁଦ୍ଧ ବିମାନ । ଜୁଲାଇ ମାସ ସୁଧା ୪ ରୁ ୬ଟି ରାଫେଲ୍ ବିମାନ ଭାରତକୁ ମିଳିବ । ଏହି ଯୁଦ୍ଧ ବିମାନକୁ ଶୀଘ୍ର ଭାରତକୁ ଯୋଗାଇବାକୁ କହିଥିଲେ । ମେ’ ମାସରେ ରାଫେଲ୍ ବିମାନ ମିଳିବାର ଥିଲା କିନ୍ତୁ ସାରା ବିଶ୍ୱରେ କରୋନା ସଂକ୍ରମଣ ପାଇଁ ଏଥିରେ ବିଳମ୍ବ ହେଉଥିବା କୁହାଯାଉଛି । ତେବେ ଗତ ବର୍ଷ ଅକ୍ଟୋବର ମାସରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଫ୍ରାନ୍ସ ଗସ୍ତ କରି ପ୍ରଥମ ରାଫେଲ୍ ଗ୍ରହଣ କରିଥିଲେ । ଏହାପରେ ଶିଘ୍ରରୁ ଅତି ଶୀଘ୍ର ଭାରତକୁ ରାଫେଲ୍ ଯୋଗାଇ ଦେବେ ବୋଲି କହିଥିଲା ଫ୍ରାନ୍ସ । ସୂଚନା ଅନୁସାରେ ପାଇଲଟ୍ ମାନେ ଏହି ବିମାନରେ ଆସି ଭାରତକୁ ପହଞ୍ଚିବେ । ବାୟୁସେନାର ଏହି ପାଇଲଟ୍ ମାନେ ଏଥିପାଇଁ ଫ୍ରାନ୍ସରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଇଛନ୍ତି ।

ରାଫେଲର ବିଶେଷତ୍ୱ –

Google

ଆକାଶ ମାର୍ଗରୁ ହିଁ ଏହି ବିମାନ ଦ୍ଵାରା ଶତୃମାନଙ୍କୁ ଟାର୍ଗେଟ କରିପାରିବ । ଆକାଶ ମାର୍ଗରେ ରହି ଭୂପୃଷ୍ଠରେ ଥିବା ଟାର୍ଗେଟକୁ ଲକ୍ଷ୍ୟଭେଦ କରିପାରିବ । ଆକାଶ ମାର୍ଗରୁ ପରମାଣୁ ଯୁଦ୍ଧାସ୍ତ୍ର ନିକ୍ଷେପ କରିବାକୁ ସମର୍ଥ ହେବ । ଶତ୍ରୁ ବିମାନକୁ ଲୋକେଟ୍ କରିବ ଓ ରାଡ଼ାରକୁ ଅନ୍ କରିଦେବ ।

Google

ଏହି ବିମାନ ଆକ୍ରମଣ କରି ଫେରି ପୁନଶ୍ଚ ଫେରି ଆସିବାର ସ୍ୱତନ୍ତ୍ରର ବ୍ୟବସ୍ଥା ରହିଛି । ଅଳ୍ପ ଉଚ୍ଚରେ ରହି ଅଥବା ଉଚ୍ଚରେ ଥାଇ ଯୁଦ୍ଧ କରିବାକୁ ସମର୍ଥ ମଧ୍ୟ ଏହି ବିମାନ । ଲକ୍ଷ ବିଧି କ୍ଷମତା ରହିଛି ୩୭୦୦ କିଲୋମିଟର, ଘଣ୍ଟାପ୍ରତି ବେଗ ୧୯୧୨ କିଲୋମିଟର । ୧୯୮୬ରେ ପ୍ରଥମ ରାଫେଲ୍ ନିର୍ମାଣ ହୋଇଥିଲା । ୨୪.୫ ଟନରେ ଉଡ଼ିପାରିବ ଏହି ବିମାନ । ବର୍ତ୍ତମାନ ସମୟରେ ଚୀନ ଓ ଭାରତର ବିବାଦ ଲାଗିରହିଛି, ତେଣୁ ଭାରତକୁ ଏହି ବିମାନ ବହୁତ ଆବଶ୍ୟକ ଅଟେ ।

Leave a Reply

Your email address will not be published. Required fields are marked *