ଏହି ବ୍ୟକ୍ତି ରାମାୟଣ ଧାରାବାହିକରେ ରାମଙ୍କ ଭାଇ ଭରତ ଭୂମିକରେ ଅଭିନୟ କରିଥିଲେ ! ଜାଣନ୍ତୁ ତାଙ୍କର…

ଏହି ବ୍ୟକ୍ତି ରାମାୟଣ ଧାରାବାହିକରେ ରାମଙ୍କ ଭାଇ ଭରତ ଭୂମିକରେ ଅଭିନୟ କରିଥିଲେ ! ଜାଣନ୍ତୁ ତାଙ୍କର…

ରାମାୟଣ ସିରିୟାଲ୍ କାହାକୁ ବା ନ ପସନ୍ଦ । ରାମାୟଣ ହିନ୍ଦୁ ଧର୍ମର ଏକ ଅମୂଲ୍ୟ ଗ୍ରନ୍ଥ ଅଟେ ଏବଂ ଏହାକୁ ପଢିବା ପାଇଁ ଅନେକ ଲୋକ ପସନ୍ଦ କରିଥାନ୍ତି । ଏହି ଗ୍ରନ୍ଥରେ ଭଗବାନ ରାମଙ୍କ ଶାସନ ବିଷୟରେ ବର୍ଣ୍ଣନା କରାଯାଇଛି । ଏହା ଏକ ଲୋକପ୍ରିୟ ଗ୍ରନ୍ଥ ଅଟେ ଏଥିରେ ଥିବା ସମସ୍ତ ଚରିତ୍ର ସମସ୍ତଙ୍କୁ ବହୁତ ପସନ୍ଦ ଲାଗିଥାଏ ।ରାମାୟଣ ଏତେ ଲୋକପ୍ରିୟ ଥିଲା ଯେ ଏଥିପାଇଁ ଟିଭିରେ ରାମାୟଣ ଉପରେ ଧାରାବାହିକ ମଧ୍ୟ କରାଯାଇଥିଲା । ତାହା ମଧ୍ୟ ଲୋକମାନଙ୍କୁ ବହୁତ ପସନ୍ଦ ଆସିଥିଲା । ଏବେ ମଧ୍ୟ ସବୁ ବ୍ୟକ୍ତି ଚାହିଁଥାନ୍ତି ଯେ ନିଜ ରାଜ୍ୟ ରାମ ରାଜ୍ୟରେ ପରିଣତ ହେଇଯାଉ ବୋଲି ।

ଏପରି ଏକ ସମୟ ଥିଲା ଯେବେ ରାମାୟଣ ଧାରାବାହିକ ଦେଖିବା ପାଇଁ ଲୋକ ବହୁତ ମାତ୍ରାରେ ଉତ୍ସାହିତ ରହୁଥିଲେ । କେବଳ ଏତିକି ନୁହେଁ ଏହି ଧାରାବାହିକ ଦେଖିବା ପାଇଁ ଲୋକମାନେ ନିଜର କାମ ଧନ୍ଦା ଛାଡି ଟିଭି ଆଗରେ ବସିଯାଉଥିଲେ ଏବଂ ବର୍ଷ ୨୦୨୦ରେ ଯେବେ କରୋନା ପାଇଁ ସମଗ୍ର ଦେଶ ଲକଡାଉନ୍ ହୋଇଥିଲା, ସେହି ସମୟରେ ମଧ୍ୟ ଏହି ଧାରାବାହିକ ଟିଭିରେ ପ୍ରସାରଣ କରାଯାଇଥିଲା ଏବଂ ଲୋକ ‘ଲକଡାଉନ୍’ର ଏହି ଦାରୁଣ ସମୟରେ ରାମାୟଣ ଦେଖି ବହୁତ ଖୁସି ହୋଇଥିଲେ । ଏହି ଧାରାବାହିକର ସବୁ କଳାକାର ସବୁ ଲୋକମାନଙ୍କ ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲେ ।

ରାମାୟଣରେ ରାମ, ସୀତା ଏବଂ ଲକ୍ଷ୍ମଣଙ୍କୁ ଦର୍ଶକ ଯେତିକି ପସନ୍ଦ କରିଥିଲେ ସେତିକି ହିଁ ଅନ୍ୟ ଚରିତ୍ରମାନଙ୍କୁ ମଧ୍ୟ କରିଥିଲେ । ଆମେ ଆପଣଙ୍କୁ ଏହି ଆର୍ଟିକିଲରେ ରାମାୟଣରେ ଥିବା ରାମଙ୍କ ଭାଇ ଭାରତଙ୍କ କ୍ୟାରେକ୍ଟର୍ ନିଭେଇଥିବା କଳାକାରଙ୍କ ବିଷୟରେ ଜଣାଇବୁ । ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ । ତେବେ ଆସନ୍ତୁ ଜାଣିବା ସେହି କଳାକାରଙ୍କ ବିଷୟରେ ।

ରାମାୟଣରେ ଭାରତଙ୍କ ରୋଲ୍ ସଞ୍ଜୟ ଯୋଗ କରିଥିଲେ । ଆମେ ଆପଣଙ୍କୁ ଜଣାଇବାକୁ ଯେ ସଞ୍ଜୟ ଯୋଗଙ୍କ ଜନ୍ମ ୨୪ ସେପ୍ଟେମ୍ବର ୧୯୫୫ରେ ମହାରାଷ୍ଟ୍ରରେ ହୋଇଥିଲା । ସଞ୍ଜୟ ଯୋଗ ୧୯୭୪ ମସିହାରେ ଏକ ମରାଠୀ ଫିଲ୍ମ ମାଧ୍ୟମରେ ନିଜର ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିଲେ । ତାଙ୍କ ଆକ୍ଟିଙ୍ଗ ଦେଖିବା ପରେ ତାଙ୍କୁ ରାମାୟଣ ଧାରାବାହିକରେ ଭାରତଙ୍କ କ୍ୟାରେକ୍ଟର୍ ମିଳିଥିଲା । ଯାହାପାଇଁ ସେ ଆଜି ମଧ୍ୟ ଜଣାଯାଆନ୍ତି । ଏହି ଭାରତଙ୍କ ରୋଲ୍ ପାଇଁ ସେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଥିଲେ ।

ସଞ୍ଜୟ ଯୋଗଙ୍କ ପତ୍ନୀଙ୍କ ନାମ ନୀତା ଯୋଗ ଯିଏ ଏକ ହାଉସ୍ ୱାଇଫ୍ ଅଟନ୍ତି । ତାଙ୍କର ଏକ ପୁଅ ମଧ୍ୟ ଅଛି ଯାହାଙ୍କ ନାମ ରଞ୍ଜିତ୍ ଯୋଗ ଅଟେ । ରଞ୍ଜିତ୍ ଏବେ ମରାଠୀ ଅଭିନେତା ଭାବରେ କାମ କରୁଛନ୍ତି । ଏକ ଦୁଃଖର କଥା ଏହାଯେ ସଞ୍ଜୟ ଯୋଗ ଏବେ ଏହି ଦୁନିଆରେ ଆଉ ନାହାନ୍ତି ।

ସେ ବର୍ଷ ୧୯୯୫ରେ ମାତ୍ର ୪୦ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ । କିନ୍ତୁ ସେ ରାମାୟଣରେ ନିଜ ରୋଲ୍ ଦ୍ୱାରା ଏବେ ସବୁ ଘରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ଏବଂ ଭାରତଙ୍କ ସହ ମଧ୍ୟ ଅନ୍ୟ ଯେତେସବୁ କଳାକାର ଥିଲେ ସେମାନେ ମଧ୍ୟ ରାମାୟଣରେ ବହୁତ ଭଲ ଅଭିନୟ କରିଥିଲେ । ସେମାନେ ମଧ୍ୟ ନିଜ ଅଭିନୟ ମଧ୍ୟମରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଛନ୍ତି ।

Leave a Reply

Your email address will not be published. Required fields are marked *