ସୁଶାନ୍ତ ସିଂହଙ୍କ ମାମଲାରେ CBI ଯାଞ୍ଚକୁ ନେଇ କ୍ରୋଧିତ ହେଲେ ମହାରାଷ୍ଟ୍ର ସରକାର ! କହିଲେ – “ବିହାର ସରକାର ଭୁଲ୍ କରୁଛି” ।

ସୁଶାନ୍ତ ସିଂହଙ୍କ ମାମଲାରେ CBI ଯାଞ୍ଚକୁ ନେଇ କ୍ରୋଧିତ ହେଲେ ମହାରାଷ୍ଟ୍ର ସରକାର ! କହିଲେ – “ବିହାର ସରକାର ଭୁଲ୍ କରୁଛି” ।

ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ହେଉଥିବା ନୂଆ ନୂଆ ଖୁଲାସା ଯୋଗୁଁ ଏହି ମାମଲା ସମାଧାନ ହେବା ବଦଳରେ ଦିନକୁ ଦିନ ଜଟିଳତା ଆଡକୁ ଗତି କରୁଛି । ସୁଶାନ୍ତଙ୍କ ମୃତ୍ୟୁ ପାଖାପାଖି ୨ ମାସ ବିତିଯାଇଛି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସୁଶାନ୍ତ ଆତ୍ମହତ୍ୟା ମାମଲାର ରହସ୍ୟ ସମାଧାନ ହୋଇନାହିଁ । ଏମିତିରେ ବର୍ତ୍ତମାନ ଏହି ମାମଲାକୁ CBIକୁ ହସ୍ତାନ୍ତର କରି ଦିଆଯାଇଛି ଏବଂ ବର୍ତ୍ତମାନ ED ମଧ୍ୟ ଏହି ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରୁଛି । ବାସ୍ତବରେ ସୁଶାନ୍ତଙ୍କ ପିତା କେ.କେ ସିଂହ ରିୟା ଚକ୍ରବର୍ତ୍ତୀ ଉପରେ ସୁଶାନ୍ତଙ୍କ ଟଙ୍କା ହେରାଫେରି ଅଭିଯୋଗ ଲଗାଇଛନ୍ତି । ବର୍ତ୍ତମାନ ଏହି ମାମଲାକୁ ନେଇ ମହାରାଷ୍ଟ୍ର ଓ ବିହାର ସରକାର ପରସ୍ପରର ମୁହାଁମୁହିଁ ହେବାର ନଜର ଆସୁଛନ୍ତି । ଆସନ୍ତୁ ଜାଣିବା, କଣ ଅଟେ ସମ୍ପୂର୍ଣ୍ଣ ମାମଲା…

Google

ଆପଣ ସମସ୍ତେ ଜାଣିଛନ୍ତି, ବିହାର ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ସୁଶାନ୍ତ ଆତ୍ମହତ୍ୟା ମାମଲାକୁ CBIକୁ ହସ୍ତାନ୍ତର କରିଦେଇଛି । ଏପରି ସ୍ଥଳରେ ବର୍ତ୍ତମାନ ମହାରାଷ୍ଟ୍ର ସରକାର ଚିନ୍ତିତ ଓ କ୍ରୋଧିତ ନଜର ଆସୁଛନ୍ତି । ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟରେ ପତ୍ର ଦାଖଲ କରିଛି ଏବଂ ନିଜର ଏହି ବନ୍ଦ ସିଲ୍ ଲଫାପାରେ ସରକାର ତଦନ୍ତର ଅଗ୍ରଗତି ରିପୋର୍ଟ ଦାଖଲ କରିଛନ୍ତି । ଏହା ସହିତ ଉଦ୍ଧବ ଠାକରେ ସରକାର CBI ଯାଞ୍ଚର ବିରୋଧ କରିଛନ୍ତି ।

ବିହାର ଉପରେ ମହାରାଷ୍ଟ୍ର ସରକାର ଲଗାଇଲେ ଅଭିଯୋଗ :

ସୁପ୍ରିମକୋର୍ଟରେ ଦାଖଲ ନିଜ ପତ୍ରରେ ମହାରାଷ୍ଟ୍ର ସରକାର ବିହାର ସରକାର ଉପରେ ଅଭିଯୋଗ କରିଛନ୍ତି । ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର କହିଛନ୍ତି ଯେ ସୁଶାନ୍ତଙ୍କ ମାମଲାରେ ବିହାର ସରକାର ନିୟମର ଉଲଂଘନ କରିଛନ୍ତି । ବିହାର ସରକାରଙ୍କ ନିକଟରେ କେବଳ ଜିରୋ FIR ରୁଜୁ କରିବା ଅଧିକାର ଥିଲା ।

Google

ଏହା ବ୍ୟତୀତ ମହାରାଷ୍ଟ୍ର ସରକାର କହିଛନ୍ତି ଯେ, FIRର ତଦନ୍ତ କରି ବିହାର ପୋଲିସ ସିଧାସଳଖ ତଦନ୍ତ କରିବା ଆରମ୍ଭ କରିଦେଇଛନ୍ତି । ଯେତେବେଳେ କି ଏପରି ଭାବରେ ସିଧାସଳଖ ଯାଞ୍ଚ କରିବାକୁ ତାଙ୍କୁ କୌଣସି ଅଧିକାର ନାହିଁ । ଯେତେବେଳେ ଏହିପରି ତଦନ୍ତ କରିବା ବେଆଇନ ଅଟେ । ତେବେ ବିହାର ସରକାର କିପରି କେନ୍ଦ୍ରରୁ CBI ତଦନ୍ତ ସୁପାରିଶ କରିପାରିବେ ? କେନ୍ଦ୍ର ମଧ୍ୟ ବିହାର ସରକାରଙ୍କ CBI ତଦନ୍ତ ଦାବିର ଅନୁରୋଧକୁ ମାନି ଭୁଲ କରିଛନ୍ତି ।

Google

ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟକୁ ଦେଇଥିବା ନିଜ ପତ୍ରରେ ଏହା ମଧ୍ୟ କହିଛନ୍ତି ଯେ, ସୁଶାନ୍ତ ଆତ୍ମହତ୍ୟା ମାମଲାରେ ବିହାର ସରକାର ଦ୍ୱାରା CBI ତଦନ୍ତକୁ ସୁପାରିଶ କରିବା ଉଚିତ ନଥିଲା ଏହା ଅନାଧିକୃତ ଅଟେ । ଏଭଳି ପରିସ୍ଥିତିରେ କେନ୍ଦ୍ର ବିହାର ସରକାରଙ୍କ ଅନଧିକୃତ ସୁପାରିଶକୁ ଗ୍ରହଣ କରି କେନ୍ଦ୍ର-ରାଜ୍ୟ ସମ୍ପର୍କର ସାମ୍ବିଧାନିକ ମର୍ଯ୍ୟାଦା ବିରୁଦ୍ଧରେ ଅଟେ । ଏହି ମାମଲାରେ ବର୍ତ୍ତମାନ ମହାରାଷ୍ଟ୍ର ଓ ବିହାର ସରକାରଙ୍କ ମଧ୍ୟରେ ସଙ୍ଘର୍ଷ ଲାଗିରହିଛି । ବର୍ତ୍ତମାନ ଦେଖିବା ଯେ ଦୁଇଟି ରାଜ୍ୟର ଦ୍ଵନ୍ଦ କେଉଁ ପର୍ଯ୍ୟନ୍ତ ଯାଉଛି ?

newstrend

ଆପଣଙ୍କୁ ସ୍ମରଣ କରାଇ ଦେଉଛୁ ଯେ, ଅଭିନେତା ସୁଶାନ୍ତ ସିଂହ ରାଜପୁତ ଗତ ୧୪ ଜୁନରେ ମୁମ୍ବାଇ ସ୍ଥିତ ନିଜ ବାନ୍ଦ୍ରାସ୍ଥିତ ଭାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିନେଇଥିଲେ । ଏହି ଘଟଣା ପରେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଥିଲା । ପ୍ରଥମେ ସୁଶାନ୍ତଙ୍କୁ ମୃତ୍ୟୁର କାରଣ ବଲିଉଡ଼ରେ ପ୍ରସାରିତ ନେପୋଟିଜମ ବୋଲି କୁହାଯାଇଛି । ନେପୋଟିଜମକୁ ନେଇ ଏକ ବଡ଼ ସଂଘର୍ଷ ଆରମ୍ଭ ହୋଇଯାଇଛି ଓ ବଲିଉଡ଼ ୨ ଦଳରେ ବାଣ୍ଟି ହୋଇଯାଇଛନ୍ତି । ସୁଶାନ୍ତ ଆତ୍ମହତ୍ୟା ମାମଲାରେ ଅନେକ ବଲିଉଡ଼ କଳାକାରମାନେ ମଧ୍ୟ ବଲିଉଡ଼ର ନେପୋଟିଜମ ଓ ଅପମାନ ବିଷୟରେ କହିଛନ୍ତି ।

ନେପୋଟିଜମର ମାମଲା ହଠାତ ଶାନ୍ତ ହୋଇଗଲା, ଯେତେବେଳେ ସୁଶାନ୍ତଙ୍କ ପିତା କେ.କେ ସିଂହ, ରିୟା ଚକ୍ରବର୍ତ୍ତୀ ଉପରେ ଅଭିଯୋଗ ଲଗାଇ ତାଙ୍କ ବିରୋଧରେ ପଟନାର ରାଜୀବ ନଗର ଥାନାରେ ଏତଲା ରଜ୍ଜୁ କରାଇଲେ । କେ.କେ ସିଂହ କହିଛନ୍ତି ଯେ ରିୟା ସୁଶାନ୍ତଙ୍କ ବ୍ୟାଙ୍କ ଖାତାରୁ କୋଟି କୋଟି ଟଙ୍କା ହେରାଫେରି କରିଦେଇଛନ୍ତି ଏବଂ ସେ ହିଁ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଛନ୍ତି । ଏହି ଅଭିଯୋଗ ପରେ ପୁରା ମାମଲା ରିୟା ଚତୁଃପାର୍ଶ୍ଵର୍ରେ ଘୁରୁଛି ।

Leave a Reply

Your email address will not be published. Required fields are marked *